Advertisment

ସରକାରୀ ନିଯୁକ୍ତି ରାସ୍ତାରେ ବାଟ ଓଗାଳୁଛନ୍ତି ସରକାରୀ ବାବୁ

୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

author-image
Chandan Shishu
ଅଦ୍ୟତନ ହୋଇଛି
Vacant Seat Abolished

Vacant Seat Abolished

ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା। ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ। କାହିଁକି ଏମିତି ସ୍ଥିତି ? ଓଟିଭି ହାତରେ ଲାଗିଥିବା ସରକାରୀ ଚିଠିରୁ ସାମ୍ନାକୁ ଆସିଛି ଏହାର ସବୁଠୁ ବଡ଼ କାରଣ। ସେଇଟା ହେଉଛି ବିଭାଗଗୁଡ଼ିକର ଚରମ ଅବହେଳା। କେଉଁ ବିଭାଗରେ କେତେ ପଦବୀ ଖାଲି ରହିଛି ବିଭାଗଗୁଡ଼ିକ ସେ ତଥ୍ୟ ରିକ୍ୟୁଟ୍‌ମେଣ୍ଟ ସେଲକୁ ଦେଉନଥିବାରୁ ହୋଇପାରୁନି ନିଯୁକ୍ତି। ତେଣୁ ଏନେଇ ସଂପୂର୍ଣ୍ଣ ତଥ୍ୟ ଦେବାକୁ ସମସ୍ତ ବିଭାଗଗୁଡ଼ିକୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Advertisment

୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ଖାଲି ପଡିଥିବା ସବୁ ସରକାରୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବାରୁ ୭ ଦିନ ମଧ୍ୟରେ ସବୁ ତଥ୍ୟ ଦେବାକୁ କୁହାଯାଇଛି। ଅନ୍ୟପଟେ ସାଧାରଣ ପ୍ରସାଶନ ପକ୍ଷରୁ ମଧ୍ୟ ଆଉ ଏକ ଚିଠିରେ ସବୁ ବିଭାଗକୁ ଏନେଇ ସତର୍କ କରାଯାଇଛି। ମାର୍ଚ୍ଚ ମାସରୁ ସାଧାରଣ ପ୍ରସାଶନ ପକ୍ଷରୁ ସବୁ ବିଭାଗକୁ ବାରମ୍ବାର ତଥ୍ୟ ମଗାଯାଇଥିଲେ ମଧ୍ୟ ଅନେକ ବିଭାଗ ତଥ୍ୟ ଦେଇନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ସାଧାରଣ ପ୍ରଶାସନ ସ୍ବତନ୍ତ୍ର ସଚିବ।

କ୍ରୀଡା ଓ ଯୁବ ବ୍ୟାପାର ଭଳି ବିଭାଗ ଏବେ ସୁଦ୍ଧା କୌଣସି ତଥ୍ୟ ଦେଇନଥିବା ବେଳେ ଅନେକ ବିଭାଗ ସଂପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି। ତେଣୁ କିଛି ବିଭାଗ ଦେଇଥିବା ୬୭ ହଜାର ୮୭୪ ଖାଲି ପଦବୀ ମଧ୍ୟରୁ ୩୬ ହଜାର ୭୦୦ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। ହେଲେ ଏଠି ପ୍ରଶ୍ନ ନିଯୁକ୍ତି ଭଳି ପ୍ରସଙ୍ଗରେ ବିଭାଗଗୁଡ଼ିକର ଏଭଳି ଖାମଖିଆଲି ନୀତି କାହିଁକି ? ସରକାରୀ ନିର୍ଦ୍ଦେଶକୁ ସରକାରୀ ଅଧିକାରୀ ନମାନିବା ପଛର କାରଣ କଣ ? ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଚାକିରୀ ଆଶାୟୀ ଯୁବକ।

Advertisment

୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅନ୍ୟ ପଟେ ତଥ୍ୟ କହୁଛି ରାଜ୍ୟରେ ପ୍ରାୟ ୨୨ ଲକ୍ଷ ୫୭ ହଜାର ପିଲା ରେଜିଷ୍ଟ୍ରେସନ କରି ଚାକିରୀ ଅପେକ୍ଷାରେ ଅଛନ୍ତି। ତେଣୁ ଏମିତି ସ୍ଥିତିରେ ବିଭାଗ ଗୁଡିକର ଏଭଳି ସ୍ଥାଣୁ ମନୋଭାବକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେପି। ଏଭଳି ସ୍ଥିତିରେ ୨୦୨୩ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଶତପ୍ରତିଶତ ଖାଲ ପଦବୀ ପୂରଣ ଲକ୍ଷ୍ୟ କିଭଳି ହାସଲ ହେଉଛି, ତାକୁ ଅପେକ୍ଷା।

ରିପୋର୍ଟ: ଜଗଦୀଶ ଦାସ, ସୌମ୍ୟ ରଞ୍ଜନ ସାହୁ

Vacant Seat Abolished
Advertisment
Advertisment