Advertisment

ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା

author-image
Sarbeswar
ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

Bisoyee death

ବୌଦ୍ଧ(ଆର୍ତ୍ତତ୍ରାଣ ପ୍ରଧାନ): ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜର ନିର୍ଭୀକ ଯୋଦ୍ଧା ଈଶ୍ୱର ବିଶୋଇ । ରେଂଗୁନରେ ୧୧ ମାସ ବନ୍ଦୀ ଜୀବନ ବିତାଇ ଥିବା ଈଶ୍ୱର ବିଶୋଇଙ୍କୁ ଗତ ବର୍ଷ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଥିଲା । ତେବେ ଶହେ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି।

Advertisment

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା । ତେବେ ଇଂରେଜ ସେନାଙ୍କ ସହ ଲଢ଼େଇ କରି ୨୬ ମେ ୧୯୪୫ ମସିହାରୁ ୨୭ ଅପ୍ରେଲ ୬ ମସିହା ଦୀର୍ଘ ୧୧ ମାସ ରେଂଗୁନର ଗୋଶାଳା ଜେଲରେ ବନ୍ଦୀ ଜୀବନ ବିତାଇଥିଲେ ଈଶ୍ୱର ବିଶୋଇ ।

Advertisment

ତେବେ ଈଶ୍ୱରଙ୍କ ବନ୍ଦୀ ବିଷୟରେ ଖବର ପାଇ ଗାଁରେ ଥିବା ତାଙ୍କ ପିତା କୃଷ୍ଣ ବିଶୋଇଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।ମାତ୍ର ବନ୍ଦୀ ଜୀବନ ସରିବା ପରେ ଗାଁ କୁ ଫେରିଥିଲେ ଈଶ୍ୱର ।ତନୁ ଦେବୀଙ୍କୁ ବିବାହ କରିବା ପରେ ତାଙ୍କର ୨ ପୁଅ ଏବଂ ଗୋଟିଏ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା।

ଗାଁ ରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ ଈଶ୍ୱର । ଗରିବ ଲୋକଙ୍କ ସେବା କରିବା ଦୁଃଖୀ ଲୋକ ମାନଙ୍କ ପାଇଁ ସାମୁହିକ ଖାଦ୍ୟର ବ୍ୟବସ୍ଥା କରିବା ଆଦି କାର୍ଯ୍ୟରେ ସବୁବେଳେ ଲିପ୍ତ ରହୁଥିଲେ ଈଶ୍ୱର । କେବଳ ସେତିକି ନୁହେଁ ସେ ଥିଲେ ଜଣେ ଭଲ କଳାକାର । ନାଟ୍ୟ ନିର୍ଦେଶନା,ଓଡିଶୀ ,ଚମ୍ପୁ ଛାନ୍ଦ ଗାଇବା ଠାରୁ ବାଦ୍ୟ ବଜାଇବାର ରୁଚି ରଖି ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ ଈଶ୍ୱର । ତେବେ ଗତ ବର୍ଷ କ୍ରାନ୍ତି ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ତାଙ୍କ ସ୍ୱ ଗୃହରେ ସ୍ୱତନ୍ତ୍ର ସୈନିକ ସଂମ୍ମାନରେ ସଂମ୍ମାନୀତ କରାଯାଇଥିଲା ।

ଦେଶ ପାଇଁ ଈଶ୍ୱର ବିଶୋଇଙ୍କ ନିଷ୍ଠାପର କର୍ତ୍ତବ୍ୟ ପାଇଁ ଏ ଜାତି ତାଙ୍କୁ ଚିରକାଳ ସଲାମ କରିବ ଏହା ନିଃସନ୍ଦେହ ।

Odisha Nayagarh
Advertisment
Advertisment