ଢେଙ୍କାନାଳ ସଦର ଥାନା ଡିଏସ୍ପି ଇନ୍-ଚାର୍ଜ ଅଭିନବ ଡାଳୁଆ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।
ହନୁ ଯାହାକୁ ଦେଖୁଛି ତାକୁ କାମୁଡୁଛି । ମାଙ୍କଡ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ବନବିଭାଗକୁ ନାକେଦମ କଲା ପରେ ଶେଷରେ କାବୁ ହେଲା ମାଙ୍କଡ। ଦେଖନ୍ତୁ ସେ ମାଙ୍କଡ କି କାଣ୍ଡ କରିଛି...
ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍ ହୋଇଗଲେ । ଖାଲି ଆବାକ୍ ହେଲେ ତାହା ନୁହେଁ ବରଂ ସଲ୍ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ ।
ଅନୁଗୁଳ ସିମିଳିପଡ଼ାର ସଂପୃକ୍ତ ଯୁବକଙ୍କୁ ଠାବ କଲା ବାରଙ୍ଗ ପୋଲିସ
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି ପୂରା ପରିବାର...
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା...
KVK ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ।
ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା ।
ଆଲୋ ଆଲୋ ଇଏ କଣ? ମନ୍ତ୍ରୀ ପଦ ଯିବା ପରେ ବିଲରେ କଣ ରୁଆ ପୋତା କରୁଛନ୍ତି ପୂର୍ବତନ ମନ୍ତ୍ରୀ? ନାରଣ, ମନ୍ତ୍ରୀ ଚୌକିଟା ଯିବା ପରେ ନେତାଙ୍କ ମନର ଅବସ୍ଥା ତୁ କଣ ବୁଝିପାରୁନୁ? ଦେଖୁନୁ ଏ ଭିଡ଼ିଓକୁ...
ଆଜି ସକାଳେ ବ୍ରିଜ୍ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ।
ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।
ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି ।
ଦିଲ୍ଲୀରେ ହେଲା ସେକ୍ସ ରିଆସାଇନ୍ମେଣ୍ଟ ସର୍ଜରୀ । ବଦଳିବାକୁ ଯାଉଛି ୨୨ ବର୍ଷର ପରିଚୟ ।
ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।
ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।
୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍କିଲ ହୋଇପଡ଼ିଛି ।
ଆଶା ଥିଲା ଆଜି ସମସ୍ୟାର ସମାଧାନ ହୋଇଯିବ, ଆଉ ରାଜଧାନୀରୁ ଉଠିବ ଅଳିଆ । ହେଲେ ବିଏମ୍ସି ନିଷ୍ପତ୍ତିରେ ସହମତି ହୋଇପାରନୁନାହାନ୍ତି ଦାରୁଠେଙ୍ଗ ବାସିନ୍ଦା ।
କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।
ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବିନା ଫଳକରେ ଚାଲିଛି
ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।
ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ....
ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ବାଣୀବିହାରରେ ଡିଲ୍ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍ର ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ।
୨୦ ଦିନ ହେଲାଣି ଭୁଆଶୁଣି ୟାର୍ଡକୁ ଯାଇପାରୁନି ଆବର୍ଜନା