କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏଇଠି ତିଆରି ହେଉଛି ସଙ୍ଗୀତର ବିଭିନ୍ନ ବାଦ୍ୟଯନ୍ତ୍ର। ନିଜ ହାତରେ ବେଶ୍ ଆକର୍ଷଣୀୟ ଢଙ୍ଗରେ ତିଆରି କରୁଛନ୍ତି କାରୀଗର। ଅଳନ୍ଧୁ ଘରେ ତିଆରି ଚାଲିଛି ସାତସ୍ୱରର ଯନ୍ତ୍ର
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ଲକ୍ଷପତି ହେଲେ। ଭାଗ୍ୟ ବଦଳାଇଦେଇଥିଲା ୧୯୮୬ ମସିହା। କୃଷି ବିଭାଗର ପରାମର୍ଶ ନେବା ପରେ ୨୫ ଜଣଙ୍କୁ ଚାକିରି ବି ଦେଲେ
ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା। ଜାଣିରଖନ୍ତୁ କେଉଁ କେଉଁ କ୍ଷେତ୍ରରେ କେମିତି ଆବେଦନ କଲେ ଆପଣ ପାଇବେ ଏତିକି ଟଙ୍କାର ସୁବିଧା
ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ଭାଗ୍ୟ ବଦଳାଇ ଦେଲା ୧୯୮୬ ମସିହା। ରିକ୍ସା ଚଳାଉଥିବା ବେଳେ ଚାଷ ସମ୍ପର୍କରେ ଖବର ପାଇଲେ ଆଉ ଚାଷ କଲେ.....ଆଉ ଏବେ ସେହି ଚାଷରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା
ଗୋଟିଏ ପଟେ ସାରା ଦେଶରେ ଦୀପାବଳି ପାଳନକୁ ନେଇ ଉତ୍ସବମୁଖର ହୋଇଥିବା ବେଳେ ଅନ୍ୟପଟେ ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିହାରର ପଶ୍ଚିମ ଚମ୍ପାରଣରେ ୮ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।
ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ। ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ୨୧୦୦ ସୁଦ୍ଧା ପୃଥିବୀ ପୃଷ୍ଠରେ ଭୟାନକ ପରିବର୍ତ୍ତନ ଆସିପାରେ। ଯାହାକି କୌଣସି ପ୍ରଳୟଠୁ କମ୍ ହେବ ନାହିଁ ବୋଲି IPCCର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ଦୀପାବଳି ଅବସରରେ ଝଲସୁଛି ରାମ ଜନ୍ମଭୂମି ଅଯୋଧ୍ୟା। ଦୀପୋତ୍ସବ ସହ ସରଜୁ ନଦୀ କୂଳରେ ପ୍ରଜ୍ଜ୍ୱଳିତ ହୋଇଛି ୯ ଲକ୍ଷ ଦୀପ। ଏହାସହ ଆକର୍ଷଣୀୟ ଲେଜର ଶୋ’ ଦେଖିବାକୁ ମିଳିଛି। ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି।
ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ। ସାରା ଦେଶରେ ଆଜି ପାଳନ ହେଉଛି ଦୀପାବଳି। ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି।
ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
କମିଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରୁୁ କମିଲା ଏକ୍ସସାଇଜ୍ ଡ୍ୟୁଟି । ପେଟ୍ରୋଲ ଦର ୫ ଟଙ୍କା, ଡିଜେଲ ୧୦ ଟଙ୍କା କମିଲା ।
ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି । ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍କୁ ପ୍ରମୋଟ୍ ହୋଇଛନ୍ତି ଅଭିନନ୍ଦନ । ଭାରତୀୟ ବାୟୁ ସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ କ୍ରାଏଟେରିଆ ପୂରଣ କରିଛନ୍ତି ।
ମହାମାରୀ କୋଭିଡକୁ ନେଇ ମନରେ ଏବି ବି ଭୟ ଅଛି ସତ, ହେଲେ ଉଦାସ ମନକୁ ଟିକେ ସତେଜ କରିବାକୁ ଏମାନେ ଏଠାକୁ ଛୁଟି ଆସୁଛନ୍ତି । କିଏ ଘୋଡ଼ା ସବାରୀର ମଜା ନେଉଛି ତ ପୁଣି କିଏ ଖାନା ପିନାର ଆନନ୍ଦ ଉଠାଉଛି । ବୁଲା ବୁଲି ପରେ ସେଲଫି ଜୋନରେ ଫଟୋ ନେବାକୁ ବି ଭିଡ ଜମୁଛି ।
ବାଜା ବଜାଇ ବାହାରିଲା ମାଙ୍କଡ଼ର ଶବଯାତ୍ରା । ଯୋଗ ଦେଲେ ସହରବାସୀ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ କରେଣ୍ଟ୍ ଲାଗି ଏକ ମାଙ୍କଡ଼ର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଅଞ୍ଚଳର ଲୋକମାନେ ବ୍ୟାଣ୍ଡବାଜା ସହିତ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଛନ୍ତି । ସନାତନ ଧର୍ମ ଅନୁସାରେ ମୃତ ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଛି
ରାସ୍ତାରେ ଯାଉଥିଲା ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ କାରକେଡ୍। ହଠାତ୍ ଆସିଗଲା ଆମ୍ବୁଲାନ୍ସ। ନିଜ କାରକେଡ୍ ରଖି ଅଟକିଗଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ, ପରେ ନିଜେ ଗଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...
ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ଲଦାଖରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚାଲିଛି । ଯେକୌଣସି ପରିସ୍ଥିତିରେ ମୁକାବିଲା ଲାଗି ଲାଗି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଖାସ୍ କରି ଉଚ୍ଚ ଗିରିଶୃଙ୍ଗ ସାଙ୍ଗକୁ ଅତି ଥଣ୍ଡା ପରିବେଶରେ ଭାରତୀୟ ଯବାନ ଯେଭଳି ଶତ୍ରୁ ମୁକାବିଲା କରିପାରିବେ, ସେଥିଲାଗି ଚାଲିଛି ନାନା ରକମର ସମରକଳା ଅଭ୍ୟାସ ଚାଲିଛି ।
ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।
ଆୟକର ହାତରେ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି । ଏହି ସମ୍ପତ୍ତି ପଛରେ ରହିଛି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ !
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି।
ମୁଁ ଆଗ ନୁହେଁ, ଆମ୍ବୁଲାନ୍ସ ଆଗ ଯିବ। ଏହି ପଦିଏ କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କିଏ ଏହି କଥା କହିଛନ୍ତି? କେବଳ କାମରେ ନୁହେଁ କରିକି ମଧ୍ୟ ଦେଖାଇଛନ୍ତି
ମହଙ୍ଗା ପଡ଼ିବ ବିନା ପଲ୍ୟୁସନ୍ ସାର୍ଟିଫିକେଟ୍ରେ ଗାଡ଼ି ଚାଳନା । ତଣ୍ଡ ଗଣିବା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବୈଧ PUC ସାର୍ଟିଫିକେଟ୍ ବିନା ରାଜଧାନୀ ଦିଲ୍ଲୀରେ ଏବେ ଗାଡି ଚଳାଇବା କଷ୍ଟକର ହୋଇପାରେ । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି।
ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ ଟଙ୍କା ମଧ୍ୟ ମିଳିଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରି ମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି ।