/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661529791.jpg)
Special story
ସ୍ମାର୍ଟ ସିଟିରେ ଏବେ ଲୋକଙ୍କୁ ଘାରିଛି ଅଳିଆ ଟେନସନ୍ । ଦିନକୁ ଦିନ ଅସହ୍ୟ ହେଉଛି କଷ୍ଟ । ଅଳିଆ ଉଠାଇବା ସମସ୍ୟାକୁ ନେଇ ଏବେ ମୁଣ୍ଡ ଟେକିଲାଣି ଆନ୍ଦୋଳନ । ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ବିଏମସି ଅଫିସ ଆଗରେ ଅଳିଆ ଗାଡି ଧରି ପ୍ରତିବାଦ କରିଛି ଦଳ । ଏମିତିକି କିଛି ସମୟ ପାଇଁ ବିଏମସି ଅଫିସ ଘେରାଉ କରିଥିଲା ବିଜେପି । ରାଜଧାନୀ ବାସୀଙ୍କୁ ହନ୍ତସନ୍ତ କରୁଥିବା ବିଏମସି ଆଗାମୀ ୪୮ ଘଣ୍ଟା ଭିତରେ ସମସ୍ୟାର ସମାଧାନ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେପି ଚେତାବନୀ ଦେଇଛି ।
ଏପଟେ ଗତକାଲି ସ୍ଥିତି ଯାହା ଥିଲା ଆଜି ବି ସମାନ । ଲିଙ୍ଗରାଜ ମନ୍ଦିର ପାଖ ହେଉ ଅବା ଲୁଇସରୋଡ, ଯେଉଁଠି ଦେଖିଲେ ଅଳିଆ ଗଦା ହୋଇ ରହିଛି । ଏମିତି କି ବିଧାୟକଙ୍କ ସରକାରୀ ବାସଭବନ ସାମ୍ନାରେ ବି ପଡିରହିଛି ଅଳିଆ । ବାରମ୍ବାର ଅଭିଯୋଗ ପରେ କିଏ କେତେବେଳେ ଆସି ଅଳିଆ ଉଠାଇନେଉଛି । ଏପଟେ ସୈନିକ ସ୍କୁଲ ଟିଟିଏସରେ ଜାଗା ନଥିବାରୁ ଅଳିଆ ପକାଇବା ସମସ୍ୟା ଆହୁରି ବଢ଼ୁଛି । ଅଳିଆ ପକାଇବାକୁ ଆସୁଥିବା ଗାଡି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି । ସମସ୍ୟା ଜଲଦି ସମାଧାନ ନହେଲେ ଅବସ୍ଥା ଅସମ୍ଭାଳ ହେବା ନେଇ ମଧ୍ୟ ଆଶଙ୍କା କରିଛନ୍ତି ଟିଟିଏସ କର୍ମଚାରୀ ।
ଏପଟେ ସମସ୍ୟାର ତ୍ୱରିତ ସମାଧାନ ସହ ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ବିଏମସି ମେୟର । ଟିଟିଏସ ଏବଂ ଡମ୍ପିଂୟାର୍ଡ଼ ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ମେୟର କହିଛନ୍ତି । ତେବେ ସ୍ମାର୍ଟ ସିଟିର ଏ ସମସ୍ୟାର ସମାଧାନ କେବେ ହେଉଛି, ତା ଉପରେ ସମସ୍ତଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)