• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର ଚାରିପଟେ ପାଣି ହିଁ ପାଣି । ଆଉ ପାଣି ମଝିରେ ଘର । ନା ଘର ଭିତରେ ରହି ହେଉଛି, ନା ଘର ବାହାରକୁ ଯାଇ ହେଉଛି । ଜଳବନ୍ଦୀ ଭାବେ ୨ ସପ୍ତାହ ଧରି ଜୀବନ କାଟୁଛନ୍ତି ଜଣେ ଅସହାୟ ମହିଳା । ଏଭଳି ଚିତ୍ର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଗମାଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି । ଆଉ ଜଳବନ୍ଦୀ ଭିତରେ ଅତି ବିପଦଜ୍ଜନକ ଜୀବନ କାଟୁଛନ୍ତି ସେହି ଗ୍ରାମର ସଞ୍ଜବତୀ ପ୍ରଧାନ ।

ସଞ୍ଜବତୀ ପ୍ରଧାନଙ୍କ ପରିବାର କହିଲେ ସେ ହିଁ ଜଣେ । ଲଗାଣ ବର୍ଷା ହେବା ପରେ ତାଙ୍କ ଘର ଚାରିପଟେ ବର୍ଷା ପାଣି ଜମି ରହିଛି । ଘରେ ପାଣି ପଶିଯିବା ଫଳରେ ରୋଷେଇ ବନ୍ଦ ରହିଛି । ଏମିତି କି ସେ ଘରେ ମଧ୍ୟ ଶୋଇ ପାରୁନାହାନ୍ତି । ପାଣି ଜମି ରହିଥିବା ଯୋଗୁ ସାପ ମାନଙ୍କର ଭୟ ରହିଛି । ଏଭଳି ସମସ୍ୟା ଭିତରେ ପାଣି ନିଷ୍କାସନ ହୋଇ ପାରୁନଥିବା ଯୋଗୁ ସେ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି । ପାଣି କିଭଳି ନିଷ୍କାସନ ହେବ, ସେ କେମିତି ଭଲରେ ରହିବେ, ସେ ନେଇ ଏବେ ଚିନ୍ତାରେ । ତାଙ୍କ ସମସ୍ୟା ପ୍ରତି ସତେ ଯେମିତି ପ୍ରଶାସନ କିମ୍ବା ଜନ ପ୍ରତିନିଧି ଆଖି ବୁଜି ଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ତାଙ୍କ ପାଖକୁ ଆସିଥିଲେ ମଧ୍ୟ ସେ କୌଣସି ପ୍ରତିକାର କରିନଥିବା ଦେଖିବାକୁ ମିଳିଛି ।

ଏହା ସହ ଘର ସାମ୍ନାରେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ମଧ୍ୟ ପାଣି ଯିବା ପାଇଁ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି । ଜୀବନରେ ଏକୁଟିଆ ହୋଇଯାଇଥିବା ସଞ୍ଜବତୀ ପ୍ରଧାନ ନିଜ ସମସ୍ୟା ନେଇ କାହା ପାଖକୁ ଯିବେ, କଣ କରିବେ , ସେ କଥା ମଧ୍ୟ ନିଜେ ଜାଣିନାହାନ୍ତି । ଅନ୍ୟପଟେ ଏ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ବାଲିଗୁଡ଼ା, ଅଜିତ ନାୟକ