• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ତାଳ ଯେମିତି ଲୟ ସେମିତି । ଯିଏ ଶୁଣୁଛି ସିଏ ଏକଦମ୍‌ ହଜିଯାଉଛି...ହାତରେ ମର୍ଦ୍ଦଳ ପଡିଲେ ସେ ଏମିତି ବଜାନ୍ତି ଯେ ରାସ୍ତାରେ ଯାଉଥିବା ଲୋକଟିଏ ବି ଘଡିଏ ଛିଡା ହେବ...ଆଖି ବୁଜି ଶୁଣିବ ଆଉ ନିଶ୍ଚୟ କହିବ...ଓଃ କେଡେ ସୁନ୍ଦର ବାଜୁଛି ମର୍ଦ୍ଦଳ ।

ସେ ମଞ୍ଚରେ ମର୍ଦ୍ଦଳ ଧରି ବସିଲେ ମତୁଆଲା ହୁଅନ୍ତି ଦର୍ଶକ । ତାଙ୍କ ମର୍ଦ୍ଦଳ ବଜାଇବାରେ ସତେ ଯେମିତି ଭରି ରହିଛି ଯାଦୁ । ତାଳ ଏକ ତାଳ,ଦ୍ଵି ତାଳ ଆଦି ତାଳ , ତାଳ ତ୍ରିପଟା ଆଦିରେ ସେ ଓସ୍ତାଦ । ଏମିତିକି ଥରେ ସିଏ ମର୍ଦ୍ଦଳ ବଜାଇବା ଆରମ୍ଭ କଲେ କେତେବେଳେ ତାହା ସରିବ ତାହାର କୌଣସି ଠିକ୍‌ ଠିକଣା ନଥାଏ ।

ଚର୍ଚ୍ଚାରେ ମର୍ଦ୍ଦଳ ବାଦିକା ଶିଳ୍ପୀକା ମହାରଣା । ବୟସ ବି ବେଶୀ ନୁହେଁ ମାତ୍ର ୨୪ ବର୍ଷ ବୟସରେ ଏମିତି ନିଖୁଣତାର ସହ କଳାକୁ ସେ ପ୍ରଦର୍ଶନ କରୁଛନ୍ତି ଯେ ଦେଖିବା ଲୋକ ଦେଖିରହୁଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ତ୍ତମାନ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଅର୍ଥନୀତିରେ ସେ ଅଧ୍ୟାପିକା ଅଛନ୍ତି । କିନ୍ତୁ ନିଜ ପାଖରେ ଥିବା କଳାକୁ ସେ କେବେ ଭୁଲିନାହାନ୍ତି । ବରଂ ବଡ ବଡ ସାଂସ୍କୃତିକ ମଞ୍ଚରେ ତାଙ୍କ ମର୍ଦ୍ଦଳ ବାଦନରେ ଲୋକେ ବିମୋହିତ ହୋଇ ଯାଆନ୍ତି ।

ସ୍ୱର୍ଗତ ଗୁରୁ ବନମାଳୀ ମହାରଣାଙ୍କ ନାତୁଣୀ ହେଉଛନ୍ତି ଶିଳ୍ପୀକା । ପିଲାଟି ବେଳରୁ ଜେଜେଙ୍କ ମର୍ଦ୍ଦଳ ବାଦନ ପ୍ରତି ଆକର୍ଷିତ ହୋଇ ତାଙ୍କଠାରୁ ଗୁରୁମନ୍ତ୍ର ନେଇଥିଲେ । ସ୍ୱର୍ଗତ ଗୁରୁ ବନମାଳୀଙ୍କ ସୁପୁତ୍ର ସୁରେନ୍ଦ୍ର ମହାରଣା ମଧ୍ୟ ଜଣେ ମର୍ଦ୍ଦଳ ଗୁରୁ । ତେଣୁ ବଂଶାନୁକ୍ରମିକ ଭାବେ ହିଁ ଏଇ ପରିବାରରେ ଭରି ହୋଇ ରହିଛି କଳା । ତେଣୁ ପିଲାଟି ଦିନରୁ ମର୍ଦ୍ଦଳ ବଜାଇବାରେ ସେ ମାହିର । ଯଦିଓ ବୃତ୍ତିଗତ ଭାବେ ଅଧ୍ୟାପନାକୁ ପେଶା ଭାବେ ବାଛି ନେଇଛନ୍ତି ହେଲେ ମର୍ଦ୍ଦଳ ପ୍ରତି ତାଙ୍କର ରୁଚି ରହିଛି ଓ ଭଲ ପାଇବା ରହିଛି । ଖାଲି ଭଲପାଇବା କି ରୁଚି କହିଲେ କମ୍‌ ହେବ ବରଂ କଳାଲାଗି ତାଙ୍କର ପାଗଳାମି ବି ରହିଛି । ସେଇଥି ଲାଗି ତ ଏତେ ନିଖୁଣତାର ସହ ବଜାଉଛନ୍ତି ମର୍ଦ୍ଦଳ ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଅଧ୍ୟାପିକା ଭାବେ ଶିଳ୍ପୀକା ଯେତିକି ଗର୍ବ କରନ୍ତି... ଓଡ଼ିଶାର ଏକ ମାତ୍ର ମହିଳା ମର୍ଦ୍ଦଳ ବାଦିକା ଭାବେ ଅଧିକ ଲୋକପ୍ରିୟ ହୋଇ ନିଜର ପରିଚୟ ବଞ୍ଚାଇ ରଖିବାକୁ ଭଲ ପାଆନ୍ତି ।

 

  • Reported by:
  • NIRANJAN REDDY