• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକର ଧାମରା ଏବଂ ବାଲେଶ୍ୱର ଭୋଗରାଇର କୀର୍ତ୍ତନିଆରେ ଏବେ ମତ୍ସଜୀବୀଙ୍କ ଜାଲରେ ପଡୁଛି ଟନ୍ ଟନ୍ ଇଲିସି । ହେଲେ ଦର ଆକାଶଛୁଆଁ ରହିଛି । କିଲୋ ପିଛା ଦେଢରୁ ଦୁଇ ହଜାର ଟଙ୍କା ଇଲିସି ପାଇଁ ଆଗ୍ରହ ଅଧିକ ଥିଲେ ବି ଦର ଉଚ୍ଚା ଯୋଗୁଁ ଗ୍ରାହକ ନିରାଶ । ଦର ଶୁଣିଲେ ମୁଣ୍ଡ ଚକ୍କର ଖାଇଯାଉଛି । କିଲୋରୁ ଦେଢ କିଲୋ ଓଜନ ଇଲିସିର ଦାମ୍ ୧୫ଶହରୁ ୨ହଜାର ଟଙ୍କା । ଛୋଟ ଇଲିସି ଗୋଟାକୁ ୬ଶହରୁ ୭ଶହ । ତେଣୁ ଇଛା ଥିଲେ ବି ଉଚ୍ଚାଦର ଶୁଣି ଫେରିଯାଉଛନ୍ତି । ଗ୍ରାହକ ଆଉ, ସ୍ଥାନୀୟ ବ୍ୟବସାୟୀ କଲିକତା ଏବଂ ଖଡଗପୁରକୁ ପଠାଉଛନ୍ତି ଚାହିଦାରେ ଥିବା ବଡ ଇଲିସି । ସେପଟେ ଅଧିକ ଲାଭ ପାଇଁ ପଡୋଶୀ ପଶ୍ଚିମବଙ୍ଗକୁ ମାଛ ପଠାଉଛନ୍ତି ସ୍ଥାନୀୟ ବ୍ୟବସାୟୀ ।

ଭୋଗରାଇର କୀର୍ତ୍ତନିଆରେ ବି ସମାନ ସ୍ଥିତି । ସେଠାରେ ବି ଇଲିସି ଭରପୂର ଅନ୍ୟ ମାଛ ତୁଳନାରେ ଅଧିକ ଇଲିସି ପଡୁଛନ୍ତି ମତ୍ସ୍ୟଜୀବୀଙ୍କ ଜାଲରେ । ହେଲେ ଏଠାରେ ବି ଦର ଆକାଶଛୁଆଁ । କିଲୋ ପିଛା ୧୮ଶହରୁ ୨ ହଜାର ଅଧିକ ଦର ଯୋଗୁଁ ନା ଗ୍ରାହକ କିଣିପାରୁଛନ୍ତି ନା ଛୋଟ ବେପାରୀ ।ସେପଟେ ବ୍ୟବସାୟୀ ବଡ ବଡ ଇଲିସିକୁ କଲିକତାର ସିଆଲଦା, ଖଡଗପୁର ଏବଂ ମେଛଦା ଅଂଚଳକୁ ପଠାଉଛନ୍ତି ।

ଲଗାଣ ବର୍ଷା ଓ ପୂବେଇ ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି ଏବଂ ମତ୍ସଜୀବୀଙ୍କ ଜାଲରେ ପଡନ୍ତି । ଆଗାମୀ ଦିନରେ ଯଦି ଏଭଳି ପାଗ ଲାଗିରହେ ତେବେ ଅଧିକ ସଂଖ୍ୟାରେ ଇଲିସି ଜାଲରେ ପଡିବେ ଏବଂ ଦର ଟିକେ ଶସ୍ତା ହେବା ଆଶା କରାଯାଉଛି ।