ସ୍କୁଲ ନାଁ ସୁଇମିଙ୍ଗ ପୁଲ । ସ୍ଥିତି ଏମିତି ହେଲାଣି ଯେ ପିଲାମାନେ ପାଠ ପଢିବା ସହିତ ସୁଇମିଙ୍ଗ ବି ଶିଖିବେ । ଦେଖୁନାହଁନ୍ତି ବିଦ୍ୟାଳୟରେ କେମିତି ଆଣ୍ଠୁଏ ଉଚ୍ଚର ପାଣି ଜମିଛି... ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଂଟାପଡା ପଂଚାୟତ ଅନ୍ତର୍ଗତ ପୋଡାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର
ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି ।
ବାହାରୁ ଚକାଚକ୍, ଭିତରୁ ଫମ୍ପା ରାଜ୍ୟ ସରକାରଙ୍କ 5T ସ୍କୁଲ । ଦିନ୍ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍ ।
କିଛିଦିନ ଧରି ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ ।
ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ।
ଇଏ କେମିତି ସମ୍ଭବ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା
ପେଶା ଅଧ୍ୟାପିକ, ନିଶା ଆଉ କିଛି । ମାତ୍ର ୨୪ ବର୍ଷ ବୟସରେ ସେ ଏମିତି ମର୍ଦ୍ଦଳ ବଜାନ୍ତି ରାସ୍ତାରେ ବାଟଚଲା ଲୋକ ବି ଘଡିଏ ଚାହିଁ ରୁହନ୍ତି । ଜେଜେଙ୍କଠାରୁ ଶିକ୍ଷା ପାଇଥିଲେ...ଏବେ ସବୁଆଡୁ ସାଉଁଟୁଛନ୍ତି ପ୍ରଶଂସା।
କମ୍ପ୍ୟୁଟର ହେଉ କି ଲାପ୍ଟପ୍ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି ।
ଇଏ କେମିତି ସମ୍ଭବ ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା
ବିଟେକ୍ ପଢିଛନ୍ତି...ଚାକିରି ପଛରେ କିନ୍ତୁ ଧାଇଁଲେନି । କେମିତି ନିଜେ କ୍ଷେତରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ ସେହି ଚିନ୍ତା କଲେ । ବାସ୍...ଏବେ କୁକୁଡାଠୁ ଆରମ୍ଭ କରି ପୋଟଳ...ଯେମିତି ଫଳୁଛି ସେମିତି ରୋଜଗାର ବି ହେଉଛି
ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ ।
ଶହଶହ ବର୍ଷ ହେଲାଣି...ଭଙ୍ଗାଦଦରା ଡଙ୍ଗାରେ ନଈ ପାର ହେଉଛନ୍ତି ଲୋକେ । ୩ ଥର ଡଙ୍ଗା ବୁଡିଲାଣି...ମାସକୁ ଥରେ ଦୁର୍ଘଟଣା ହେଉଛି । ପ୍ରଶାସନ ଖାଲି ପ୍ରତିଶ୍ରୁତି ଦେଉଛି, ନେତା କହୁଛନ୍ତି ଟେଣ୍ଡର ଚାଲିଛି । ସମୟ ଗଡୁଛି...ପୋଲ କିନ୍ତୁ ହେଉନି
ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ
ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ
୨ ମାସ ହେଲାଣି ଡଙ୍ଗା ନଥିଲା...ବଡ ହିନସ୍ତା ହେଉଥିଲେ ଲୋକେ...ପ୍ରଶାସନକୁ ଗୁହାରି କରିବା ପରେ ବି କେହି ଶୁଣିଲେନି । ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ସରପଂଚ, ନିଜସ୍ୱ ଟଙ୍କାରେ କିଣିଦେଲେ ଡଙ୍ଗା । ଏବେ ହୁଳହୁଳି ପକାଇ ସ୍ୱାଗତ କଲେ ଲୋକେ
ସରକାରଙ୍କୁ ଗୁହାରି ନେହୁରା ହୋଇ ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି କ୍ଷେତରେ ପାଣି ଚଳାଇଲେ ଗାଁ ଲୋକ ...
ବୁଢ଼ା ମଉସାଙ୍କ ପାଖରୁ ପାମ୍ପଡ଼ ଖାଇଲେ ସାଇକେଲ୍ ଦେବେ କହିଲେ କଲେକ୍ଟର
ଚପଲ ହଜି ଯାଇଛି ଓ ଏହାକୁ ଖୋଜି ଆଣିବା ଲାଗି ପୋଲିସ୍କୁ କଲ୍ କରିବା କଥାଟା, ଯେକେହିବି ଶୁଣିଲେ ତାଙ୍କୁ ଏହା ଅଜବ ଲାଗିବ।
ଜଣେ ବ୍ୟକ୍ତି ନିଜର ଅଧିକାର ପାଇବା ପାଇଁ ଜୀଅନ୍ତା ଭୂତ ହୋଇ ବୁଲୁଛନ୍ତି। ଏହି ବ୍ୟକ୍ତିଙ୍କୁ କାଗଜପତ୍ରରେ ମୃତ ବୋଲି ଦର୍ଶାଇ ଗ୍ରାମବାସୀ ତାଙ୍କ ଜମିବାଡି ହଡପ କରିଛନ୍ତି। ଏହି କାରଣରୁ ସେ କୌଣସି ସରକାରୀ ଯୋଜନାର ଲାଭ ପାଇପାରୁ ନାହାଁନ୍ତି। ।
ଏମିତି ଗଲା ଅକ୍ଷୟ ତୃତୀୟାରୁ ଆସିଛନ୍ତି । ଏବେ କିନ୍ତୁ ଗାଁ ଲୋକଙ୍କ ସ୍ନେହ ଯତ୍ନ ଓ ସୁରକ୍ଷା ପାଇଁ ଏତେ ଦିନ ଧରି ରହିଯାଇଛନ୍ତି ।
ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି ନାଳ ଖୋଳିଛନ୍ତି । ଆଉ ତା‘ପରେ ନିଜ ଜମି ପାଖରେ ପାଣି ପହଞ୍ଚାଇବା ପାଇଁ ହାଡ ଭଙ୍ଗା ପରିଶ୍ରମ କରିଛନ୍ତି ଗାଁ ଲୋକ।
ଭାଲୁ ଆକ୍ରମଣରେ ଜଣେ ବନ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି ।
ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି।
ପ୍ରତିବର୍ଷ ଉପାନ୍ତ ଅଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯୋଜନାର ଲାଭ କିନ୍ତୁ ମିଳୁନି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳବାସୀଙ୍କୁ। ଏବେ ସରକାର କହିବେ କି, ଏତେ ଦୁଃଖ ଆଉ କେତେ ଦିନ?
କେନ୍ଦୁଝରର ଇଏ ବୋଧେ ବିଶ୍ୱସ୍ତରୀୟ ସ୍କୁଲ । ବ୍ୟବସ୍ଥାକୁ ଉପହାସ କରୁଛି କଲେଜରୋଡ୍ ହାଇସ୍କୁଲ । ରୂପାନ୍ତରିତ ହୋଇଛି ସତ ହେଲେ ସାର୍ ନାହାନ୍ତି । ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହାଣ୍ଡିଶାଳରୁ ହଂକଂ ଯାଏ ପିଲାଙ୍କୁ ପଢାଉଛନ୍ତି ପାଠ...