Advertisment

ତୁମ ପରି ଛୋଟ ପିଲା ଟିଏ . . . ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା

ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍‌ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ

author-image
Prangyan Parimita
ତୁମ ପରି ଛୋଟ ପିଲା ଟିଏ . . . ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା

bhadrak

ଭଦ୍ରକ(ପାର୍ଥ ସାରଥୀ ନାୟକ): ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍‌ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ । ତେବେ କିଏ କରନ୍ତୁ ବା ନକରନ୍ତୁ ଗାଁ ଲୋକଙ୍କ ଦୁଃଖ ବୁଝିଛନ୍ତି କୁନି କୁନି ପିଲା । ଆଉ ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

Advertisment

ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ଆଦିବାସୀ କଲୋନୀ ଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତା, ବର୍ଷା ଦିନେ ହେଲେ ଏହି ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡେ । କିଛି କିଛି ସ୍ଥାନରେ ରାସ୍ତା ମରାମତି କାମ ଚାଲିଥିବା ବେଳେ, କିଛି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିରହିଛି । ରାସ୍ତାର ଅବସ୍ଥା ଏଫରି ହୋଇଛି ଯିବାଆସିବା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଯିବାଆସିବା ସମୟରେ ଦୁଲଦାଲ ପଡ଼ୁଛନ୍ତି ଲୋକେ । ଲୋକମାନେ ଯିବ ଆସିବାରେ ହଇରାଣ ହେଉଥିବାର ଦୃଶ୍ୟ ଏହି କୁନି କୁନି ପିଲାମାନଙ୍କ ନଜରରେ ପଡିଥିଲା।

Advertisment

ଶେଷରେ ନିର୍ବୋଧ, ନିଷ୍ପାପ କୁନି କୁନି ପିଲା ମାନେ ଏକ ହୋଇ ଏଭଳି ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ରାସ୍ତା କିଏ କଡରେ ପଡ଼ିଥିବା ମେଣ୍ଟାଲକୁ ଖାଲରେ ପକାଇ ସମତୁଲ କଲା ଆଉ କିଏ ଅଖାରେ ବୋହି ନେଇ ରାସ୍ତାରେ ଥିବା ବଡ଼ ବଡ଼ ଗାଡ଼ରେ ପକାଇଲା । ଛୋଟ ପିଲା ବେଳେ ବହିରେ ପଢୁଥିବା ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳୀର ଚାଟ ସିଏ ଉକ୍ତିଟି ସତ ହୋଇଛି । ତେବେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ଅନ୍ୟ ମାନଙ୍କ ପାଇଁ ନିଶ୍ଚିନ୍ତ ଶିକ୍ଷଣୀୟ । ପିଲା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Odisha News Bhadrak
Advertisment
Advertisment