Advertisment

ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ ! କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ। ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ୨୧୦୦ ସୁଦ୍ଧା ପୃଥିବୀ ପୃଷ୍ଠରେ ଭୟାନକ ପରିବର୍ତ୍ତନ ଆସିପାରେ। ଯାହାକି କୌଣସି ପ୍ରଳୟଠୁ କମ୍‌ ହେବ ନାହିଁ ବୋଲି IPCCର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

author-image
Rajalaxmi Sahoo
Scientists Warns

Scientists Warns

ନୂଆଦିଲ୍ଲୀ: ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ। ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶିତ କରୁଥିବା ବିଶ୍ୱର ସବୁଠୁ ବଡ଼ ମାଗାଜିନ୍‌ Nature ନିକଟରେ ଏକ ସର୍ଭେ କରିଥିଲା। ଯେଉଁ ଭଳି ଭାବରେ ଗ୍ଲୋବାଲ୍‌ ୱାର୍ମିଂ(ବିଶ୍ୱ ତାପମାତ୍ରା)ବଢ଼ିବାରେ ଲାଗିଛି, ଏହାକୁ ଦେଖିଲେ ୨୧୦୦ ସୁଦ୍ଧା ପୃଥିବୀ ପୃଷ୍ଠରେ ଭୟାନକ ପରିବର୍ତ୍ତନ ଆସିପାରେ। ଯାହାକି କୌଣସି ପ୍ରଳୟଠୁ କମ୍‌ ହେବ ନାହିଁ ବୋଲି IPCCର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

Advertisment

ବିଶ୍ୱର ୨୩୪ ଜଣ ବୈଜ୍ଞାନିକଙ୍କୁ ନେଇ IPCCର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବୈଜ୍ଞାନିକ ଓ କଲମ୍ବିଆର ମେଡେଲିନ ସ୍ଥିତ University of Antioquiaର ରିସର୍ଚର ପାଓଲା ଏରିୟାସ କହିଛନ୍ତି, ଯେଉଁଭଳି ଭାବରେ ବଶ୍ୱରେ ପରିବର୍ତ୍ତନ, ପ୍ରଦୂଷଣ ଓ ତାପମାତ୍ରା ବଢ଼ିବାରେ ଲାଗିଛି, ଏହାକୁ ଦେଖିଲେ ଜଣାପଡ଼ୁଛି ବଞ୍ଚିବା ମୁସ୍କିଲ ହୋଇଯିବ। ଜଳର ଅଭାବ ମଧ୍ୟ ଦେଖିବାକୁ ମିଳିଛି। ଆଗକୁ ଏହା ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। 

ପାଓଲା ଏରିୟାସ  ଚେତାବନୀ ଦେଇ କହିଛନ୍ତି, ଯେଉଁଭଳି ଭାବରେ ଗ୍ଲୋବାଲ୍‌ ୱାର୍ମିଂ ବଢ଼ୁଛି, ସେହି ହିସାବରେ ସମୁଦ୍ରରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ହେଲେ ସବୁଠାରୁ ବଡ଼ କଥା, ଅନ୍ତର୍ଜାତୀୟ ନେତାମାନେ ଗ୍ଲୋବାଲ୍‌ ୱାର୍ମିଂକୁ ନେଇ କୌଣସି ଚିନ୍ତା ପ୍ରକଟ କରୁ ନାହାନ୍ତି। ସେମାନେ ‌ଧୀରେ ସୁସ୍ଥେ ଭାବେ କାର୍ଯ୍ୟ କରୁଛନ୍ତି। ଏଭଳି ଚାଲିଲେ ପୃଥିବୀକୁ ବଞ୍ଚା ଯାଇପାରିବନି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅଧିକାଂଶ ଲୋକ ଅନ୍ୟତ୍ର ବିସ୍ଥାପିତ ହେଉଛନ୍ତି। IPCCର ଜଳବାୟୁ ରିପୋର୍ଟ କୁହାଯାଇଛି, ପୃଥିବୀକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଖରେ ଆଉ ଅଧିକ ସମୟ ନାହିଁ। 

Advertisment

ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ପାଓଲାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ଗତ ମାସରେ ନେଚର୍‌ ଜର୍ଣ୍ଣାଲ୍‌ ଏହି ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ୨୩୩ ଜଣ ବୈଜ୍ଞାନିକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ୯୨ ଜଣ ବୈଜ୍ଞାନିକ ସେମାନଙ୍କ ମତ ରଖିଥିଲେ। ଅର୍ଥାତ୍‌ ୪୦% ବୈଜ୍ଞାନିକ ସ୍ପଷ୍ଟ ଭାବେ କହିଛନ୍ତି, ୨୧୦୦ ସୁଦ୍ଧା ପୃଥିବୀ ପୃଷ୍ଠରେ ଏମିତି ଅନେକ ସମସ୍ୟା ଆସିବ, ଯେଉଁଥିରେ ଅନେକ ଦେଶ ଏଥିରେ ଧ୍ୱସଂ ହେବାର ସମ୍ଭାବନା ଅଛି। ଅଣମୌସୁମୀ ବର୍ଷା, ହଠାତ୍‌ ବାଦଲ ଫାଟିବା, ସୁନାମି, ଅତ୍ୟଧିକ ତାପମାତ୍ରା, ବନ୍ୟା, ମରୁଡ଼ି ଭଳି ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିପାରନ୍ତି। 

ଯେଉଁ ବୈଜ୍ଞାନିକମାନେ ସେମାନଙ୍କର ମତ ରଖିଛନ୍ତି, ସେମାନଙ୍କ ମଧ୍ୟରୁ ୬୦%ଙ୍କ କହିବା ଅନୁସାରେ, ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ହାରାହାରି ତାପମାତ୍ରା ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଏହି ତାପମାତ୍ରା ପ୍ୟାରିସ୍ ଚୁକ୍ତିନାମାରେ ସ୍ଥିର କରାଯାଇଥିବା ୧.୫ ଡିଗ୍ରୀରୁ ୨ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ବେଶ୍‌ ଅଧିକ। ୮୮% ବୈଜ୍ଞାନିକଙ୍କ କହିବା ଅନୁସାରେ, ଗ୍ଲୋବାଲ୍‌ ୱାର୍ମିଂ ଯୋଗୁ ପ୍ରଳୟ ଭଳି ଅନେକ ବିପର୍ଯ୍ୟୟ ଆସିପେରେ। ଜଳବାୟୁ ପରିବର୍ତ୍ତନ ଆହୁରି ଚିନ୍ତା ବଢ଼ାଇବ। ଅଧିକାଂଶ ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍‌ ୱାର୍ମିଂ ଯୋଗୁ ନିଜର ଜୀବନଶୈଳୀ ପରିବର୍ତ୍ତନ କରିଛନ୍ତି। 

Global Warming Scientists Catastrophic Changes
Advertisment
Advertisment