• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ganjam student stages novel protest
ସ୍କୁଲ୍ ଆଗରେ ଚଣା ବିକିଲା ଷଷ୍ଠ ଶ୍ରେଣୀ ଛାତ୍ର...

ନିଜ ପାଖ ଗାଁରେ ପାଠ ପଢ଼ିବ ବୋଲି ପିଲାଟି ଦୂର ଗାଁର ସ୍କୁଲରୁ TC ଧରି ଆସିଲା। ହେଲେ ନିଜ ଗାଁ ସ୍କୁଲରେ ନାଁ ଲେଖାଇ ପାରିଲାନି। ତାକୁ କାଳେ ଲାଞ୍ଚ ମଗା ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସେଇଥିପାଇଁ ପିଲାଟି ସ୍କୁଲ୍ ସାମ୍ନାରେ ଚଣା ବିକି ପ୍ରତିବାଦ କରୁଛି।

Girl ties knot with Divyang
ଦିବ୍ୟାଙ୍ଗ ପ୍ରେମିକଙ୍କ ହାତ ଧରିଲେ, ଅଢ଼େଇ ଲକ୍ଷ ପୁରସ୍କାର ପାଇଲେ

ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଆଉ ଆଜି ଚର୍ଚ୍ଚା ପୁଣି ବଢ଼ିଛି। ମିସ୍ କଲ୍ ରୁ ପ୍ରେମ ହେଲା। ପ୍ରେମ ବିବାହର ରୂପ ନେଲା। ସରକାରଙ୍କ କାନରେ ଏ ଖବର ପଡ଼ିବା ପରେ ଉଭୟଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶୀ ମିଳିଲା। ଏବେ ସମସ୍ତେ କହୁଛନ୍ତି ସାବାସ୍ ଚାନ୍ଦିନୀ...

Amid Kotia row, Andhra to construct new road near Odisha village
ଆନ୍ଧ୍ରର କୋଟିଆ ଲୋଭ, ୧୧ କୋଟି ଖର୍ଚ୍ଚରେ ତିଆରି ହେବ ରାସ୍ତା

କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Special story
ଦିବ୍ୟାଙ୍ଗ ପ୍ରେମିକଙ୍କ ହାତ ଧରିଲେ ଚାନ୍ଦିନୀ : ନିରୋଳା ପ୍ରେମ ପାଇଁ ଅଢ଼େଇ ଲକ୍ଷ ଉପହାର ଦେଲେ ସରକାର

ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଏବେ ପୁଣି ସେମାନେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

Special story
ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା : ପରିଚାଳନା ପାଇଁ ୫୬୩ ନୂଆ ପଦବୀ ସୃଷ୍ଟି

ନୂଆ ଥାନା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

G Udayagiri Police Station SI Found Hanging
ସରକାରୀ କ୍ୱାର୍ଟର୍ସରୁ ମିଳିଲା ମହିଳା SIଙ୍କ ଝୁଲନ୍ତା ମୃତଦେହ

କେଉଁ ପରିସ୍ଥିତିରେ ମହିଳା SIଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ନି। ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।

Ban on single-use plastic: Odisha CS orders strict enforcement
ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟାନ୍‌: ଆଇନ୍‌ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି। 

Youth Reportedly Jumps Into Mahanadi River
ବ୍ରିଜ୍‌ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି।

One More Elephant Dies Allegedly After Falling Into Poachers' Trap In Angul
ବାର୍‌ହା ଶିକାର ପାଇଁ ପଡ଼ିଥିଲା ବିଦ୍ୟୁତ୍‌ ଫାଶ, ହେଲେ ପଡ଼ିଗଲା ହାତୀ...

ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍‌ ଚାର୍ଜ କରି ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍‌ ଫାଶରେ ପଡ଼ି ଯାଇଥିଲା।

school puts future of students in dark
ବାଃ ବାଃରେ 5T ! ୭ବର୍ଷ ହେଲା ମନ୍ଦିରରେ ଚାଲିଛି ସ୍କୁଲ୍

ଏମିତି ସ୍କୁଲ ଆପଣ ଜୀବନରେ ଦେଖିନଥିବେ। ଯେଉଁଠି ଠାକୁର, ସେଇଠି ସ୍କୁଲ୍। ଭକ୍ତ ଆସି ପୂଜାପାଠ କରୁଛନ୍ତି, ଘଣ୍ଟି ବଜାଉଛନ୍ତି। ଆଉ ସେଇଠି ଠାକୁରଙ୍କ ଆଗରେ ବସି ପାଠ ପଢୁଛନ୍ତି ଛୋଟ ଛୋଟ ପିଲା। ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।

News Fuse
ନେତାଙ୍କ ବନ୍ୟା ବୁଲା, ଲାଗିଛି ପାଲା

ଲୋକ ବନ୍ୟା ପାଣିରେ ବୁଡ଼ି ଗଲେଣି ତୁମକୁ ଖେଳ ଘର ଲାଗିଛି ଆଉ? ତମ ଗୋଡ଼ରେ ଏମିତି କାଦୁଅ ନାଗା ଯାଉଛି?

Opposition parties target BJD over vacancy in govt posts
ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ: କାହିଁକି ଏମିତି ସ୍ଥିତି ?

ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା। ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ। କାହିଁକି ଏମିତି ସ୍ଥିତି ? ଓଟିଭି ହାତରେ ଲାଗିଥିବା ସରକାରୀ ଚିଠିରୁ ସାମ୍ନାକୁ ଆସିଛି ଏହାର ସବୁଠୁ ବଡ଼ କାରଣ। ସେଇଟା ହେଉଛି ବିଭାଗଗୁଡ଼ିକର ଚରମ ଅବହେଳା। 

Special story
ସ୍ମାର୍ଟ ସିଟିରେ ଏବେ ଲୋକଙ୍କୁ ଘାରିଛି ଅଳିଆ ଟେନସନ୍ : ଆବର୍ଜନା ହଟାଇବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ସ୍ଥିତି କାଲି ଥିଲା ଯାହା ଆଜି ବି ତାହା । କେଉଁଠୁ ଆବର୍ଜନା ଉଠୁଛି ତ ଆଉ କେଉଁଠି ଉଠୁନି ।

Vacant Seat Abolished
ସରକାରୀ ନିଯୁକ୍ତି ରାସ୍ତାରେ ବାଟ ଓଗାଳୁଛନ୍ତି ସରକାରୀ ବାବୁ

୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। 

Special story
ଚାଟ୍ ଖୋଲିବ କି ଶ୍ୱେତା ମୃତ୍ୟୁର ଗୁମର ? ବିବାହ ଟାଳିବାକୁ ନାନା ଆଳ କରିଥିଲେ ସୌମ୍ୟଜିତଙ୍କ ପରିବାର

ପ୍ରଥମେ ଫୋନ କଲ ରେକର୍ଡିଂ, ପରେ ଡାଏରୀ ଆଉ ଏବେ ଶ୍ୱେତା-ସୌମ୍ୟଜିତ ସସପେନ୍ସର ପରଦା ହଟାଉଛି ହ୍ୱାଟ୍ସଆପ୍ ଚାଟ୍

Special story
ଜଳବନ୍ଦୀ ଅସହାୟ ମହିଳା : ଦୁଃଖ ଶୁଣିବାକୁ କେହି ନାହାନ୍ତି 

ଲଗାଣ ବର୍ଷା ହେବା ପରେ ତାଙ୍କ ଘର ଚାରିପଟେ ବର୍ଷା ପାଣି ଜମି ରହିଛି । ପାଣି ଭିତରେ ଜୀବନ କାଟୁଛନ୍ତି ମହିଳା ।

ADR Report
ପ୍ରକାଶ ପାଇଲା ଏଡିଆର୍ ରିପୋର୍ଟ...ଜାଣନ୍ତୁ ଅଜଣା ସୂତ୍ରରୁ କେଉଁ ଦଳକୁ ମିଳିଛି କେତେ ଅନୁଦାନ

ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।

ଅଳିଆ ପଡୁଛି, କିନ୍ତୁ ଉଠେଇବାକୁ କେହି ନାହାଁନ୍ତି। ଏ ଦୃଶ୍ୟ ହେଉଛି ବରଗଡ଼ କେନାଲ୍ ରୋଡ୍‌ ଅଞ୍ଚଳର।
ଚାଲ ବୁଲିଯିବା ଆମ ସ୍ମାର୍ଟ ସିଟି...ଦୃଶ୍ୟ ଦେଖିବା, ଫିଟେଇବାନି ପାଟି...

ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି, ହେଲେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସ୍ମାର୍ଟ ଅଳିଆ ଗଦା ଦେଖିବାକୁ ମିଳୁଛି। ବିଏମ୍‌ସି କହୁଛି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।

Smoke Engulfs Plastic Surgery Ward Of Berhampur MKCG Hospital
ବ୍ରହ୍ମପୁର MKCG ମେଡିକାଲ୍‌ରେ ଅଗ୍ନିକାଣ୍ଡ, ଭୟରେ ବାହାରକୁ ଚାଲି ଆସିଲେ ରୋଗୀ

ବ୍ରହ୍ମପୁର MKCG ମେଡିକାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗି ଧୂଆଁ ବାହାରୁଥିବା ସୂଚନା ମିଳିଛି।

SuryaMahal
ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଐତିହାସିକ ସୂର୍ଯ୍ୟମହଲ

ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ।

Women take out march in protest against liquor business and drinkers in Gajapati district
ତେଜିଲା ମଦ ବିରୋଧି ଅଭିଯାନ: ଏଣିକି ମଦ ପିଇଲେ କିମ୍ବା ବିକିଲେ ରାସନ୍‌ କାର୍ଡ କଟିବ !

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।

Spirit of girl
‘ମୋ ମାଆକୁ ଟିକେ ଦେଖିବି... ମତେ ସେମାନେ ମାରିଦେଲେ’

ପ୍ରେତାତ୍ମା କାନ୍ଦୁଛି। କାନ୍ଦି କାନ୍ଦି କହୁଛି ହତ୍ୟା କାହାଣୀ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ। ଗତ ମାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ହତ୍ୟା ଘଟଣା ପରେ ଗାଁରେ ଏବେ ଆଉ ଜଣେ ଯୁବତୀଙ୍କଠାରେ ମୃତ ଛାତ୍ରୀର ପ୍ରେତାତ୍ମା ଲାଗିଛି ବୋଲି ଲୋକେ କହୁଛନ୍ତି। ଏମିତି ଅନ୍ଧବିଶ୍ୱାସକୁ ଆମେ ପ୍ରଶ୍ରୟ ଦେଉନାହୁଁ।

Subarnarekha flood
ଘରେ ପାଣି, ମୁଁ ଉପରେ ଜଗି ବସିଛି

ଜୀବନ ବେଳେ ବେଳେ ଏମିତି କଷ୍ଟ ଭୋଗେ। ପାଣି ଘେରରେ ଥାଇ ବି ପିଇବାକୁ ମୁନ୍ଦେ ପାଣି ମିଳେ ନାହିଁ। ଜନିଷପତ୍ର ଧରି ଆଜବେଷ୍ଟର୍ସ ଉପରେ ବସିବାକୁ ପଡ଼ିପାରେ... ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲାର

patient carried on tractor
ଟ୍ରାକ୍ଟର ଡାଲାରେ ଖଟିଆ, ଖଟିଆ ଉପରେ ରୋଗୀ !

ଆଜି ଆଖି କଣ ନ ଦେଖିଲାରେ ନାରଣ। ଆମ୍ୱାଲାନ୍ସ କୁଆଡେ ଗଲା କିରେ। ଟ୍ରାକ୍ଟର ଉପରେ କାହିଁକି ଆସୁଛି ରୋଗୀ !