Advertisment

ଦୀପାବଳି ସେଲିବ୍ରେସନ୍‌ ଭିତରେ ଆସିଲା ଦୁଃଖଦ ଖବର, ଚାଲିଗଲା ୮ ଜୀବନ

ଗୋଟିଏ ପଟେ ସାରା ଦେଶରେ ଦୀପାବଳି ପାଳନକୁ ନେଇ ଉତ୍ସବମୁଖର ହୋଇଥିବା ବେଳେ ଅନ୍ୟପଟେ ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିହାରର ପଶ୍ଚିମ ଚମ୍ପାରଣରେ ୮ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

author-image
Rajalaxmi Sahoo
ଶୋଇଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

Eight People Died In Bihar

ପାଟନା: ଗୋଟିଏ ପଟେ ସାରା ଦେଶରେ ଦୀପାବଳି ପାଳନକୁ ନେଇ ଉତ୍ସବମୁଖର ହୋଇଥିବା ବେଳେ ଅନ୍ୟପଟେ ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିହାରର ପଶ୍ଚିମ ଚମ୍ପାରଣରେ ୮ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନଥିଲେ ମଧ୍ୟ ବିଷାକ୍ତ ମଦ ପିଇ ଏମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟିଥିବା ଜଣେ ମୃତକଙ୍କ ସମ୍ପର୍କୀୟ କହିଛନ୍ତି। ସମସ୍ତ ମୃତକଙ୍କ ଘର ନୌତନ ଥାନା ଅନ୍ତର୍ଗତ ଦକ୍ଷିଣ ତେଲହୁଆ ଗାଁରେ। 

Advertisment

ଜଣେ ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ବୁଧବାର ସନ୍ଧ୍ୟାରେ ମଦ ପିଇବା ପରେ ଅଚାନକ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଚିକତ୍ସା ପାଇଁ ହସ୍ପିଟାଲ୍‌ ନେବା ବାଟରେ ସେ ଆଖି ବୁଜି ଦେଇଥିଲେ। ଅନ୍ୟ ମୃତକଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। 

ବିଷାକ୍ତ ମଦ ମୃତ୍ୟୁର କାରଣ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ଜିଲ୍ଲା ପ୍ରଶାସନ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ତେବେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଷାକ୍ତ ମଦ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଛି କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। 

Advertisment

ସୂଚନାଥାଉ କି, ୨ ଦିନ ପୂର୍ବେ ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ମଦ ପିଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଗୋପାଳଗଞ୍ଜ ଜିଲ୍ଲା ପ୍ରଶାସନ କହିଛି। ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ପଶ୍ଚିମ ଚମ୍ପାରଣରେ ବିଷାକ୍ତ ମଦ ପିଇ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। 

ବିହାରରେ ବିଷାକ୍ତ ମଦ କାରବାର ଜାରି ରହିଥିବା ବେଳେ ବେଆଇନ୍‌ ଭାବେ ମଦ ବିକ୍ରି ମଧ୍ୟ ହେଉଛି। ଫଳରେ କିଛି ସ୍ଥାନରେ ବିଷାକ୍ତ ମଦ ପିଇ ଲୋକଙ୍କ ଜୀବନ ଚାଲି ଯାଉଛି। ଏସବୁ ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। 

Diwali People Died Poisonous Wine
Advertisment
Advertisment