Advertisment

ପରିଣତ ବୟୟରେ ନିଜ ଗର୍ଭକୁ କାହିଁକି ନିନ୍ଦୁଛି ଏ ବୁଢ଼ୀ ମାଆ ?

ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...।

author-image
Chandan Shishu
Husband's body lies unattended in hospital

Husband's body lies unattended in hospital

ତିନି ତିନି ଜଣ ପୁଅ-ଝିଅ ହେଲେ ଜିଅନ୍ତାରେ ତ ଆସିନଥିଲେ, ମଲା ବେଳେ ବି ବାପା ପାଟିରେ ଟିକେ ପାଣି ଦେଲେନି, କି ମୁହଁ ଚାହିଁଲେନି ପିଲା ଏମିତିକି, ହସ୍ପିଟାଲ୍‌ରେ ଦୀର୍ଘ ୧୬ ଘଣ୍ଟା କାଳ ପଡ଼ି ରହିବା ପରେ ଶେଷରେ ଶବ ଉଠାଇ ସତ୍କାର କଲେ ସ୍ବେଚ୍ଛାସେବୀ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଆସିଛି ଏ ହୃଦୟବିଦାରକ କାହାଣୀ।

Advertisment

ଏ ବୟସରେ ନିଜ ଗର୍ଭକୁ ଏମିତି ନିନ୍ଦୁଛି ଏ ବୁଢ଼ୀ ମା। ହେଲେ ଜନ୍ମକଲା ପୁଅ-ଝିଅଙ୍କ ପାଇଁ କାହିଁକି ନିଜ କୋଳକୁ ଏମିତି ଧିକାର କରୁଛି ଏ ମା। କାହିଁକିନା ହସ୍ପିଟାଲ୍‌ରେ କାଲିଠୁ ୮୫ ବର୍ଷୀୟ ବାପର ଡେଡବଡ଼ି ପଡ଼ିଛି। ପାଖରେ କେବଳ ୮୦ ବର୍ଷ ବୟସର ମା ଅନେଇଛି ସବୁ ପୁରୁଣା କଥା ଭୁଲି ପୁଅ,ଝିଅ ଆସିବେ ମେଡିକାଲ୍‌ରୁ ଶବ ଉଠିବ ହେଲେ କାହାରି ଦେଖାନାହିଁ।

ପୁରା ଘଟଣାଟି ଏମିତି ହସ୍ପିଟାଲ୍ ବେଡ୍‌ରେ ପଡ଼ିଥିବା ଏ ହତଭାଗ୍ୟ ମଲାବାପ ହେଲେ ବିଘ୍ନେଶ୍ୱର ବାହାଦୁର। ଘର କେନ୍ଦ୍ରାପ଼ଡ଼ାର ରାଜନଗରରେ ହେଲେ ଏକମାତ୍ର ପୁଅ ଓ ଦୁଇ ଝିଅଙ୍କ ପଢ଼ାଶୁଣା, ବାହାଘର ପାଇଁ ଗାଁରୁ ଘରଦ୍ୱାର ବିକି ପଟ୍ଟାମୁଣ୍ଡାଇରେ ସ୍ତ୍ରୀ ଭଗବତୀଙ୍କ ସହ ଘର ଭଡ଼ା କରି ରହୁଥିଲେ। ରୋଗରେ ପଡ଼ି ଗୁରୁତର ଅସୁସ୍ଥ ହେବା ପରେ ପଡ଼ିଶାଙ୍କ ସହାୟତାରେ ବିଘ୍ନେଶ୍ୱରଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲ୍ ନେଇ ଆସିଥିଲେ ଭଗବତୀ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରଠୁ କାଲି ରାତି ୧୧ଟାରୁ ଭୁବନେଶ୍ୱରରେ ଥିବା ଇଞ୍ଜିନିୟର ପୁଅ ପାଖକୁ ଯେତେ ଫୋନ୍ କଲେ ଶୁଣିଲାନିି। ପଡ଼ିଶା ଫୋନ୍ କଲେ ବି ଉଠେଇଲାନି...ଆଉ ଇଏ ସେଇ ଯୋଗ୍ୟ ପୁଅ...

Advertisment

ହସ୍ପିଟାଲ୍‌ରେ ଶବ ସେମିତି ୧୬ ଘଣ୍ଟା ଧରି ପ଼ଡ଼ି ରହିବା ପରେ ଶେଷରେ ସାନ ଝିଅ ଆସିଲା। ବହୁ ବୁଝାସୁଝା ପରେ ବାଧ୍ୟବାଧ୍ୟକତାରେ ସ୍ଥାନୀୟ ଲୋକଙ୍କ ସହ ଝିଅ ଶବକୁ ମହାପ୍ରୟାଣ ଗାଡ଼ିରେ ଗାଁ ଶ୍ମଶାନ ଘାଟ ଯାଏ ତ ଆଣିଲେ ..ହେଲେ ତା ପରେ ସେ ବି ସେଠୁ ଛୁ ମାରିଲେ... ମା ମନ ତଥାପି ବୁଝୁ ନଥିଲା। ପୁଣି ପୁଅକୁ ଫୋନ୍ କରୁଥିଲା...ଜିଇଁଲା ବେଳେ ନହେଲା ନାଇଁ, ମଶାଣିରେ ବାପ ମୁହଁରେ ନିଆଁ ଟିକେ ଦେବ ତା ବି ହେଲାନି... ଶେଷରେ ଏ ବେଳରେ ସେଇ ପର ଲୋକ ନିଜର ହୋଇ ମୁଖାଗ୍ନି ଦେଲେ, ସତ୍କାର କଲେ।

ତେବେ ଶେଷ ସମୟରେ ବି କାହିଁକି ବାପା ବିଘ୍ନେଶ୍ୱରଙ୍କ ମୁହଁ ଚାହିଁଲେନି ପୁଅ-ଝିଅ। କୁହାଯାଉଛି ୟା ପଛରେ ସଂପତ୍ତି ବିବାଦ ହିଁ କାରଣ। ତେବେ ବଞ୍ଚିଥିଲା ବେଳେ ନହେଲା ନାଇଁ ମଲା ବେଳେ ବି ବାପା ମୁହଁ ଚାହୁଁ ନଥିବା ପୁଅ-ଝିଅଙ୍କୁ କଣ କୁହାଯିବ। ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...।

ରିପୋର୍ଟ: ପ୍ରବୀର ନାୟକ

Mother Cries Husband's Body
Advertisment
Advertisment