/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632829494.jpg)
Protest For Odia Language
ଷଡେଇକଳା: ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ଝାଡଖଣ୍ଡ ସରକାର ୨୦୧୧ ସେପ୍ଟେମ୍ବର ୧ ତାରିଖରେ ଓଡ଼ିଆକୁ ରାଜ୍ୟରେ ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ଦେଇଥିଲେ । ହେଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିକାଶ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି ଝାଡଖଣ୍ଡ ସରକାର । ଯାହାର ପ୍ରତିବାଦରେ କୋଲହାନ ଓଡିଆ ସମାଜ ପକ୍ଷରୁ ଧାରଣା ଦିଆଯାଇଛି ।
Also Read
ଏପରିକି ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ କଲେଜ ଗୁଡିକରେ ମଧ୍ୟ ଓଡ଼ିଆ ଭାଷାରେ ପାଠ ପଢା ହୋଇ ପାରୁନାହିଁ ବୋଲି ସଂଗଠନ ଅଭିଯୋଗ କରିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ଝ଼ାଡଖଣ୍ଡରେ ରହୁଥିବା ଓଡ଼ିଆ ଲୋକ । ଆଜି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ମଧ୍ୟ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)