Advertisment

ଆଶ୍ଚର୍ଯ୍ୟ ! ଆପେ ଆପେ ଗଡ଼ୁଛି ବାଇକ୍‌, ବିନା ଟେନ୍‌ସନ୍‌ରେ ଫୋନ୍‌ରେ ଗପୁଛନ୍ତି ଚାଳକ...

ବାଇକ୍ ଚଲାଉଛନ୍ତି ମିଷ୍ଟର ଇଣ୍ଡିଆ ! ପଛରେ ବସିଛନ୍ତି ଚାଳକ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Video of man riding pillion on bike without rider goes viral bike trending instagram reels viral

Video of man riding pillion on bike without rider goes viral bike trending instagram reels viral

ହାତକୁ ସ୍ପର୍ଶ ନକରି ଆପଣ ବାଇକ୍ ଚଳାଇ ପାରିବେ କି ? ପ୍ରଶ୍ନଟି ହୁଏତ ଅଜବ ଲାଗୁଥାଇପାରେ । ହେଲେ ଏପରି ଏକ ସମାନ୍ ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଯୁବକ ବାଇକ୍‌ର ହ୍ୟାଣ୍ଡେଲ୍ ନଛୁଇଁ ମଧ୍ୟ ଗାଡ଼ି ଚଳାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଭିଡ଼ିଓକୁ ଦେଖିଲେ ଆପଣ ବି ଏହା ଭାବିବେ ଯେ ଦୁନିଆରେ କିଛି ବି ଅସମ୍ଭବ ନାହିଁ ।

Advertisment

ଭାଇରାଲ୍‌ ହୋଇଥିବା ଏହି ଭିଡ଼ିଓରେ ଜଣେ ଯୁବକ ଏକ ଚଳନ୍ତା ଗାଡ଼ି ପଛରେ ବସିଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଗାଡ଼ିରେ କେହି ଚାଳକ ନଥାଇ ବି ତାହା ସଠିକ୍‌ ଭାବରେ ଚାଲୁଛି । ସତେ ଯେପରି କେହି ଜଣେ ଆଗ ସିଟ୍‌ରେ ବସି ଗାଡ଼ିକୁ ଚଲାଉଛନ୍ତି । ଯୁବକଙ୍କୁ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଜୁବ ହୋଇଯାଇଛନ୍ତି । ଏହାସହ ସେମାନେ ଏହି ଅଜବ ଢ଼ଙ୍ଗର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ୍‌ କରିଦେଇଛନ୍ତି । ଯାହା ଏବେ ସୋସିଆଲ୍‌ ମିଡିଆର ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓ :-

Advertisment

ଭିଡ଼ିଓଟି ଅବିକଳ ଅନିଲ୍ କପୁରଙ୍କ ଅଭିନୀତ ମିଷ୍ଟର ଇଣ୍ଡିଆ (Mr. India) ଚଳଚିତ୍ରର କାହାଣୀ ସହ ମିଶୁଥିବାରୁ ଏହାକୁ କେତେକ ଲୋକ ‘ମିଷ୍ଟର ଇଣ୍ଡିଆ’ ମଧ୍ୟ କହୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି । ଏହାକୁ ପ୍ରାୟ ୨୪.୩ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବାବେଳେ ୧.୮ ମିଲିୟନ ଲୋକ ଭିଡ଼ିଓଟିକୁ ଲାଇକ୍‌ କରିଛନ୍ତି ।

ତେବେ ଯୁବକ ଜଣକ ଏପରି ଗାଡ଼ି ଚଲାଇ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଗନ କରିଛନ୍ତି । କେବଳ ଏତିକି ନୁହେଁ ଏପରି ଗାଡ଼ି ଚଳାଇବା ଦ୍ୱାରା ନିଜ ଓ ରାସ୍ତାରେ ଯାଥିବା ଅନ୍ୟ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ହୋଇଥାଏ । ତେଣୁ ରାସ୍ତାରେ ଏପରି ଅଜବ ଢ଼ଙ୍ଗରେ ଗାଡ଼ି ନ ଚଲାଇ ସାବଧାନ ଓ ସଠିକ୍‌ ଢ଼ଙ୍ଗରେ ଗାଡ଼ି ଚଲାଇବା ଉଚିତ୍ ।

Trending Video
Advertisment
Advertisment