Advertisment

ପାଖରେ ଥିଲେ ସ୍ମାର୍ଟଫୋନ୍‌... ଡକ୍ୟୁମେଣ୍ଟ ପ୍ରିଣ୍ଟ୍‌ ପାଇଁ ନୋ ଟେନ୍‌ସନ୍‌ !

କମ୍ପ୍ୟୁଟର ହେଉ କି ଲାପ୍‌ଟପ୍‌ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
How To Print Documents Directly From Your Android Smartphone Or Tablet

How To Print Documents Directly From Your Android Smartphone Or Tablet

ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବେ । କିଛି ଲୋକ ନିଜର ଜରୁରୀ କାମ ପାଇଁ ଟାବ୍‌ଲେଟ୍‌ ମଧ୍ୟ ବ୍ୟବହାର କରିଥା’ନ୍ତି । ଇଣ୍ଟରନେଟ୍‌ ଦ୍ୱାରା ସମସ୍ତେ ସେମାନଙ୍କ କାମ କରିବା ସହ ଅନେକ ଗରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍‌ ମେଲ୍‌ ହେଉ କିମ୍ବା ହ୍ୱାଟସାପ୍‌ ଜରିଆରେ ପଠାଇଥା’ନ୍ତି । ହେଲେ ସ୍ମାର୍ଟଫୋନ୍‌ କିମ୍ବା ଟାବ୍‌ଲେଟ୍‌ ଦ୍ୱାରା କୌଣସି ଡକ୍ୟୁମେଣ୍ଟର ପ୍ରିଣ୍ଟ ହୋଇପାରିନଥାଏ । ଯାହାକି ପ୍ରାୟ ସମସ୍ତେ ଜାଣିଥା’ନ୍ତି । ହେଲେ କ’ଣ ଆପଣ ଜାଣନ୍ତି ? ଆପଣ ବି ବିନା ଲାପ୍‌ଟପ ଓ ଡେକ୍ସଟପ୍‌ ବ୍ୟତୀତ ସ୍ମାର୍ଟଫୋନ୍‌ ଏବଂ ଟାବ୍‌ଲେଟ୍‌ ଦ୍ୱାରା ସମସ୍ତ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିପାରିବେ । ଆସନ୍ତୁ ଜାଣିବା...

Advertisment

ବର୍ତ୍ତମାନ ସମୟରେ କମ୍ପ୍ୟୁଟର ହେଉ କି ଲାପ୍‌ଟପ୍‌ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି । ଯାହା ଆପଣଙ୍କ ପସନ୍ଦର ବ୍ରାଣ୍ଡ ଉପରେ ନିର୍ଭର କରିଥାଏ । ଏଥିପାଇଁ ଆପଣଙ୍କ ଆଣ୍ଡ୍ରଏଡ୍ ଡିଭାଇସରେ ଏକ ପ୍ରିଣ୍ଟର୍ ସେଟ୍ ଅପ୍ କରିବାକୁ ପଡ଼ିବ ।

ପ୍ରିଣ୍ଟ କରିବା ଆଗରୁ ପଢ଼ିନିଅନ୍ତୁ ଏହି ସବୁ ଟିପ୍ସ-

୧. ଏଥିପାଇଁ ପ୍ରଥମେ ଆପଣଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର ଖୋଲିବାକୁ ହେବ । ସେଠାରେ ଆପଣ ପ୍ରିଣ୍ଟରର ବ୍ରାଣ୍ଡ ଚୟନ କରି ଆପ୍‌ ସହ ଲିଙ୍କ୍‌ କରିବେ ।

Advertisment

୨. ଲିଙ୍କ୍‌ କରିବା ପରେ ଆପଣ ଡକ୍ୟୁମେଣ୍ଟ ଫାଇଲର ଡାହାଣରେ ଥିବା ତିନୋଟି ବିନ୍ଦୁ ନିକଟକୁ ଯିବାକୁ ହେବ । ସେଠାରେ ଆପଣ ପ୍ରିଣ୍ଟର ବିକଳ୍ପକୁ ବାଛି ପାରିବେ ।

୩. ପ୍ରିଣ୍ଟର୍‌ର ପ୍ରିଣ୍ଟ୍ ସର୍ଭିସ୍ ବାଛିବା ପରେ ଆପଣ ପ୍ରିଣ୍ଟ ଦେଇପାରିବେ ।

ଆପଣ ଏହିପରି କରିବା ଦ୍ୱାରା ଡକ୍ୟୁମେଣ୍ଟ ପ୍ରିଣ୍ଟ କରିପାରିବେ । ତାହା ଛଡ଼ା ଏହି ବିକଳ୍ପ ମଧ୍ୟ ଆପଣଙ୍କୁ ଖୁବ୍‌ ସହଜ ମନେହେବ । ପରବର୍ତ୍ତୀ ସମୟରେ ଏହିପରି ଡକ୍ୟୁମେଣ୍ଟ ପ୍ରିଣ୍ଟ କରିପାରିବେ ।

Android Smartphone
Advertisment
Advertisment