• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବଳଙ୍ଗା ଥାନା SI ତଅପୋଇ ନାୟକ ନିଲମ୍ବିତ

  • କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କଲେ ପୁରୀ ଏସପି

  • ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ

ବଳଙ୍ଗା : ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ SIଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାରଣ ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ । ହେଲେ ଥାନାର ମାଲଖାନାରେ ବିସ୍ଫୋରକ ପଦାର୍ଥ ଥିବାନେଇ ସେ ନୂଆ ଅଧିକାରୀଙ୍କୁ ଜଣାଇନଥିଲେ।  ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା । କୌଣସି କାରଣରୁ ଏଥିରେ ବିସ୍ଫୋରଣ ଘଟିଥିଲା ।

ତେବେ ଥାନା ଭିତରେ କେଉଁ ପରିସ୍ଥିତିରେ ଏତେ ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ରଖାଯାଇଥିଲା ? ଯଦି ଜବତ କରାଯାଇ ଅଣାଯାଇଥିଲା, ତାକୁ କାହିଁକି ଅକାମୀ କରାଯାଇ ନଥିଲା ? ବିସ୍ଫୋରଣ କ୍ଷୟକ୍ଷତି ପାଇଁ କାହାକୁ ଦାୟୀ କରାଯିବ ? ଏପରି ଅନେକ ପ୍ରଶ୍ନ ଉଠିଥିଲା ।

ଦୁଇ ଦିନ ପୂର୍ବରୁ ରାତି ପ୍ରାୟ ୧୨ଟା ୦୫ ହଠାତ୍ ବଳଙ୍ଗା ଥାନା ପରିସରରେ ହୋଇଥିଲା ଶକ୍ତିଶାଳୀ ବିସ୍ଫୋରଣ ।  ଛାତ ଓ କାନ୍ଥ ଇତଃସ୍ତତ ହୋଇ ପଡ଼ି ରହିଥିଲା । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ଆଖପାଖ ଅଞ୍ଚଳ । ଲୋକେ ପହଞ୍ଚିଥିଲେ, ହେଲେ ଥାନା ଜାଣି ପାଖ ମାଡ଼ିନଥିଲେ । ତେବେ ସୌଭାଗ୍ୟବଶତଃ ମାଲଖାନା ଡ୍ୟୁଟିରେ ଥିବା ସେଣ୍ଟ୍ରି ଜଣକ ସୁରକ୍ଷିତ ଥିଲେ ।

ତେବେ ଥାନାର ବିସ୍ଫୋରଣ ନେଇ ଜନତା ଜବାବ ମାଗିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି କହିଥିଲେ-ଯେଉଁ ଅଧିକାରୀ ବିସ୍ଫୋରକ ଦ୍ରବ୍ୟ ରଖିଥିଲେ, ତାକୁ ନେଇ ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ ଆକ୍ସନ ହେବ । ଆଉ ଆଜି ଗୋଟିଏ ଦିନ ପରେ ତୁରନ୍ତ ମାଲଖାନା ଦାୟିତ୍ୱରେ ଥିବା ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।