Advertisment

ଦୀପାବଳି ଅବସରରେ ଅଯୋଧ୍ୟାରେ ଜଳିଲା ୧୨ ଲକ୍ଷ ଦୀପ

ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ। ସାରା ଦେଶରେ ଆଜି ପାଳନ ହେଉଛି ଦୀପାବଳି। ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି।

author-image
Rajalaxmi Sahoo
Ayodhya Glitters With Diyas

Ayodhya Glitters With Diyas

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ। ସାରା ଦେଶରେ ଆଜି ପାଳନ ହେଉଛି ଦୀପାବଳି। ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମା’ କାଳୀଙ୍କୁ  ଆରାଧନା କରାଯାଉଛି। 

Advertisment

ସେପଟେ, ଦୀପାବଳି ଅବସରରେ ଝଲସୁଛି ରାମ ଜନ୍ମଭୂମି ଅଯୋଧ୍ୟା। ଦୀପୋତ୍ସବ ସହ ସରଜୁ ନଦୀ କୂଳରେ ପ୍ରଜ୍ଜ୍ୱଳିତ ହୋଇଛି ୯ ଲକ୍ଷ ଦୀପ। ଏହାସହ ଆକର୍ଷଣୀୟ ଲେଜର ଶୋ’ ଦେଖିବାକୁ ମିଳିଛି। ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି। ରାମାୟଣ ଗାଥା ଅନୁସାରେ, ରାବଣକୁ ବଧ ଓ ୧୪ ବର୍ଷ ବନବାସ ପରେ ଆଜିର ଦିନରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣ ଅଯୋଧ୍ୟାକୁ ଫେରିଥିଲେ। ଏହି ଅବସରରେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ପୁରା ଅଯୋଧ୍ୟା ପ୍ରଜ୍ଜ୍ୱଳିତ ହୋଇଥିଲା। ସେହି ପରମ୍ପରାର ସ୍ମୃତିରେ ଆଜି ଅଯୋଧ୍ୟାକୁ ଆଲୋକରେ ସଜ୍ଜିତ କରାଯାଇଛି। 

ଅନ୍ୟପକ୍ଷେ, ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିବେ। ରଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଭାରତୀୟ ସେନାର ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦୀପାବଳି ପାଳିବେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତି ଦୀପାବଳିରେ ଯବାନଙ୍କ ସହ ଦୀପାବଳି ପାଳନ କରି ‌ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗତ ବର୍ଷ ରାଜସ୍ଥାନ ଜୟସେଲମେରର ଲଙ୍ଗେଓ୍ୱାଲା ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ୨୦୧୯ରେ ଜମ୍ମୁ-କାଶ୍ମୀର ରଜୌରୀରେ ଏଲଓସିରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ। 

Advertisment
Happy Diwali 2021 Diwali Deepotsav Ayodhya
Advertisment
Advertisment