Advertisment

ରୋଷେଇ ହଣ୍ଡାରେ ବସି ବାହା ବେଦୀକୁ ଆସିଲେ ବର, କନ୍ୟା

କେରଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଅବସ୍ଥା ସାଂଘାତିକ। ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ସହର। ତଥାପି ବାହାଘର ରୋକିପାରିନି ବର୍ଷା ଓ ବନ୍ୟା ବିତ୍ପାତ।

author-image
Chandan Shishu
Bride, groom in Kerala

Bride, groom in Kerala

ଥିରୁବନନ୍ତପୁରମ୍: କେରଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଅବସ୍ଥା ସାଂଘାତିକ। ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ସହର। ତଥାପି ବାହାଘର ରୋକିପାରିନି ବର୍ଷା ଓ ବନ୍ୟା ବିତ୍ପାତ। ବିପତ୍ତିର ସାମ୍ନା କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦମ୍ପତିଙ୍କୁ ନେଇ ଚର୍ଚ୍ଚା। କେରଳ ଆଲପୁଜା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପ୍ରକୃତିର କରାଳ ରୂପରେ ଯେଉଁଠି ଗୋଡ଼ ରଖିବା ଜାଗାଟିଏ ମିଳୁନି, ଏପରି ନିଆରା ବିବାହ ସମସ୍ତଙ୍କୁ ଚକିତ କରିଛି। ଆଜି ଥାଲାବାଡି ଅଞ୍ଚଳରେ ଏହି ୨ ଜଣଙ୍କ ବିବାହ କାର୍ଯ୍ୟ ସ୍ଥିର ହୋଇଥିଲା।

Advertisment

ତେବେ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବାରୁ ବିବାହ ମଣ୍ଡପରେ ପହଂଚିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା ତଥାପି ଦୁହେଁ ଅଣ୍ଟା ଭିଡିଥିଲେ। ବିବାହ ସମ୍ପନ୍ନ କରିବାକୁ ଏଥିପାଇଁ ରୋଷେଇ ପାଇଁ ବ୍ୟବହାର ହେଉଥିବା ଏକ ବଡ ହଣ୍ଡାକୁ ଡଙ୍ଗା ଭଳି ବ୍ୟବହାର କରିଥିଲେ। ଏହାରି ଭିତରେ ଦୁଇ ଜଣ ବସି ବିବାହ ସ୍ଥାନକୁ ଯାଇ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଆକାଶ ଓ ଐଶ୍ୱର୍ଯା ନାମକ ଏହି ଦମ୍ପତ୍ତି ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡିଛି।

ପ୍ରକାଶଥାଉକି, ଗତ ଗୁରୁବାର ଠାରୁ କେରଳ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିପାଇଁ ଅନେକ ସ୍ଥାନରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ହୋଇଥିଲା। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ, ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ହେଲିକପ୍ଟର ଯୋଗେ ଭୂସ୍ଖଳନ ଅଞ୍ଚଳରୁ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ତଳିଆ ଅଞ୍ଚଳ ଲୋକେ ଏବେ ବି ପାଣି ଘେରରେ ବୁଡ଼ି ରହିଛନ୍ତି।

Advertisment
Flood In Kerala Bride Groom In Kerala
Advertisment
Advertisment