• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳା ସଫ୍ଟେୱେର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରୁ ଏଯାଏଁ ରହସ୍ୟ ଉଠିନଥିବାବେଳେ ଏବେ ସାମ୍ନାକୁ ଆସିଛି ହ୍ୱାଟ୍ସଆପ୍ ଚାଟ୍ । ଶ୍ୱେତାଙ୍କ ଗୋଟିକ ପରେ ଗୋଟିଏ ଚାଟ୍ ବଢାଉଛି ମୃତ୍ୟୁ ରହସ୍ୟର ଚାଞ୍ଚଲ୍ୟ । ପ୍ରେମିକ ସୌମ୍ୟଜିତଙ୍କ ମାଆଙ୍କ ପାଖକୁ ଶ୍ୱେତା ପଠାଇଥିବା ଚାଟିଂରେ ଉଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ ସମ୍ପର୍କରେ ଫାଟ ହୋଇଥିବା ଜଣାପଡିଛି । ଏମିତିକି କ୍ଷୁବ୍ଧ ଶ୍ୱେତା ଟଙ୍କା ଫେରାଇ ସେଟଲ କରିବାକୁ ଦାବି କରିଥିବା ଚାଟରୁ ସ୍ପଷ୍ଟ ହୋଇଛି । ସେପଟେ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟ , ସାଙ୍ଗମାନଙ୍କୁ ଜେରା ସହ ଚାଟକୁ ନେଇ ମଧ୍ୟ ଖୋଲତାଡ କରୁଛି ପୋଲିସ ।

ପ୍ରେମିକ ସୌମ୍ୟଜିତଙ୍କ ମାଆଙ୍କ ପାଖକୁ ଶ୍ୱେତା ପଠାଇଥିବା ଚାଟ୍ ଚାଟରୁ ମିଳିଛି ଉଭୟ ଶ୍ୱେତା ଓ ସୌମ୍ୟଜିତଙ୍କ ମଧ୍ୟରେ ହୋଇଥିବା ଟଙ୍କା କାରବାରରୁ ହୋଇଥିବା ସମ୍ପର୍କରେ ଫାଟର ସୁରାଗ୍ । ଏପରିକି ଟଙ୍କା କାରବାରକୁ ନେଇ ସୌମ୍ୟଜିତଙ୍କ କାର୍ଯ୍ୟକଳାପରେ ଗଭୀର ଭାବେ କ୍ଷୁବ୍ଧ ଥିବା ଶ୍ୱେତା ଟଙ୍କା ଫେରାଇ ସେଟଲ କରିବା ନେଇ ସୌମ୍ୟଙ୍କ ମାଙ୍କୁ ବାରମ୍ବାର ଚାଟରେ କହିଛନ୍ତି । ଚାଟରେ ଶ୍ୱେତା ସୌମ୍ୟଙ୍କ ମାଙ୍କୁ ଲେଖିଛନ୍ତି ଆପଣଙ୍କ ପୁଅ ମୋବାଇଲ ପାଇଁ ମୋଠୁ ୧୨ ହଜାର ଟଙ୍କା ନେଇଥିଲେ । ଆହୁରି ମଧ୍ୟ ଲେଖିଛନ୍ତି ଚାକିରୀ ଛାଡିବାପରେ ମୋ ରୁମରେ ବିନା ରେଣ୍ଟ ଏବଂ ଇଲେକଟ୍ରିସିଟି୍ ବିଲ ଦେଇ ପଡିକି ଥିଲେ । ଆଉ ମୋତେ ମିଛ ଡ୍ରାମା କରୁଛନ୍ତି କି ମୋତେ ବହୁତ କିଛି ଦେଇଛନ୍ତି । ଯଦି ଦେଉଥିଲେ ତାହେଲେ RD,FD କେମିତି ବନଉଥିଲେ । ମୋତେ ଏବେ କହୁଛନ୍ତି ଯେଉଁ ଜୋତା ଆଉ ଟି-ସର୍ଟ ଦେଇଥିଲି ନେଇଯା, ମୁଁ ନେଇ କଣ କରିବି ମୋତେ ସେଇ ପଇସା ଦେଇଦିଅନ୍ତୁ । ଆହୁରି ମଧ୍ୟ ଲେଖିଛନ୍ତି ହଷ୍ଟେଲ ଯିବା ଆଗରୁ ବହୁତ କିଛି ମୋ ପଇସାରେ ନେଇକି ଯାଇଛି । ଆଉ ହଷ୍ଟେଲ ଗଲା ପରେ ବି ନେଇଛି । ତେଣୁ ଆପଣ ପଇସା ଦେଇଦିଅନ୍ତୁ ବୋଲି ଚାଟରେ ଦାବି କରିଥିଲେ ଶ୍ୱେତା । ଚାଟରେ ଶ୍ୱେତା ଚେତାବନୀ ମଧ୍ୟ ଦେଇଥିଲେ ଯେ ଆଗକୁ ଯଦି ଫାଇଦା ନେଇକି ଛାଡିବାର ଥାଏ ମୋ ଭଳି ଝିଅଙ୍କ ସମୟ ନଷ୍ଟ ନକରୁ ।

ପୂର୍ବରୁ ଉଭୟଙ୍କ ବାହାଘରକୁ ନେଇ ସୌମ୍ୟଙ୍କ ପରିବାର କିଭଳି ଆଡେଇ ଯାଇଥିଲେ, ଶ୍ୱେତାଙ୍କ ପରିବାର ଅଭିଯୋଗ କରିଥିଲେ । ଆଉ ଏବେ ଶ୍ୱେତାଙ୍କ ଚାଟରୁ ଜାତକ ଆଳର ଲିଙ୍କ ବି ମିଳିଛି । ଚାଟରେ ଶ୍ୱେତା ଲେଖିଛନ୍ତି ଆପଣ ବି ଝିଅ ହିସାବରେ ଅନ୍ୟ ଝିଅଙ୍କ ସହ ଜାତକ ଗେମ୍ ଖେଳିବା ବନ୍ଦ କରନ୍ତୁ । ଏଥିରୁ ପ୍ରଶ୍ନ ଉଠୁଛି ଯେ ଜାତକ ମେଳ ହେଉନଥିବା ଆଳ ଦେଖାଇ ବାହାଘରକୁ ଏଡାଇବାକୁ ବସିଥିଲେ କି ସୌମ୍ୟଙ୍କ ପରିବାର ଲୋକେ? ନିଜ ସହ ଅନ୍ୟ ୪ ଜଣ ଝିଅଙ୍କ ନାଁ ନେଇ ଆଉ କେତେଜଣ ଝିଅଙ୍କ ଜୀବନ ସହିତ ସୌମ୍ୟଜିତ ଖେଳିବ ବୋଲି କ୍ଷୋଭର ସହ ପ୍ରଶ୍ନ କରିଛନ୍ତି ଶ୍ୱେତା ।

ଏପଟେ ଉଭୟ ଶ୍ୱେତା ଓ ସୌମ୍ୟଜିତଙ୍କ ବ୍ୟାଙ୍କ ଆକାଉଣ୍ଟ , ସାଙ୍ଗ ମାନଙ୍କୁ ପଚରାଉଚରା କରିବା ସହ ଚାଟକୁ ନେଇ ମଧ୍ୟ ଖୋଳତାଡ କରୁଛି ପୋଲିସ । ଶ୍ୱେତାଙ୍କ ଜଣେ ସାଙ୍ଗଙ୍କୁ ପୋଲିସ ପଚରାଉଚର କରିଥିବା ଜଣାପଡିଛି ଉଭୟଙ୍କ ମଧ୍ୟରେ ଥିବ ପ୍ରେମ, ସମ୍ପର୍କ ଓ ମନୋମାଳିନ୍ୟକୁ ପ୍ରଶ୍ନ କରିଥିବା କହିଛନ୍ତି ଶ୍ୱେତାଙ୍କ ସାଙ୍ଗ ।

ଶ୍ୱେତାଙ୍କୁ ନ୍ୟାୟ ଦେବାକୁ ତାଙ୍କ ପରିବାର ଲୋକେ ଇତିମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଦାବି କରିଛନ୍ତି । ତେବେ ଶ୍ୱେତାଙ୍କ ପରିବାର ଆଣିଥିବା ଅଭିଯୋଗ ନେଇ ସୌମ୍ୟଙ୍କ ପରିବାରର ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।