• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସାବିତ୍ରୀ ଦିନ ସ୍ୱାମୀ ପାଖରେ ନଥିଲେ ହେଲେ ବି ସିଏ କରିଥିଲେ ସାବିତ୍ରୀ । ଆଉ କହୁଛନ୍ତି, ସ୍ୱାମୀ ସିନା ମତେ ଛାଡିଦେଇଗଲା କିନ୍ତୁ ମୁଁ ତାଙ୍କୁ କେବେ ଭୁଲିବି ନାହିଁ । ପ୍ରତିଥର ପରି ଏମିତି କରିବି ସାବିତ୍ରୀ । ଏକଥା ଶୁଣିବା ପରେ ଆପଣ ବି ଜାଣିସାରିଥିବେ କି ସିଏ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । କୌଣସି କାରଣରୁ ସ୍ୱାମୀ ସିନା ତାଙ୍କୁ ଛାଡିଦେଇଯାଇଛନ୍ତି ହେଲେ ସେ ତାଙ୍କୁ ଭୁଲିନାହାନ୍ତି । ସେଇଥି ଲାଗି ତ ପ୍ରତିଥର ପରି ଏଥର ବି କରିଛନ୍ତି ସାବିତ୍ରୀ ।

ଖାଲି ଜଣେ ନୁହେଁ ବରଂ ଆଉ ଜଣେ ମହିଳା ବି ଇହକାଳ ପରକାଳର ଦେବତାଙ୍କୁ ମାରୁ ଭୁଲିନାହାନ୍ତି । ସେଇଥି ପାଇଁ ତ ଏସନ ବି କରିଛନ୍ତି ସାବିତ୍ରୀ । ଆଉ କହୁଛନ୍ତି ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ ମୁଁ କରୁଥିବି ସାବିତ୍ରୀ ବ୍ରତ । ଆଖିରେ ଆଖିଏ ଲୁହ ଧରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ନବରଙ୍ଗପୁର ଧରିଗାଁର ଦୁଇ ପ୍ରତାରିତା ମହିଳା ପାର୍ବତୀ ଓ ଜୟମଣୀ । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଭିନ୍ନ ସମ୍ପ୍ରଦାୟରେ ପ୍ରେମ ବିବାହ କରି ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ । କେତେ କଣ ସ୍ୱପ୍ନ ଦେଖିଥିଲେ, ହେଲେ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ହିଁ ରହିଗଲା । ଏବେ ଉଭୟଙ୍କୁ ସ୍ୱାମୀ ଛାଡିଯିବା ପରେ ଏମିତି ଏକା ଏକା ଜୀବନ ଅତିବାହିତ କରୁଛନ୍ତି ଉଭୟେ ।

ସେମାନେ ଦିନେ ଭାବିଥିଲେ, ସ୍ୱାମୀଙ୍କ ସହ ସୁଖର ସଂସାର କରିବେ ବୋଲି । ହେଲେ ଏମିତି କିଛି ହେଲାନି ବରଂ ସ୍ୱାମୀ ତାଙ୍କୁ ଛାଡିଦେଲା । ସ୍ୱାମୀଙ୍କ ପାଖକୁ ଫେରିବାକୁ ବହୁ ଉଦ୍ୟମ କରିଛନ୍ତି, କିନ୍ତୁ ଫେରିପାରିନାହାନ୍ତି । ଆଉ ଏହାରି ଭିତରେ ଆସିଛି ସାବିତ୍ରୀ । ଜଣେ ପତିବ୍ରତା ନାରୀ ହିସାବରେ ସେମାନେ ଏସନ ବି କରିଥିଲେ ଓଷା । ହିନ୍ଦୁ ରୀତିନୀତି ଅନୁସାରେ ହୁଳହୁଳି ଦେଇଥିଲେ, ଗଛ ମୂଳେ ସାବିତ୍ରୀଙ୍କୁ ପୂଜା କରିଥିଲେ ।

ସ୍ୱାମୀ ଛାଡିଯିବା ପରେ ନ୍ୟାୟ ଅପେକ୍ଷାରେ ଏବେ୨ ମହିଳା ଅପେକ୍ଷା କରିଛନ୍ତି । ଜଣେ ୧୦ ମାସର ଝିଅକୁ ଧରି ବାରଦୁଆର ସୁଣ୍ଢି ପିଣ୍ଡା ହେଉଥି ତ ଆଉ ଜଣେ ୧୧ ବର୍ଷର ଝିଅକୁ ନେଇ ଅଧିକାରର ଲଢେଇ କରୁଛି । ସେମାନଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ । ଜୟମଣୀ ପ୍ରେମ ବିବାହ କରିଥିବାରୁ ସ୍ୱାମୀ କାମକୁ ଯିବା ପରେ ଶାଶୂଘର ଲୋକ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ ଆଉ ପାର୍ବତୀଙ୍କର ଦୁଇ ଗର୍ଭକୁ ନଷ୍ଟ କରିଦେବା ପରେ ୩ୟ ଗର୍ଭକୁ ବି ନଷ୍ଟ କରିଦେବାକୁ ଚାହିଁଥିଲେ ଶାଶୂଘର ଲୋକେ । ହେଲେ ଏହାକୁ ସେ ଅଗ୍ରାହ୍ୟ କରିଦେବାରୁ ବଢିଥିଲା ନିର୍ଯାତନା । ତେଣୁ ଘର ଛାଡି ଉଭୟେ ଏବେ ଜଣେ ସମାଜସେବୀଙ୍କ ଘରେ ଆଶ୍ରୟ ନେଉଛନ୍ତି ।  ସେପଟେ ପୂରା ଘଟଣା ସମ୍ପର୍କରେ ଝରିଗାଁ ଥାନା ଅଧିକାରୀ କହୁଛନ୍ତି, ୪-୫ ମାସ ତଳେ ଅଭିଯୋଗ ହୋଇଥିଲା । ହେଲେ ଥାନାରେ ଏନେଇ ଲିଖିତ ମାମଲା ରୁଜୁ ହୋଇନଥିବା କହିଛନ୍ତି । .

 

  • Reported by:
  • KARTIK MALLICK