Advertisment

ଅର୍ଥନୈତିକ ବିକାଶ, ରପ୍ତାନୀ କ୍ଷେତ୍ରରେ ଭାରତକୁ ମିଳିବ ବଡ଼ ସଫଳତା: ବୈଜୟନ୍ତ

କିଛି ଦିନ ତଳେ ଦଳ ପକ୍ଷରୁ ନୂଆ କରି ରାଷ୍ଟ୍ରୀୟ ପଦାଧିକାରୀ କମିଟି ଗଠନ ହୋଇଥିଲା। ଏହାପରେ ଆଜି ଥିଲା କମିଟିର ପ୍ରଥମ ବୈଠକ। ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବଂ କୋଭିଡ ସ୍ଥିତି ଉପରେ ଆଲୋଚନା ହୋଇଥିଲା।

author-image
Chandan Shishu
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ପୂରା ପ୍ରସ୍ତୁତ ରହିଛି। ପ୍ରଧାନମନ୍ତ୍ରୀ ଯେଉଁ ମାର୍ଗଦର୍ଶନ ଦେଉଛନ୍ତି, ତାହାକୁ କାର୍ଯ୍ୟକାରୀ କରି ନିଶ୍ଚୟ ବିଜୟ ହାସଲ କରିବୁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଅବସରରେ ପ୍ରେସମିଟ୍ କରି ଏହା କହିଛନ୍ତି ବୈଜୟନ୍ତ।

Advertisment

କିଛି ଦିନ ତଳେ ଦଳ ପକ୍ଷରୁ ନୂଆ କରି ରାଷ୍ଟ୍ରୀୟ ପଦାଧିକାରୀ କମିଟି ଗଠନ ହୋଇଥିଲା। ଏହାପରେ ଆଜି ଥିଲା କମିଟିର ପ୍ରଥମ ବୈଠକ। ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବଂ କୋଭିଡ ସ୍ଥିତି ଉପରେ ଆଲୋଚନା ହୋଇଥିଲା।

ବୈଠକ ପରେ ବୈଜୟନ୍ତ କହିଥିଲେ ଯେ, କରୋନା ଟିକାକରଣରେ ଭାରତ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଖୁବ ଶୀଘ୍ର ୧୦୦ କୋଟି ଟିକାକରଣ ମାଇଲଷ୍ଟୋନ ପୂରଣ ହେବାକୁ ଯାଉଛି। ଅନ୍ୟାନ୍ୟ ଦେଶ ଭାରତର ଟିକାକରଣ ପ୍ରକ୍ରିୟାକୁ ପ୍ରଶଂସା କରୁଛନ୍ତି। ଅତୀତରେ ବିରୋଧୀ ସମାଲୋଚନା କରୁଥିଲେ, ମାତ୍ର IMF ପ୍ରଶଂସା କରିଛି ବୋଲି କହିଛନ୍ତି ବୈଜୟନ୍ତ। ଆଗକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶ ଓ ରପ୍ତାନୀ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି ବୋଲି ସେ କହିଛନ୍ତି।

Advertisment
Baijayant Panda BJP Office-bearers To Meet
Advertisment
Advertisment