• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଜା ରୋକିଦେଲେ ନାତୁଣୀର ବାହାଘର । ସାଜିଲେ ପ୍ରଶଂସାର ପାତ୍ର । ଏଭଳି ଘଟଣା ଘଟିଛି କଟକ ସହରରେ । ସୂଚନା ଅନୁସାରେ, କଟକ ଗଡ଼ଗଡ଼ିଆ ମନ୍ଦିରରେ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ କରାଇ ଦେଉଥିଲେ ।

ଏହା ଜାଣିପାରି ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ । ସେମାନଙ୍କୁ ଅଟକ ରଖିବା ସହିତ ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା ।

ସେପଟେ କଟକ ଖପୁରିଆ ଅଞ୍ଚଳରେ ଏକ ବିବାହ ଭୋଜି ଚାଲିଥିବା ବେଳେ, ମଣ୍ଡପରୁ କନ୍ୟାକୁ ଉଠାଇ ଆଣିଲା ଚାଇଲ୍ଡଲାଇନ୍ । ଚାଲିଥିଲା ଭୋଜି, ଆସିଥିଲେ ବନ୍ଧୁ ବାନ୍ଧବ । ସଜେଇ ହୋଇ ବସିଥିଲେ ବରକନ୍ୟା । ହେଲେ ସେଠି ପୋଲିସକୁ ଧରି ପହଞ୍ଚିଥିଲା ଚାଇଲ୍ଡଲାଇନ । ବାଲ୍ୟବିବାହ ଅଭିଯୋଗରେ ଚାଇଲ୍ଡ ଲାଇନ ଓ ମଧୁପାଟଣା ପୋଲିସ ମଣ୍ଡପରୁ ଝିଅକୁ ଉଦ୍ଧାର କରିଛନ୍ତି ।

ଝିଅର ବୟସ ୧୮ ବର୍ଷ ହୋଇନଥିବା ଅଭିଯୋଗ ହୋଇଛି । ଝିଅର ଘର ଖାନନଗର ଅଞ୍ଚଳରେ ହୋଇଥିବା ବେଳେ, କିଛି ଦିନ ପୂର୍ବରୁ ବିବାହ ସରିଥିଲା ଏବଂ ଆଜି ଖପୁରିଆ ନିକଟ ଏକ ମଣ୍ଡପରେ ରିସେପ୍ସନ ଚାଲିଥିଲା ।