Advertisment

ପ୍ରଖର ସ୍ରୋତରେ ଧୋଇଯିବ ଆଡ଼ିବନ୍ଧ ! ତଥାପି ଠିକାଦାରଙ୍କ ମନମାନିରେ ଚାଲିଛି କାମ

ଅଣ ମୌସୁମୀରେ ଅଣ ଜଳସେଚିତ ଜମିରେ ଚାଷୀଙ୍କୁ ବର୍ଷସାରା ପାଣି ଯୋଗାଇ ଦେବାକୁ ବାଙ୍କି ବ୍ଲକର ଜୁଣିଆ ନାଳ ଗୌଡଛେଲିଠାରେ ଚେକଡ୍ୟାମ୍ ନିର୍ମାଣ ଚାଲିଛି। ତେବେ ଠିକାଦାରଙ୍କୁ ସୁହାଇବା ଭଳି ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ହେବା ଏବଂ ଠିକାଦାରଙ୍କ ମନମାନିରେ ଢଳେଇ ହେଉଥିବା ଅଭିଯୋଗ ଆସିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
jojanara Na Hariloot

jojanara Na Hariloot

ଚେକଡ୍ୟାମ୍ ନିର୍ମାଣରେ ଗଫଲାତି ଅଭିଯୋଗ । କାମର ମାନ ନେଇ ଠିକାଦାରଙ୍କ ଆଡକୁ ଉଠିଲା ଅଙ୍ଗୁଳି । କଟକ ବାଙ୍କୀ ବ୍ଲକର ଗୌଡଛେଲିଠାରେ ଜୁଣିଆ ନାଳରେ ତିଆରି ହେଉଛି ବାଲୁଙ୍କେଶ୍ୱର ଆଡ଼ିବନ୍ଧ । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆସିଛି ୫୬ ଲକ୍ଷ ୮୯ ହଜାର ଟଙ୍କାର ଅନୁଦାନ । ହେଲେ ଠିକାଦାରଙ୍କ ମନମାନିରେ ଢଳେଇ କାର୍ଯ୍ୟ ଚାଲୁଥିବା ଲୋକେ ଅଭିଯୋଗ କରିଛନ୍ତି । ଢଳେଇରେ ବାଲିର ଭାଗ ଅଧିକ ରହୁଥିବା ବେଳେ ସିମେଣ୍ଟ ଭାଗ କମୁଥିବା ଲୋକଙ୍କ ଅଭିଯୋଗ ।

Advertisment

ଅଣ ମୌସୁମୀରେ ଅଣ ଜଳସେଚିତ ଜମିକୁ କିଭଳି ପାଣି ମାଡ଼ିବ, ଚାଷୀମାନେ ଭଲ ଫସଲ କରିପାରିବେ, ସେଥିପାଇଁ ଚାଷୀମାନେ ବାରମ୍ବାର ଦାବି କରିଆସୁଥିଲେ। ସ୍ଥାୟୀ ସମାଧାନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଚେକଡ୍ୟାମ୍ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟ । କିନ୍ତୁ ନିମ୍ନମାନର କାମକୁ ନେଇ ଚାଷୀଙ୍କ ଆପତ୍ତି।

ବର୍ଷାଦିନେ ଜୁଣିଆ ନାଳରେ ପାଣି ପ୍ରଖର ସ୍ରୋତରେ ଯାଉଥିବାରୁ ଆଡ଼ିବନ୍ଧ ଧୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଚାଷୀଙ୍କର କିଛି ଲାଭ ହେବନି ବୋଲି ସେମାନେ ସିଧା ସିଧା ଅଭିଯୋଗ କରଛନ୍ତି।

Advertisment

କଟକ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଆସିଛି ଟଙ୍କା। ଚେକଡ୍ୟାମ୍ ହେଲେ ଉପକୃତ ହେବେ ୫ଟି ପଞ୍ଚାୟତର ଶହ ଶହ ଚାଷୀ। ତେବେ ନିମ୍ନମାନର କାମକୁ ନେଇ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ କଟକ ଯୋବ୍ରାସ୍ଥିତ ମାନ ନିରୀକ୍ଷଣ ବିଭାଗ ପକ୍ଷରୁ ଏକ ଟିମ୍ ବାଲୁଙ୍କେଶ୍ୱର ଚେକଡ୍ୟାମ୍ ନିକଟରେ ପହଞ୍ଚିଥିଲେ। ସିମେଣ୍ଟ, ଚିପସ, ଲୁହା ରଡର ମାନ ନିରୀକ୍ଷଣ ପାଇଁ ସାମ୍ପୁଲ୍ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଚାଷୀଙ୍କ ଆବଶ୍ୟକତା ଅନୁସାରେ କାମ ହେଉନଥିବାରୁ ଆଗାମୀ ଦିନରେ ଚାଷୀମାନେ କ୍ଷୁଦ୍ର ଜଳସେଚନ ବିଭାଗ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Jojanara Na Hariloot
Advertisment
Advertisment