• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରତିଭା ଆଗରେ ହାର ମାନେ ବୟସ,ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରେଢାଖୋଲର ବୃଦ୍ଧ ଦମ୍ପତି ।  ବୟସର ଅପରାହ୍ନରେ ଉଭୟ ୟୁଟ୍ୟୁବ୍ରେ କରୁଛନ୍ତି କମାଲ୍ । ବିଭିନ୍ନ ପ୍ରକାରର ପୁରୁଣା ଦେଶୀ ଖାଦ୍ୟ ହାଣ୍ଡିଶାଳରେ ରୋଷେଇ କରି ତାକୁ ଭିଡିଓ କରି ୟୁଟ୍ୟୁବ୍ରେ ପୋଷ୍ଟ କରନ୍ତି । ଏବେ ତାଙ୍କର ୟୁଟ୍ୟୁବ୍ରେ ଆଠଲକ୍ଷ ସବସ୍କ୍ରାଇବର । ଏପରିକି ଉଭୟ ୟୁଟ୍ୟୁବ୍ରୁ ସିଲଭର ପ୍ଲେ ବଟମ ମଧ୍ୟ ପାଇସାରିଛନ୍ତି। 

ରେଢାଖୋଲ ଏନଏସିର ପୋଡାବଲଣ୍ଡା ଗାଁର ଅଜା ତ୍ରିନାଥ ସାହୁ ,ବୟସ ୮୮ । ତାଙ୍କ ପତ୍ନୀ ଶଶି ସାହୁ ,ବୟସ ୮୫ । ଆଜିବି ଚଳଚଂଚଳ ଉଭୟ ।  ଝାଟିମାଟି ରୋଷେଇ ଘରେ ଅଜାଆଇଙ୍କ ବିଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ କରି ୟୁଟ୍ୟୁବରେ ପୋଷ୍ଟ କରନ୍ତି । ଏବେ ଅଜା କିଚେନ ନାମକ ଚାନେଲ ୟୁଟ୍ୟବୁରେ ଛାଇ ରହିଛି । ଭଳିକି ଭଳି ସାଧାରଣ ଦେଶୀ ଖାଦ୍ୟ ,ଦେଶୀ ପଦ୍ଧତିରେ ରୋଷେଇ କରି ବେଶ୍ ଚର୍ଚ୍ଚାରେ  ବୃଦ୍ଧ ଦମ୍ପତି । ତେବେ ଏଥିରେ ନାତି ସୁଧାଂଶୁ ସାହୁ ତାଙ୍କୁ ସହଯୋଗ କରନ୍ତି । ରୋଷେଇ, କମେଡି,ସଟ୍ ଭିଡିଓ ଓ ଗୀତ ନିର୍ମାଣ କରି  ଅଜା କିଚେନରେ ପୋଷ୍ଟ କରି ଗତ କିଛିମାସ ଭିତରେ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି । 

ସବୁଠୁ ବଡକଥା ହେଲା ଏହି ବୟସରେ ନାତିର କ୍ୟାମେରା ଆଗରେ ହସିହସି ନିଜର ପ୍ରତିଭାକୁ ଦେଖାଉଛନ୍ତି ଆଜା ଆଇ । ବିଶେଷ ଭାବରେ ସୋସିଆଲ ମିଡିଆଟି ଯୁବବର୍ଗ ପାଇଁ ଅଧିକ ବ୍ୟବହାର ହେଉଥିବା ବେଳେ ଏପରି ବୃଦ୍ଧ ଅଜାଆଇଙ୍କ ପ୍ରତିଭାକୁ  ଯେ ଦର୍ଶକ ଏତେ ପସନ୍ଦ କରିବେ ତାହା କଳ୍ପନା ବାହାରେ ଥିଲା । ଏବେ ଛୋଟରୁ ବଡ ଯିଏ ଦେଖୁଛି ଅଜା କିଚେନ ବୋଲି ଡାକୁଛିି ବୋଲି କୁହନ୍ତି ଅଜା ଓ ଆଇ।
ପରିଣତ ବୟସରେ ବି ନିଜ କାମ ନିଜେ କରନ୍ତି, ବୟସର ଟିକିଏ ବି  ଛାପ ନାହିଁ ଏମାନଙ୍କ ଦେହରେ । 

ଶିଳପୁଆରେ ବେସର ବାଟିବା,ପିଆଜ,ପନିପରିବା କାଟିବା, ଶାଗ ବାଛିବା, କାଠଚୁଲି ଫୁଙ୍କି ନିଆଁ ଲଗାଇ ରୋଷେଇ କରିବା , ସବୁ କାମ ଅଜା ଆଇ ମିଶି କରନ୍ତି । ବଗିଚାର ଯତ୍ନ ନେବା, ମଣିଙ୍ଗ ୱାର୍କ କରିବା ସହ ରୋଷେଇ ପ୍ରତି ଥିବା ରୁଚି ଏମାନଙ୍କୁ ଆଣିଦେଇଛି ରୋଜଗାରର ବାଟ । ଅକ୍ଟୋବର ୬,୨୦୨୧ ରେ ଅଜା କିଚେନ  ଚାନେଲ ଖୋଲିଥିଲେ ଏମାନେ।

ନାତି ସୁଧାଂଶୁ ଭିଡିଓ ସୁଟ କରିବା ସହ ଭଏସ ଦେଇ ଏଡିଟିଙ୍ଗ କାମ କରନ୍ତି । ବର୍ତ୍ତମାନ ସୁଧା ଏମାନେ ୩୫୦ ଭିଡିଓ ନିର୍ମାଣ କରିଥିବା ବେଳେ ୮ଲକ୍ଷ ସବସ୍କ୍ରାଇଭର ପାଇଲେଣି । ଆଗାମୀ ଦିନରେ ଏମାନେ ଖାଦ୍ୟ ରୋଷେଇ କରି ଗରିବଙ୍କୁ ଦେବାର ଯୋଜନା ରଖଛନ୍ତି ବୋଲି ନାତି ସୁଧାଂଶୁ ସାହୁ କହିଛନ୍ତି । ସତରେ ଏମାନଙ୍କ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ।

(ରିପୋର୍ଟ- ରମାକାନ୍ତ ମହାନନ୍ଦ, ରେଢାଖୋଲ)