/odishatv-khabar/media/post_attachments/uploadimage/library/16_9/16_9_0/PM_Modi__1636088148.jpg)
PM Modi
ଡେରାଡୁନ: ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥ ମନ୍ଦିର ପହଞ୍ଚି ଆଜି ବାବାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହାଦେବଙ୍କ ଜଳାଭିଷେକ କରିବା ସହ ମନ୍ଦିର ପରିସର ବୁଲିଥିଲେ।
ବିଶେଷ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଭିତରେ ବେଶ୍ କିଛି ସମୟ ବିତାଇଥିଲେ ପ୍ରଧାନମନ୍ତ୍ରୀ। ଧ୍ୟାନ ମୁଦ୍ରାରେ ବସି ପ୍ରଧାନମନ୍ତ୍ରୀ ଶଙ୍କରାଚାର୍ଯ୍ୟଙ୍କୁ ସ୍ମରଣ କରିଥିଲେ।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୨୦୧୩ କେଦାରନାଥ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାଧି ସ୍ଥଳ ନିର୍ମାଣ ହୋଇଛି। ଏହାର ଶୁଭ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏତ୍ଦବ୍ୟତୀତ ସଙ୍ଗମଘାଟ ପୁନରୁଦ୍ଧାର, ପର୍ଯ୍ୟଟକଙ୍କ ସୁବିଧା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର, ପ୍ରାଶାସନିକ ଦପ୍ତର ଓ ହସ୍ପିଟାଲ, ୨ଟି ଅତିଥି ଭବନ, ଥାନା ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଆଦି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)