/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657981031.jpg)
GST To Be Imposed On Puffed Rice
ଏଣିକି ମୁଢ଼ି, ଖଇ କିଣିଲେ ବି ଆପଣ ଗଣିବେ ଜିଏସ୍ଟି । ଆସନ୍ତା ୧୮ ତାରିଖ ବା ସୋମବାରଠାରୁ ପ୍ୟାକେଟ୍ ମୁଢ଼ି, ଖଇ ଆଦିରେ ଜିନିଷ ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁହେବ । ଜିଏସ୍ଟି ପରିଷଦ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।
Advertisment
ନିଷ୍ପତ୍ତି ଅନୁସାରେ, ପୂର୍ବରୁ ପ୍ୟାକେଟ୍ ଓ ଲେବଲ ହୋଇଥିବା ନନ୍ ବ୍ରାଣ୍ଡ୍ ଉତ୍ପାଦ ଯଥା ମୁଢ଼ି, ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି, ଓଟ୍ସ, ଆଦିରେ ୫ ପ୍ରତିଶତ ଜିଏସ୍ଟି ଲାଗିବ । ପୂର୍ବରୁ ଏ ଗୁଡ଼ିକରେ କୌଣସି ଜିଏସ୍ଟି ଲାଗୁ ନ ଥିଲା ।
/odishatv-khabar/media/post_attachments/uploadimage/library/free_files/jpg/mudhi_2022_07_16_074907.jpg)
କେବଳ ଏତିକି ନୁହେଁ ଏହା ବ୍ୟତୀତ ଏଲ୍ଇଡି ଲ୍ୟାମ୍ପ, କାଳି, ସାଇକେଲ ପମ୍ପ ଆଦିରେ ୧୮ ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ିବ । ଏମିତିକି ସୋମବାରଠୁ ସୋଲାର ୱାଟର ହିଟରରେ ୧୨ ପ୍ରତିଶତ ଜିଏସ୍ଟି ଗଣିବାକୁ ହେବ । ସେହିପରି ୧ ହଜାର ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମ୍ରେ ୧୨ ପ୍ରତିଶତ ଏବଂ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଅଣ-ଆଇସିୟୁ ହସ୍ପିଟାଲ ବେଡ୍ ପାଇଁ ୫ ପ୍ରତିଶତ ଜିଏସ୍ଟି ଲାଗୁ ହେବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)