Advertisment

ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ : ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର

ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ । ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କଲେ ଜାମ୍ମୁକାଶ୍ମୀର ସରକାର । ଦୁବାଇ ସରକାରଙ୍କ ସହ ହୋଇଥିବା ଏହି ଏମଓୟୁ କାଶ୍ମୀରରେ ଶିଳ୍ପାନୁଷ୍ଠାନର କଲଚର ହୋଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
J&K admin signs MoU with Dubai

J&K admin signs MoU with Dubai

ଶ୍ରୀନଗର : ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ ନିଆଯାଇଛି । ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କଲେ ଜାମ୍ମୁକାଶ୍ମୀର ସରକାର । ଦୁବାଇ ସରକାରଙ୍କ ସହ ହୋଇଥିବା ଏହି ଏମଓୟୁ କାଶ୍ମୀରରେ ଶିଳ୍ପାନୁଷ୍ଠାନର କଲଚର କରିଛି । ଏହାହିଁ ଘାଟିରେ ବିକାଶର ପ୍ରାରମ୍ଭିକ ଚାବିକାଠି ବୋଲି କୁହାଯାଉଛି । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଏମ୍ଓୟୁ ସ୍ୱାକ୍ଷରବେଳେ ଉପସ୍ଥିତ ରହିଥିଲେ । ଜାମ୍ମୁ କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପ ଭାରତକୁ ବିଶ୍ୱ ଶକ୍ତିରେ ପରିଣତ କରିବ ପୀୟୁଷ ଗୋୟଲ କହିଛନ୍ତି ।

Advertisment

ସୋମବାର କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଉପସ୍ଥିତିରେ ଜାମ୍ମୁ କାଶ୍ମୀର ପ୍ରଶାସନ ଦୁବାଇ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଯେଉଁଥିରେ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶମୂଳକ ପ୍ରକଳ୍ପ ସ୍ଥାପନ କରାଯିବ । ଏହି ଅବସରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି, ଜାମ୍ମୁ କାଶ୍ମୀର ପ୍ରଶାସନ ରିଅଲ୍ ଇଷ୍ଟେଟ୍ ବିକାଶ, ଇଣ୍ଡଷ୍ଟ୍ରିଆଲ୍ ପାର୍କ, ଆଇଟି ଟାୱାର, ବହୁମୁଖୀ ଟାୱାର, ଲଜିଷ୍ଟିକ୍ସ, ମେଡିକାଲ୍ କଲେଜ, ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ସେହିପରି ଦୁବାଇର ଅନେକ କମ୍ପାନୀ ଭାରତ ଏବଂ ଜାମ୍ମୁ କାଶ୍ମୀରରେ ପୁଞ୍ଜି ବିନିଯୋଗ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଜାମ୍ମୁ କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପ ଭାରତକୁ ବିଶ୍ୱ ଶକ୍ତିରେ ପରିଣତ କରିବ । ଏହି ଅବସରରେ ଦୁବାଇର ନିବେଶକ ସୁଲତାନ ବିନ୍ ସୁଲେଏମ କହିଛନ୍ତି, ଆମେ ଏମଓୟୁରେ ସନ୍ତୁଷ୍ଟ ଏବଂ ନୂଆ କାର୍ଯ୍ୟ ପାଇଁ ପ୍ରତିବଦ୍ଧ। ମେଡ ଇନ୍ ଇଣ୍ଡିଆ ମିଶନ ଅଧୀନରେ ଜାମ୍ମୁ କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହେବ । ବର୍ତ୍ତମାନ ବିଶ୍ୱ ଜାମ୍ମୁ କାଶ୍ମୀରର ଅନେକ ଉତ୍ପାଦ ସମ୍ପର୍କରେ ଜାଣିବା ପାଇଁ ସକ୍ଷମ ହେବ ବୋଲି ସେ କହିଛନ୍ତି ।

Advertisment

ସେପଟେ କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ, ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି । ବିହାର ଓ ଉତ୍ତରପ୍ରଦେଶ ଭଳି ଅନ୍ୟ ରାଜ୍ୟରୁ ଆସି ଶ୍ରମିକ ଭାବେ କାମ କରୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଶିବିରକୁ ନେବା ଲାଗି ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଭାରତର ଭୂସ୍ୱର୍ଗରେ ଭୟର ବାତାବରଣ ସୃଷ୍ଟି କରୁଥିବା ‌ଆତଙ୍କବାଦୀଙ୍କୁ ସହାୟତା କରୁଛି ପାକିସ୍ତାନ । ପାକ୍ କମାଣ୍ଡୋ ସେମାନଙ୍କୁ ତାଲିମ୍ ଦେଉଥିବା ଭାରତୀୟ ସେନା କହିଛି । ବିଶେଷଜ୍ଞମାନେ ମଧ୍ୟ ସମାନ କଥା କହିଛନ୍ତି । ୨ ସପ୍ତାହରେ ୯ ଯବାନ ଓ ୧୧ ସାଧାରଣ ନାଗରିକଙ୍କୁ ହତ୍ୟା ପଛରେ ପାକିସ୍ତାନ ଥିବା ସଫା ସଫା କହିଛନ୍ତି ବିଶେଷଜ୍ଞ ।

J&K Admin MoU With Dubai Govt
Advertisment
Advertisment