• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଜିଗଲା ମାନବିକତା । ସମ୍ପର୍କ ଭୁଲିଗଲା କୁଳାଙ୍ଗାର ପୁଅ । ମଲା ପରେ ବି ପର କରିଦେଲା । ବାପାର ମୃତ୍ୟୁ ପରେ ବି ମୁହଁ ଚାହିଁଲାନି, ୧୩ ଘଣ୍ଟା ପଡ଼ି ରହିଲା ବୃଦ୍ଧଙ୍କ ଶବ । ପାଖରେ ଜଗି ରହିଥିଲେ ମୃତକଙ୍କ ୮୦ ବର୍ଷିୟ ସ୍ତ୍ରୀ । ଅନେଇ ଅନେଇ ବୃଦ୍ଧ ମହିଳାଙ୍କ ଆଖିରୁ ପାଣି ମରିଗଲା ହେଲେ ପୁଅ, ବୋହୁ, ଝିଅ, ନାତିନାତୁଣୀ କାହାର ଦେଖା ମିଳିଲାନି । ପୁଅ ପାଖକୁ ଫୋନ୍‌ କରି କରି ଥକିଗଲେ କିନ୍ତୁ ସେ ଆସିଲାନି । ବାପାର ମରଶରୀର ନେବାକୁ ପୁଅ ମନା କରିଦେବା ପରେ, ଶେଷରେ ସାନ ଝିଅ ଶେଷକୃତ୍ୟ ପାଇଁ ନେଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଅଂଚଳରେ ।

ରାଜନଗର ଅଞ୍ଚଳର ଭୀମସେନ ବାହାଦୂରଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରରେ ରହୁଥିବା ଏକମାତ୍ର ପୁଅ ଶେଷକୃତ୍ୟ ପାଇଁ ସଫା ସଫା ମନା କରିଦେଇଥିଲା । ଅବେଳରେ ୨ ଝିଅଙ୍କ ମଧ୍ୟ ନଆସିବାରୁ ସ୍ୱାମୀଙ୍କ ଶବକୁ ଜଗି ରହିଥିଲେ ଅସହାୟ ବୃଦ୍ଧା । ତେବେ ଦୀର୍ଘ ୧୩ ଘଣ୍ଟା ପରେ ଭୀମସେନଙ୍କ ଶବକୁ ସାନ ଝିଅ ନେବାକୁ ଆସିଥିଲା ।

ହେଲେ ଶବ ନେବା ପାଇଁ ତାଙ୍କର ଆନ୍ତରିକତା ନଥିବା ପରି ଲାଗୁଥିଲା l ମେଡିକାଲ ଅଫିସର ବୁଝା ସୁଝା କରିବା ପରେ ବାଧ୍ୟ ବାଧ୍ୟବାଧକତାରେ ଶବକୁ ମହାପ୍ରୟାଣ ଗାଡ଼ିରେ ସ୍ୱେଛାସେବୀଙ୍କ ସହ ଉଠାଇ ନେଇଥିଲେ l ପୋଖରୀଆପଡା କିଛି ଯୁବକଙ୍କ ସହାୟତାରେ ପୋଖରୀପଡା ଶ୍ମଶାନରେ ବାପାର ଶବ ସତ୍କାର ହୋଇଥିଲା l ହେଲେ ଦୁଃଖର କତା ମୁଖାଗ୍ନି ଦେବାକୁ ବି କେହି ନଥିଲେ l

ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କହିଛନ୍ତି, ପୁଅ ଜନ୍ମ କରିବା ଅପେକ୍ଷା ବାଞ୍ଝ ହେବା ଭଲ l ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା l ଦୀର୍ଘ ୧୩ ଘଣ୍ଟା ସ୍ୱାମୀଙ୍କର ଶବ ପଡ଼ି ରହିଥିଲା । ଲୋକଙ୍କୁ କାକୁତି ମିନତି କରି ଫୋନ୍‌ ମାଗି ଫୋନ୍‌ କଲି, କିନ୍ତୁ ସେ ଫୋନ୍‌ ଉଠାଇଲାନି କି ଆସିଲାନି ।

ପିଲା ଟିଏ ପାଇଁ ବାପା ମା’ କେତେ ଦେବାଦେବୀ ପୂଜା କରନ୍ତି l ପୁଅଝିଅ ଶେଷ ସମୟରେ ସାହାରା ହେବ, ଆଉ ମଲାବେଳେ ମୁଖାଗ୍ନି ଦେବ l ହେଲ ଏ କାହାଣୀ ଭିନ୍ନ କଥା କହୁଛି । ସତେ ଯେପରି ଆଜିକା ସମାଜରେ ବଡ଼ ହେଲା ପରେ ବାପାମା’ ପିଲା ପାଇଁ ପୁରା ଅଲୋଡ଼ା ହୋଇଯାଇଛନ୍ତି ।

ପ୍ରବୀର କୁମାର ନାୟକ, ପଟ୍ଟାମୁଣ୍ଡାଇ