Advertisment

ପରିବହନ ବିଭାଗର ନିର୍ଦ୍ଦେଶ: ବସ୍‌ରେ ଲେଖ- କେତେ ଦୂରକୁ କେତେ ଭଡ଼ା

ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି।

author-image
Chandan Shishu
ଅଦ୍ୟତନ ହୋଇଛି
STA directs bus owners to display information including distance inside buses

STA directs bus owners to display information including distance inside buses

କୌଣସି ସ୍ଥାନରୁ ଆପଣଙ୍କ ଘରର ଦୂରତା କମିଛି ନା ବଢିଛି ? କିଏ କହିବ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନର ସଠିକ୍ ଦୂରତା କେତେ ? ରାଜ୍ୟ ପରିବହନ ବିଭାଗ ନା ପୂର୍ତ୍ତ ବିଭାଗ ? କେଉଁ ଆଧାରରେ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଧାରଣ କରୁଛି ବସ ଭଡ଼ା ? ଏଭଳି କିଛି ପ୍ରଶ୍ନକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଚେତା ପଶିଛି ରାଜ୍ୟ ପରିବହନ ବିଭାଗର।

Advertisment

ଆଉ ରାଜ୍ୟର ବସ୍ ମାଲିକ ମାନଙ୍କ ଉଦ୍ଦେଶ୍ୟରେ ଜାରି କରିଛି କଡ଼ା ନିର୍ଦ୍ଦେଶନାମା। ଏଣିକି ପ୍ରତ୍ୟେକ ଯାତ୍ରୀବାହୀ ବସରେ ଉଲ୍ଲେଖ ରହିବ ବସର ରୁଟ୍। ତା‘ସହ ସେହି ବସ୍ ଅର୍ଡିନାରୀ, ଡିଲକ୍ସ ନା ସୁପର ଡିଲକ୍ସ, ବସ୍ ମାଲିକ ମାନେ ସେସବୁ ତଥ୍ୟ ବସରେ ପ୍ରଦର୍ଶିତ କରି ରଖିବେ। ଅର୍ଥାତ କେଉଁସ୍ଥାନରୁ କେଉଁ ସ୍ଥାନରେ ଯାଏଁ ବସ୍ ଭଡ଼ା କେତେ ରହିବ ? ଗନ୍ତବ୍ୟ ସ୍ଥଳର ଦୂରତା କେତେ ?

ତାହା ବସରେ ଉଲ୍ଲେଖ କରିବେ ବସ୍ ମାଲିକ। ଏନେଇ ବସ ମାଲିକ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ପରିବହନ ବିଭାଗ ଚିଠି ଲେଖିଛି। ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି।

Advertisment
STA
Advertisment
Advertisment