• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tribal girl student in Koraput works as daily wager
ପାଠ ପଢିବାକୁ ଷଷ୍ଠ ଶ୍ରେଣୀରୁ ମୂଲ ଲାଗୁଛନ୍ତି ଲନ୍ଦେଇ....ଦିନକୁ ରୋଜଗାର ହେଉଛି ୨୦୦

ପାଠ ପଢିବାକୁ ପ୍ରବଳ ଇଚ୍ଛା। ହେଲେ ପରିବାରରେ ଟଙ୍କାର ଘୋର ଅଭାବ। ହେଲେ ହାର୍‌ ମାନିନାହାନ୍ତି ଲନ୍ଦେଇ। ସକାଳୁ ମୂଲ ଲାଗିବାକୁ ଯାଉଛନ୍ତି, ଦିନକୁ ୨୦୦ ଟଙ୍କା ରୋଜଗାର ବି କରୁଛନ୍ତି...ସନ୍ଧ୍ୟାରେ ଘରେ ବସି ପଢୁଛନ୍ତି ପାଠ। ସିଟିରେ ରଖିଛନ୍ତି ୮୫ ପ୍ରତିଶତ ନମ୍ବର। ପଚାରିଲେ କୁହନ୍ତି, ବଡ ପିଲା ହେଲୁଣି। ଘରେ ଟଙ୍କା ମାଗିବାକୁ ଲାଜ ଲାଗୁଛି। ଦେଖନ୍ତୁ ଲିଲିଙ୍କ ସଂଘର୍ଷ ଓ ସଫଳତାର କାହାଣୀ...

jajpur Jagannath Temple In Danger!
ବିପଦରେ ଜଗନ୍ନାଥ ମନ୍ଦିର। ଲକ୍ଷ୍ମୀ ମନ୍ଦିରରେ ବିରାଟ ଫାଟ, କେତେବେଳେ ବି ଭୁଶୁଡ଼ି ପାରେ ରୋଷଘର

ଜଗନ୍ନାଥ ମନ୍ଦିର ପାଇଁ ବଡ଼ ବିପଦ। ଭାଙ୍ଗିଗଲାଣି ପାଚେରୀ, ଭୁଶୁଡ଼ିବା ଉପରେ ରୋଷଘର। ମନ୍ଦିରର ଅନେକ ସ୍ଥାନରେ ବି ଦେଖାଗଲାଣି ଫାଟ। ଭାରୀଯାନ ଯିବା ଫଳରେ ଥରୁଛି ମନ୍ଦିର। ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ

news fuse
ଏ ଲାଇନ୍‌ ଟିକା ପାଇଁ ନୁହେଁରେ ନାରଣ ବରଂ ଟଙ୍କା ପାଇଁ...

ଆଲୋ ଆଲୋ...ଇଏ ଟିକା ନେବାର ନୁହେଁ ଟଙ୍କା ନେବାର ଦୃଶ୍ୟ। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି...ଏତେ ସମୟ ଲାଇନ୍‌ରେ କିଏ ଛାଡିହେବ...ସେଇଥି ପାଇଁ ତ ହେଲମେଟ୍‌, ଇଟା ଆଉ ପଥର ଥୋଇ ଦେଲେ ଚାଷୀ। ଦେଖ୍‌ ଦେଖ୍‌ ନାରଣ ଭଲରେ ଦେଖ୍‌

Pregnant Lady Carried Across in a rope
ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

GST To Be Imposed On Puffed Rice
ଏଣିକି ମୁଢ଼ି ଉପରେ ବି ଲାଗିବ GST

ମୁଢ଼ି, ଖଇ କିଣିଲେ ବି ଆପଣ ଗଣିବେ ଜିଏସ୍‌ଟି...

Special story
କାଶୀପୁରରେ ବ୍ୟାପି ଚାଲିଛି ଝାଡ଼ାବାନ୍ତି : ଆଉ ୨ ଜଣଙ୍କ ଜୀବନ ଗଲା, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଏବେବି ଚିକିତ୍ସିତ ହେଉଛନ୍ତି ୬୦ରୁ ଅଧିକ ଆକ୍ରାନ୍ତ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

Electric Bus Begins Trial Run In Bhubaneswar
ଏଣିକି ରାଜଧାନୀରେ ଗଡିବ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍

ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍...

Special story
ଶ୍ରାବଣ ମାସରେ ଅଲୌକିକ ଘଟଣା : ଶିବଲିଙ୍ଗରୁ ଝରୁଛି କ୍ଷୀର

କ୍ଷୀର ବାହାରିବାର କାରଣ ଜଣାପଡ଼ିନଥିବା ବେଳେ, ବାବା ଭୋଳାନାଥଙ୍କ ଏହା ଏକ ଲୀଳା ବୋଲି କହୁଛନ୍ତି ଭକ୍ତ

Cuttack auto driver grows grapes on terrace, sets an example for many
ଛାତରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁରୁ

ଓଡ଼ିଶାରେ ମଧ୍ୟ ଅଙ୍ଗୁର ଚାଷ ହୋଇପାରିବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଟୋ ଡ୍ରାଇଭର। ସେ ନିଜ ଛାତ ଉପରେ ଫଳାଇଛନ୍ତି ନେନ୍ଥା ନେନ୍ଥା ଅଙ୍ଗୁର।

The Great Odisha Political Circus
ଏଠି ତ ବିରୋଧୀ ଦୁର୍ବଳ, ତୁମେ ରାଲି କରିକି କଣ କରିବ?

ତୋ ରାଲି ତୋ ପାଖରେ ରଖ୍‌। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?

Khola Katha
ଗୃହକୁ ଆସୁନାହାନ୍ତି ଖାଲି ଘରେ ବସି ଭର୍ଚୁଆଲରେ ମୁହଁ ଦେଖାଉଛନ୍ତି ନବୀନ ବାବୁ

ପଶୁ ପରି ବଞ୍ଚୁଛନ୍ତି ଚାଷୀ। ନବୀନ ବାବୁଙ୍କ ଗଣତି ପୂର ଭୁଲ୍‌....ଚାଷୀ ଉତ୍ପାଦନ କରିବ ସରକାର ବାହାବାହା କାହିଁକି ନେବେ? ଗୃହରେ ଶାସକ ଦଳର ନେତା ଆସୁନାହାନ୍ତି ଆଉ ବିଧାୟକ ଆସିଲେ ନଆସିଲେ ପଚାରେ କିଏ? ଶୁଣନ୍ତୁ କଂଗ୍ରେସ ଦଳ ସମ୍ପର୍କରେ କଣ କହିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର

Yojanara Na Hariloot
ଦିନରେ ଦର୍ପଣ ଦେଖାଇ ଲୁଟ୍‌ କରୁଛନ୍ତି କୋଟି କୋଟି ଟଙ୍କାର ମୋରମ ଓ ମାଙ୍କଡ଼ା ପଥର...

ଦୁର୍ନୀତିର ସୀମା ପାର୍‌...ଦିନଦ୍ୱିପ୍ରହରେ ଦର୍ପଣ ଦେଖାଇ ଦର୍ପଣ ତହସିଲରୁ ଲୁଟ୍‌ ହେଉଛି ମାଙ୍କଡ଼ାପଥର ଓ ମୋରମ। ବାହାରକୁ କୋଟି କୋଟି ଟଙ୍କାରେ ଚୋରା ଚାଲାଣ ହେଉଛି ପଥର...ଦିନ ହେଉ କି ରାତି...ସବୁବେଳେ ଚାଲିଛି ଏମିତି ଚାଲାଣ। ସବୁ ଜାଣି ପ୍ରଶାସନ୍‌ ଚୁପ୍‌ ବସିଛି

Prerana
ଗାଁ ଲୋକଙ୍କ ପାଇଁ ଚାକିରି ଛାଡ଼ିଲେ, ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କଲେ...

ଗାଁ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ବିଦେଶରେ ଚାକିରି ଛାଡ଼ିଦେଲେ । ଏବେ ଓଡ଼ିଶାକୁ ଫେରି କୁକୁଡ଼ା ଓ ଛେଳି ଚାଷ କରୁଛନ୍ତି। ୧୨ ଏକର ଜମିକୁ ଲିଜ୍‌ ନେଇ ଚାଷ ଆରମ୍ଭ କରିଥିଲେ ଦେବଜାନୀ...ଆଉ ଏଇଠି ଆରମ୍ଭ ହୋଇଥିବା ଡି.କେ ଫାର୍ମ...

Ashara Aloka
କଳାକାରଙ୍କ ସହ ମଂଚରେ ନାଚୁଥିଲେ ସ୍ୱାମୀ...ଭିଡ଼ିଓ ଦେଖିବା ପରେ ସ୍ୱାମୀଙ୍କୁ କହିଲେ...

କଳାକାରଙ୍କ ସହ ଦିନେ ମଞ୍ଚରେ ଅଭିନୟ ସମୟରେ ନାଚୁଥିଲେ ସ୍ୱାମୀ। ଆଉ ନାଚିବାର ଭିଡ଼ିଓ ମୋବାଇଲରେ ଦେଖିବା ପରେ ତାଙ୍କୁ ସନ୍ଦେହ କରିଥିଲେ ସ୍ୱାମୀ। ଦେଖନ୍ତୁ ଏହା ପରେ ହେଲା କଣ?

Dr Sagar Pradhan
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ

ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ୨୦୨୨ ରେ ସ୍ଥାନ ପାଇଛନ୍ତି ।

 students fail to cross flooded
ସ୍କୁଲ ପିଲାଙ୍କ ଦୁଃଖ ଶୁଣୁଛି କିଏ? ଫେରିବା ବେଳକୁ ପାଣିରେ ଭର୍ତ୍ତି ହେଲା ନାଳ, ଗ୍ୟାରେଜ୍‌ ଡରି ଡରି କାଟିଲେ ରାତି

ସ୍କୁଲ ପିଲାଙ୍କ ଦୁଃଖ କାହାଣୀ। ପଢିବାକୁ ଗଲା ବେଳେ ପାଣି ନଥିଲା ହେଲେ ଫେରିବା ବେଳେ ନାଳ ପାଣିରେ ଭର୍ତ୍ତି ଥିଲା। ସାଇକେଲ ନେଇ ଆସିବାକୁ ଚେଷ୍ଟା କଲେ କିନ୍ତୁ ସାଇକେଲ ଭାସିଗଲା...ଉପାୟ ନପାଇ ନାଳ ସେପଟେ ଗ୍ୟାରେଜ୍‌ରେ ଡରି ଡରି କାଟିଲେ ରାତି।

Snigdharani Suna
ସାମ୍ନାକୁ ଆସୁଛି ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଆକ୍ସିଡେଂଟ୍‌ କରିଥିବା ଡ୍ରାଇଭର କାଳେ ମାଡାମଙ୍କ ପ୍ରେମିକ !

ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ...

Mamata Banerjee prepares Momo
ଗୁପ୍‌ଚୁପ୍‌ ପରେ ମୋମୋ ବିକିଲେ ଦିଦି...ଖାଇବାକୁ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍‌...

ପୁଣି ଚର୍ଚ୍ଚାରେ ମମତା ଦିଦି। ସେଦିନ ଗୁପ୍‌ଚୁପ୍‌ ବିକିଥିଲେ, ଏବେ ପୁଣି ରାସ୍ତା କଡରେ ସୁଆଦିଆ ମୋମୋ ଛାଣିଲେ। ଖାଇବାକୁ ରାସ୍ତାରେ ଲାଗିଲା ଲମ୍ବା ଲାଇନ୍‌...ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

News Fuse
ବୁନୁ ଭାଇଙ୍କ ହାତରେ ଏଡେ ଏଡେ ରସଗୋଲା ଦେଲା କିଏ?

ଆଲୋ ଆଲୋ...ବୁନୁଭାଇଙ୍କ ହାତରେ ଏଡେ ଏଡେ ରସଗୋଲା ଦେଲା କିଏ? ସେପଟେ କଣ ମେୟର ମାଡାମ କହିଲେଣି ମିଠା ଦେଖି କାହା ପାଟିରେ ଲାଳ ନଆସିବ ଯେ? ହଁ ସେଇ ମିଠା ଖାଇବା ପାଇଁ ତ କଂଗ୍ରେସ ଛାଡ଼ି ବିଜେଡି ଆଇଲ....

Marriage Contract
ବର କନ୍ୟା ମଧ୍ୟରେ ବିବାହର ଚୁକ୍ତିନାମା, ରହିଛି କୌତୁକିଆ ସର୍ତ୍ତ

ଚୁକ୍ତିନାମା କରାଇଛନ୍ତି ଦମ୍ପତିଙ୍କ ସାଙ୍ଗମାନେ । ସୋସିଆଲ ମିଡିଆରେ ଚୁକ୍ତିର ୪ କୋଟି ଭିୟୁ ।

  • Saturday, 16 July 2022
Elish Fish
ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।

Bear Attack
୩ ମଣିଷକୁ ମାରି ନିଜେ ମଲା ଭାଲୁ

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ

Bus Accident
ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍; ୨୯ ଆହତ

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି।

Flood Like Situation
ଫୁଲୁଛି ଗୋଦାବରୀ, ଜଳମଗ୍ନ ହେଉଛି ମୋଟୁ

ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।