Advertisment

ପାହାଡ଼ ଧସିଲା, ଗାଁରେ ପଶିଲା...ଲୋକେ ଛାନିଆ

ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି।

author-image
Rajalaxmi Sahoo
Heavy Rains Trigger Landslide In Gajapati

Heavy Rains Trigger Landslide In Gajapati

ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ଜାଙ୍ଗିଡିତୁଲ୍ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ଶୁକ୍ରବାର ଠାରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ସକାଳୁ ମଧ୍ୟ ବର୍ଷାର ପରିମାଣ କମିବାର ନାଁ ଧରୁ ନାହିଁ। ପ୍ରବଳ ବର୍ଷା ଯାଗୁ  ଗାଁ ନିକଟସ୍ଥ ପାହାଡ ଧସି ମାଟି ଅତଡା ଖସି ଗାଁରେ ପଶି ଥିଲା। ଫଳରେ ଗାଁରେ ପାଣିର ସୁଅ ଛୁଟିବା ସହ ମାଟି ଅତଡ଼ା ଖସି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ଲେଖାଯିବା ସୁଦ୍ଧା ଏବେ ବି ଗାଁରେ ପାଣିର ସୁଅ ଚାଲିଛି।

ଖବର ପାଇ ପ୍ରଶାସନିକ ଅଧିକାରୀ,ପୋଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବର୍ତ୍ତମାନ ଏହି ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାରେ ପାଣିର ସୁଅ ଚାଲିଥିବା ବେଳେ ମାଟି ଜମି ରହିଛି। ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଥମେ ଏହାକୁ ସଫା କରିବା ପରେ ଏଠାକାର ଲୋକଙ୍କୁ ଉଦ୍ଧାର କରାଯାଇ ସୋନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

Heavy Rainfall Landslide
Advertisment
Advertisment