• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Death
ସେଲ୍ଫି ହେଲା କାଳ: ଗାଧୋଇବା ସମୟରେ ବୁଡ଼ି ଗଲେ ଯୁବକ

ଅନ୍ୟ ବନ୍ଧୁ ମାନେ ନଦୀ ପୀଠକୁ ଉଠି ଆସି ଚିତ୍କାର କରିଥିଲ। ଆଉ ଘଟଣା ସ୍ଥଳରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ତେବେ ଜଳେଶ୍ୱର ଦମକଳ ବାହିନୀ ଖବର ପାଇ ନଇରେ ଭିତରେ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ପରେ ଜଳେଶ୍ୱରର ଜି କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଖଡ଼ଗପୁର ଥାନା ଗାନ୍ଧିନଗର ଗ୍ରାମର ସେକ ହେପାଜତ ହୁସେନଙ୍କ ପୁତ୍ର ସେକ ସରଫରାଜ ହୁସେନ(୧୭) ବୋଲି ଜଣା ପଡିଛି।

'Gachha Sir' Of Nayagarh In Odisha
ନୟାଗଡ଼ର ଗଛ ସାର : ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ପାଇଁ ସମର୍ପିତ

ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।

Odisha Secretariat
ରାଜ୍ୟରେ ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ସରକାର

ଏଥିସହ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ବି ମିଳିଛି।  ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ସଚିବ  ରହିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣାଙ୍କୁ ଯୁବ ଓ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

bhadrak
ତୁମ ପରି ଛୋଟ ପିଲା ଟିଏ . . . ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା

ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍‌ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ

konark
କୂଳ ଲଙ୍ଘି ମାଡ଼ି ଆସୁଛି ଜୁଆର : ସମୁଦ୍ର ଆଁରେ ପୁରୀ-କୋଣାର୍କ ବେଳାମାର୍ଗ

ଅଶାନ୍ତ ହେଉଛି, କୂଳ ଖାଉଛି । ବେଳକୁ ବେଳ ଭୟଙ୍କର ହେଉଛି ସମୁଦ୍ର । କୂଳ ଲଙ୍ଘି ସମୁଦ୍ର ଜୁଆର ମାଡରେ ଉପକୂଳ ପ୍ରାଚୀର ସଦୃଶ ପ୍ରାକୃତିକ ବାଲିବନ୍ତ ଓ ଝାଉଁ ବଣ ସମୁଦ୍ର ଗର୍ଭରେ ଚାଲିଯିବା ପରେ ଏବେ ସମୁଦ୍ର ଢେଉ ସିଧାସଳଖ ମାଡ ହେଉଛି ପୁରୀ କୋଣାର୍କ ବେଳାମାର୍ଗର ସୁରକ୍ଷା ପ୍ରାଚୀରରେ ।

Finance Minister Nirmala Sitharaman
ବ୍ୟାଙ୍କ ଡୁବିଲେ ୯୦ ଦିନ ମଧ୍ୟରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷର ବୀମା ରାଶି

ବ୍ୟାଙ୍କ ଡିପୋଜିଟର୍ସଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ବୁଡ଼ିଲେ ବା ଦେବାଳିଆ ହେଲେ ସୁରକ୍ଷିତ ରହିବେ ଗ୍ରାହକ। ୯୦ ଦିନ ମଧ୍ୟରେ ପାଇବେ ୫ ଲକ୍ଷର ବୀମା ରାଶି। 

bhubaneswar received another award
ସ୍ମାର୍ଟ ସିଟି ଭୁବନେଶ୍ୱରକୁ ମିଳିଲା ଆଉ ଏକ ପୁରସ୍କାର 

ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର  । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ।

Orissa High Court
ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା

ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହେବା ପରେ ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଯୋଡ଼ି ହୋଇଛି। 

Bisoyee death
ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା

Nursing College
ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।

  • Wednesday, 28 July 2021
Mausi Mandir
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ: ସୌନ୍ଦର୍ଯ୍ୟ ହରାଇଲାଣି ବାରିପଦା ମାଉସୀ ମା’ ମନ୍ଦିର

ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ ।

Lock Down Shut Down
୩ ଦିନ ପରେ ଆସିବ ନୂଆ ଗାଇଡ୍‌ଲାଇନ୍‌, ଲୋକଙ୍କ ପାଇଁ କେତେ କୋହଳ ହେବ କଟକଣା ?

ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍‌ଲାଇନ୍ । ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍‌ଲକ୍‌ ହେବ କି ଓଡ଼ିଶା ? ଗୋଟିଏ ପଟେ ରାଜ୍ୟରେ ସାମଗ୍ରିକ ଭାବେ କରୋନା ସଂକ୍ରମଣ ଖସୁଛି, କିନ୍ତୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି ।

Cuttack Teacher
ବଂଚିଥିବା ଅବସ୍ଥାରେ ନୁହେଁ ବରଂ ମଲା ପରେ ମିଳିଲା ନ୍ୟାୟ

ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ରାୟର ୩ ବର୍ଷ ପରେ ସର୍ବୋଚ୍ଚ କୋର୍ଟରେ SLP ଦାଖଲ କରିଥିଲେ। ୨୦୧୮ରେ SLP ଖାରଜ ହୋଇଥିଲା। ୟା ଭିତରେ ୨୦୧୦ରେ ଅଭାବ, ଅନଟନ ଓ ଅସହ୍ୟ ମାନସିକ ଯନ୍ତ୍ରଣା ସହି ନପାରି ଆଖି ବୁଜି ଦେଇଥିଲେ ପ୍ରଫୁଲ୍ଲ। ତେବେ ମାମଲାକୁ ମରିବାକୁ ନଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ ତାଙ୍କ ପତ୍ନୀ ଓ ପୁଅ।

Kamasutra and Vatsyayana
ମହର୍ଷି ବାତ୍ସାୟନ ଆଜୀବନ ବ୍ରହ୍ମଚାରୀ ଥାଇ ବି କିପରି ଲେଖିଲେ ‘କାମସୂତ୍ର’

ଆମେ ସମସ୍ତେ ଜାଣୁ ଯେ ମହର୍ଷି ବାତ୍ସାୟନ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିକ୍ରୟ ପୁସ୍ତକ କାମସୂତ୍ରର ଲେଖକ। କିନ୍ତୁ ଅଧିକାଂଶ ହୁଏତ ଜାଣି ନ ଥିବେ ବାତ୍ସାୟନ ଜଣେ ଆଜୀବନ ବ୍ରହ୍ମଚାରୀ ଥିଲେ। ଏହା ସତ୍ତ୍ୱେ ତାଙ୍କର ଯୌନ ସମ୍ବନ୍ଧରେ ପ୍ରଗାଢ ଜ୍ଞାନ ଥିଲା। ସେ ଏହି କଳାକୁ ଅନେକ ନୂତନ ଏବଂ ସୁନ୍ଦର ଦିଗ ଦେଇଥିଲେ।

Eagle Attack Stone Duck
ପଥର ବତକକୁ ସତ ଭାବି ଆକ୍ରମଣ

ଜଣେ ଶିକାରୀ ସବୁବେଳେ ଶିକାରୀ ହିଁ ହୋଇଥାଏ। ତେଣୁ ତାକୁ ସବୁବେଳେ ଚାରିଆଡ଼େ ଶିକାର ହିଁ ଦେଖାଯାଏ। ଏହି ଚକ୍କରରେ ସେ ଅନେକ ଥର ଏପରି କିଛି ଭୁଲ କରିବସେ ଯାହାକୁ ଦେଖିବା ମାତ୍ରେ ହସ ଆସେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

big offer from gold shop
ସୁନା ଦୋକାନୀଙ୍କ ବଡ଼ ଅଫର ! ଟିକା ନେଇଥିଲେ ୫% ଓ କରୋନା ଯୋଦ୍ଧାଙ୍କୁ ୪୦% ରିହାତି

କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି ।

village
୪ ହଜାର 'ପଡ଼ା' ହେବ ଗାଁ : ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ

ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର

subhashree meher
କୁନି କଣ୍ଠଶିଳ୍ପୀ ଶୁଭଶ୍ରୀ ମେହେରଙ୍କ ସଚେତନତା ଗୀତ ସୋସିଆଲ ମିଡିଆରେ ଭାଇରାଲ

ବରଗଡ଼ ଜିଲ୍ଲା ଭେଡେନର କୁନି ଗାୟିକା ଶୁଭଶ୍ରୀ ମେହେର ଓ ତାଙ୍କ ବାପା ଗୁଲେଖ ମେହେର । ବାପା ଗୀତ ରଚନା କରନ୍ତି ଏବଂ ଝିଅ ତାଙ୍କୁ ସୁମଧୁର ସ୍ୱରରେ ଗାଇଥାନ୍ତି ।

tribal people
ଆଦିବାସୀଙ୍କ ଆଦିମ ପରମ୍ପରା : ବର୍ଷା ପାଇଁ ଡଙ୍ଗର ବୁଢାକୁ ପୂଜା

ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ ।

durjan munda
ଖଟିଲେ ଖାଉଛନ୍ତି, କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ପୂର୍ବତନ ନାଏବ ସରପଞ୍ଚ

୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।

snake
ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ: ସାପ କାମୁଡ଼ାରେ ଅକାଳେ ଝଡି ଯାଉଛି ବହୁ ଜୀବନ

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ରୋଗୀ ମଧ୍ୟ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍‌ ବେଡ୍‌ରେ ଗୁଣିଆ ଝଡାଫୁଙ୍କା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

High court of odisha
ପେନସନ୍‌ ଅପେକ୍ଷାରେ ଆଖି ବୁଜିଦେଲେ ଶିକ୍ଷକ, ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ନ୍ୟାୟ

କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ  ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ।  ଆଖି ବୁଜିଦେଲେ। ଏବେ  ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ?  

Corona Dengue
କରୋନା ସମୟରେ କାୟା ବିସ୍ତାର କଲାଣି ଡ଼େଙ୍ଗୁ

ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି।

MI
କେବେ ପଦୋନ୍ନତି ପାଇବେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ?

ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ

Chilika People Protest
ଚିଲିକା ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ !

ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ ।