• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାରରେ ନିୟୋଜିତ ହେବେନି ବାଉନସର । ବାହୁ ଦେଖାଇ ଆଇନକୁ ହାତକୁ ନେଲେ ବାନ୍ଧିବ ପୋଲିସ । ଗ୍ରାହକଙ୍କୁ ଧମକଚମକ ସହ ଦାଦାଗିରି ଦେଖାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । କିଛିଦିନ ଧରି ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଏନେଇ ଟୁଇନସିଟିରେ ଜାରି ହୋଇଛି SOP ।

ଯଦି ବାର କର୍ତ୍ତୃପକ୍ଷ କୌଣସି ସୁରକ୍ଷାକର୍ମୀ ନିୟୋଜିତ କରିବେ ତେବେ ପୂର୍ବରୁ ସେହି ଅଂଚଳର ଡିସିପିଙ୍କ ଅନୁମତି ନେବେ । ନିୟୋଜିତ ହେଉଥିବା  ସୁରକ୍ଷାକର୍ମୀଙ୍କ ରେକର୍ଡ ଯାଞ୍ଚ କରିବେ । ଯଦି କାହାକୁ ସୁରକ୍ଷାକର୍ମୀ ଭାବେ ରଖିବେ ତେବେ ପଞ୍ଜୀକୃତ ପ୍ରାଇଭେଟ ସିକ୍ୟୁରିଟି ସଂସ୍ଥାରୁ ସୁରକ୍ଷାକର୍ମୀ ନିୟୋଜିତ କରିବେ। ଏ ନେଇ ସ୍ଥାନୀୟ ପୋଲିସ ଥାନାରେ ନିୟୋଜିତ କର୍ମଚାରୀଙ୍କ ତଥ୍ୟ ଦାଖଲ କରିବେ ।

ଆଇନ ମୁତାବକ ଏହି ସୁରକ୍ଷାକର୍ମୀ ବାରରେ ନିଜ ଦାୟିତ୍ୱ ସମ୍ପାଦନ କରିବେ । ଆବଶ୍ୟକ ହେଲେ ସେମାନେ ୧୧୨କୁ କଲ୍ କରି ପୋଲିସକୁ ଡାକିପାରିବେ । କୌଣସିମତେ ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ପରି କୌଣସି କାର୍ଯ୍ୟ କରିବେ ନାହିଁ । ଏ ନେଇ ୨ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଚିଠି କରାଯାଇଛି ।

  • Reported by:
  • ATULYA BOUT