ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାରେ ଥିବା TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍ରେ ବିସ୍ଫୋରଣ ଯୋଗୁ ନିଆଁ ଛିଟିକି ପଡ଼ିଥିଲା। ସେଠାରୁ କାମ କରୁଥିବା ଶ୍ରମିକଙ୍କ ଉପରେ ନିଆଁ ଛିଟିକ ପଡ଼ିବାରୁ ୭ ଜଣ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ରାଉରକେଲା IGH ସ୍ଥାନାନ୍ତର କରାଯାଇଥିବା […]
କେନ୍ଦୁଝର: ମୋବାଇଲ୍ ପାଇଁ ଜୀବନ ହାରିଦେଲା ନାବାଳକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପଲାଣଘାଟି ଗାଁରୁ। ବଡ଼ ଭଉଣୀ ମୋବାଇଲ ନଦେବାରୁ ସାନଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ମୟୁରଭଞ୍ଜ ଜିଲ୍ଲା କୁସୁମି ଗାଁର ମାନସ ମହାନ୍ତିଙ୍କ ପୁଅ। ବାପା ପଲାଣିଘାଟି ସ୍କୁଲର ଶିକ୍ଷକ। ତେବେ ବାପା, ମା ମୟୁରଭଞ୍ଜ ଯାଇଥିବାବେଳେ ଗତକାଲି ମୋବାଇଲ୍ ଦେଖାକୁ ନେଇ ଭାଇ ଭଉଣୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ରାତିରେ ବଡ଼ଭଉଣୀ ଶୋଇଯିବା […]
ବଣାଇ: ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କେଲ ଗାଁ ନିକଟରେ। ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି କେଲ ଗାଁରୁ ଏକ ଟ୍ରାକ୍ଟରରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ବିଧାୟକମାନଙ୍କୁ ଏହିପରି ଆହ୍ୱାନ ଦେଇଛନ୍ତି ସିଏମ୍। କୋଭିଡ ଗାଇଡଲାଇନ ମାନି ପ୍ରତ୍ୟେକ ପଦକ୍ଷେପ ନେବାକୁ ସେ ବିଧାୟକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। […]
ଅନୁଗୁଳ: ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। କିଛି ଦିନର ଲୁଚକାଳି ପରେ ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପରବର୍ତ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି ପୋଲିସ୍ ଅଭୟ ସୂଚନା ଦେଇଛନ୍ତି। ଆଜି ସକାଳେ ଆନନ୍ଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ଖୋଜିବା ପାଇଁ ଜଣେ ମହିଳା ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ […]
ଭୁବନେଶ୍ୱର: ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି। ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି। ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ପଦରେ ନିଯୁକ୍ତି ମିଳିଛି। ଉପସଭାପତି ମଙ୍ଗଳା କିଷାନ, […]
ଭୁବନେଶ୍ୱର: ଟିକ୍ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍ର ଚାହିଦା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଏବେ ଚିଙ୍ଗାରୀ ଆପ୍କୁ ଡାଉନ୍ଲୋଡ୍ କରିସାରିଲେଣି। କେବଳ ପ୍ଲେ ଷ୍ଟୋର୍ରୁ ଅଢ଼େଇ ମିଲିୟନ୍ ଗ୍ରାହକ ଚିଙ୍ଗାରୀକୁ ଡାଉନ୍ଲୋଡ୍ କରିଛନ୍ତି। ଗତ ଗୋଟିଏ ମାସରେ ଚିଙ୍ଗାରୀକୁ ଲକ୍ଷେ ଲୋକ ଡାଉନ୍ଲୋଡ୍ କରିଥିଲେ। ତେବେ ସବୁଠୁ ବଡ଼ କଥା ହେଲା ଏହାକୁ ଡେଭଲପ୍ କରିଛନ୍ତି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ। ୨୦୧୯ରେ ଏହି ଭିଡିଓ ଶେୟାରିଂ ଆପ୍ ଚିଙ୍ଗାରିକୁ ଡେଭଲପ୍ […]
ଭୁବନେଶ୍ୱର: ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ନେଇ ତାଲିମ ନେବେ। ଏନେଇ ସୂଟନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା। ଦୁଇ ଦିନର ତାଲିମରେ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରସ୍ତୁତିକୁ ଦେଖି ନିଜ […]
ବାଲେଶୱର: ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର ହୋଇଛି। ମନ୍ଦାରମଣି ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ଲମ୍ବ ୪୫ ଫିଟ୍ ଓ ଚଉଡ଼ା ୧୦ ଫିଟ୍ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି। ଏହାକୁ ସ୍ଥାନୀୟ ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କେମିତି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଏହାକୁ ପଶ୍ଚିମବଙ୍ଗର ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି […]
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କାଲି କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ କଂଗ୍ରେସ ନେତା ଓ କର୍ମୀ। ଏବଂ ତାପରଦିନ ଅର୍ଥାତ ୩୦ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। କେବଳ ରାଜ୍ୟରେ ନୁହେଁ, ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବ […]
ବଲାଙ୍ଗିର: ବଲାଙ୍ଗିର BSNL କାର୍ଯ୍ୟାଳୟରେ ଉତ୍ତେଜନା। ଦଶ ମାସର ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ। ଗତ ୧୭ ଦିନ ଧରି ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟକୁ ବନ୍ଦ କରି ଧାରଣାରେ ବସିଛନ୍ତି ଶ୍ରମିକ। ସକାଳୁ କାର୍ଯ୍ୟାଳୟ ଖୋଲିବାକୁ କର୍ମଚାରୀ ଓ ପୋଲିସ୍ ଫୋର୍ସ ପହଞ୍ଚି ଆନ୍ଦୋଳନକାରଙ୍କୁ ହଟାଇଥିଲେ। ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଥିଲା। ତେବେ ଅସ୍ଥାୟୀ ହେଲେ ଜିଲ୍ଲାରେ ଠପ୍ ହୋଇପଡ଼ିଛି ବିଏସ୍ଏନ୍ଏଲ୍ ସେବା। ଫଳରେ ଗ୍ରାହକ ବିଏସ୍ଏନ୍ଏଲ୍ […]
ଭୁବନେଶ୍ୱର: ଲଗାତର ୧୮ ଦିନ ଧରି ବଢ଼ିଛି ତେଳ ଦର। ଜୁନ୍ ୬ ପରଠୁ ଆଉ ଥମିବାର ନା ନେଉନି ପେଟ୍ରୋଲ୍-ଡିଜେଲ୍। ମୂଲ୍ୟ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରକୁ ଅତିକ୍ରମ କରିଛି ଡିଜେଲ। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦେବାଳିଆ ଥିବା ବେଳେ ଏପଟେ ହୁ ହୁ ବଢୁଥିବା ତେଲ ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ସେପଟେ ତେଲଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। […]
ଭୁବନେଶ୍ୱର: ସୁପ୍ରିମ୍କୋର୍ଟଙ୍କ କଟକଣା ମାନି ସଫଳ ଭକ୍ତଶୂନ୍ୟ ରଥଯାତ୍ରା ପରେ ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା ଲାଗିଛି। ବିଜେପି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଷଡ଼ଯନ୍ତ୍ରକାରୀ କହି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ରଥ ଗଡ଼ିଲା ବୋଲି କହିଛି। ବିଜେଡି କିନ୍ତୁ ଏ ନେଇ ଚୁପଥିବା ବେଳେ କଂଗ୍ରେସ କହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେହି ରଥଯାତ୍ରା ଚାହୁଁନଥିଲେ। କାଳିଆ ଯୋଗୁ ହିଁ ରଥଯାତ୍ରା ସୁରୁଖୁରରେ ହେଲା ବିନା ଭକ୍ତରେ ରଥ ଗଡ଼ିବା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବସ୍ଷ୍ଟାଣ୍ଡରୁ ଉଦ୍ଧାର ନାବାଳିକାର ଗର୍ଭପାତ ଅଭିଯୋଗରେ ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ବୀରମିତ୍ରପୁର ଥାନା ଅଧିକାରୀ ଓ ଜଣେ ଡାକ୍ତରଙ୍କ ସମେତ ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ରାଏବଗା ଥାନାରେ ଏନେଇ ଲିଖିତ ଭାବେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଏସ୍ପିଙ୍କ ନେତୃତ୍ୱରେ ଏକ […]
ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଜିରାଙ୍ଗ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଲୋକେ ଗଛ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଜିରାଙ୍ଗ ଗାଁରୁ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଗୋଟିଏ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହାକୁ ନେଇ ଗ୍ରାମବାସୀମାନେ ମୁଖ୍ୟ ରାସ୍ତାରେ ପଥର ଓ ଗଛ ପକାଇ ରାସ୍ତାକୁ ଅବରୋଧ କରିଥିଲେ। ଯେପରି ଗାଁକୁ ବାହାରୁ ଲୋକ ଆସିନପାରିବେ, ଏଥିପାଇଁ […]
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଟେଷ୍ଟ ପ୍ରକ୍ରିୟା ସାରିବାକୁ […]
ଭୁବନେଶ୍ୱର: ଏଣିକି ପ୍ରଶାସନ ପହଁଞ୍ଚିବ ଆପଣଙ୍କ ପାଖରେ। ଯେକୌଣସି ସମସ୍ୟା ହେଉ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢ଼ାଇବ ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବେସରକାରୀ କାମ, ସମସ୍ୟା ନେଇ ପ୍ରଶାସନ ସହ ଯୋଗଯୋଗ କଲେ ଆପଣଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ମିଳିବ। ଏମିତି କିଛି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି କଟକ ଜିଲ୍ଲା ପ୍ରଶାସନ। ଯାହାର ନାଁ ରଖାଯାଇଛି ‘ତୁ ମୋ ସାହାରା।’ କେବଳ ସିନିଅର ସିଟିଜେନ ନୁହଁନ୍ତି, ଯେ କୌଣସି ବ୍ୟକ୍ତି […]
ପୁରୀ: ରଥଯାତ୍ରାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବିଳମ୍ବରେ ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା। ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରଥଯାତ୍ରା ହେଲେ କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର ଚୁପ୍ ରହିଲେ। ତେଣୁ ସୁପ୍ରିମକୋର୍ଟଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିଲା। ବର୍ତ୍ତମାନ ଲୋକେ ଘରୁ […]
ପୁରୀ: ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍। ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ। ରଥଯାତ୍ରା ହେଲେ ସାରା ବିଶ୍ୱକୁ ଭୁଲ ସନ୍ଦେଶ ଯିବ। ଅନ୍ୟ ଧର୍ମର ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ତେଣୁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବା ଜରୁରୀ ବୋଲି ଖାରବେଳ କହିଛନ୍ତି। ଗୋଟିଏ […]
ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାର ନୂଆପଡ଼ାର ଜଣେ ବୃଦ୍ଧା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ତାଙ୍କର ଏକ ନୂଆ ଖାତା ଖୋଲାଯାଇଛି। ଏହାଫଳରେ ବୃଦ୍ଧାଜଣକ ମହିଳାଜଣଙ୍କ ଘରେ ରହି ଆଧାର କାର୍ଡ ସହାୟତାରେ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କିଛିଦିନ ତଳେ ଟଙ୍କା ଉଠାଣ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବରଗାଁର ଜଣେ ୧୨୦ […]
ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟରେ ସରକାରଙ୍କ ପକ୍ଷ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର […]
ଭୁବେନେଶ୍ୱର: ଗଲୱାନ ଅଂଚଳରେ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିଛି। ଚୀନ ସହ ରକ୍ତାକ୍ତ ସଂଘର୍ଷରେ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରୋନ ସହିଦ ହୋଇଥିଲେ। ଚନ୍ଦ୍ରକାନ୍ତ ୨୦୧୪ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିବା ବେଳେ ନନ୍ଦୁରାମ ୧୯୯୭ରେ ବିହାର-16 ରେଜିମେଣ୍ଟରେ ଯୋଗ ଦେଇଥିଲେ। ଯବାନଙ୍କ ସହିଦ ଖବର ମିଳିବା ପରେ […]
ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା […]
ଭୁବନେଶ୍ୱର: ଚଳିତ ବର୍ଷ ବାତିଲ ହେଲା ରଥଯାତ୍ରା। ଏ ନେଇ ସୁପ୍ରିମ୍କୋର୍ଟ ବଡ଼ ରାୟ ଦେଇଛନ୍ତି। ସେପେଟ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ବନ୍ଦକୁ ନେଇ ଦେଖାଦେଇଛି ଅସନ୍ତୋଷ। ଇତିହାସ କହେ, ଚଳିତ ବର୍ଷ ବାରିପଦା ରେ ୪୪୫ ତମ ରଥଯାତ୍ରା ବନ୍ଦ ହେବାକୁ ଯାଉଛି। ୧୫୭୫ ମସିହାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ପରମ୍ପରା ଚାଲି ଆସୁଅଛି। ପ୍ରଶାସନର ନୋଟିସ ପରେ ଆଜି ସେବାୟତମାନେ ଏକତ୍ର ହୋଇ ସରକାର ଆଉଥରେ ବିଚାର କରନ୍ତୁ ବୋଲି […]
ପୁରୀ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟାସିଂହ ଦେବ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହୋଇଥିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ ବୋଲି ଗଜପତି ମହାରାଜା କହିଛନ୍ତି। ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଓ ପ୍ରଶାସନ ସହ ଏନେଇ […]