• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟ ପୂର୍ବରୁ ଲେଡି ଇଂଜିନିୟର ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ବୟଫ୍ରେଣ୍ଡ ସୌମ୍ୟଙ୍କୁ ସେ ଟଙ୍କା ଦେଇଥିବା ଚାଟ୍ ସାମ୍ନାକୁ ଆସିବା ପରେ ଏବେ ଋଣ କରିଥିବା ମାମଲା ରହସ୍ୟକୁ ଆହୁରି ବଢାଇଛି । କାହିକିଁ ନା ଲୋନ୍ ସଂପର୍କରେ ପରିବାର ଲୋକଙ୍କୁ ଜଣାଇନଥିଲେ ଶ୍ୱେତା ।

ତେବେ ଏଇଠି ପ୍ରଶ୍ନ ଉଠୁଛି, କାହିଁକି ଏତେ ଟଙ୍କାର ଋଣ କରିଥିଲ ଶ୍ୱେତା ? ବଡ଼ ଚାକିରି ସତ୍ତ୍ୱେ ଟଙ୍କାର ଆବଶ୍ୟକତା କାହିଁକି ପଡିଲା ? ଋଣ ଟଙ୍କା କାହା ପାଖକୁ ପଠାଇଛନ୍ତି କି ? ଲୋନ ଲିଙ୍କ୍ ମିଳିବା ପରେ ଏବେ ଶ୍ୱେତାଙ୍କ ବ୍ୟାଙ୍କ ନେଣଦେଣକୁ ନେଇ ଖୋଲତାଡ଼ କରୁଛି ପୋଲିସ । ପୂର୍ବରୁ ଶ୍ୱେତା-ସୌମ୍ୟଜିତଙ୍କ ଚାଟରେ ଟଙ୍କା ସଂପର୍କରେ ଉଲ୍ଲେଖ ରହିଛି ।

ସେହିପରି ଲୋନ ଆଣିବା ସମୟରେ ଜବଲେସ୍ ହୋଇଯାଇଥିଲେ ସୌମ୍ୟ ଏବଂ ସେ ଶ୍ୱେତାଙ୍କ ସହ ରହୁଥିଲେ । ଏଣୁ ସେହି ସମୟରେ ଶ୍ୱେତା ଲୋନ କରିବା ସନ୍ଦେହ ବଢାଇଛି । ପୂର୍ବରୁ ଓଟିଭି ହାତରେ ଲାଗିଥିବା ଚାଟରେ ସୌମ୍ୟଜିତଙ୍କ ମାଆଙ୍କ ସହିତ ଶ୍ୱେତା ଚାଟ୍ କରି ଟଙ୍କା ଫେରାଇବାକୁ କହିଥିଲେ ।

ଚାଟିଂରେ ଲେଖିଥିଲେ ଯେ, ହଷ୍ଟେଲ୍ ଯିବା ପୂର୍ବରୁ ସୌମ୍ୟ ବହୁତ ପଇସା ନେଇକି ଯାଇଛି । ଏବେ ଫେରାଇବା ବେଳକୁ କହୁଛି ଦୁଇ ହଜାର ଦେବି । ତେଣୁ ଆପଣ ବାକି ଟଙ୍କା ଫେରାଇ ଦିଅନ୍ତୁ ଓ ସେଟେଲମେଣ୍ଟ କରି ଦିଅନ୍ତୁ ବୋଲି ଶ୍ୱେତା ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରିଥିଲେ ।