Advertisment

ଘରେ ମାଡ଼ିଗଲା ପାଉଁଶର ଆସ୍ତରଣ, ଦୂର ବାଟ ଦିଶିଲାନି

JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି। ସ୍ଥାନୀୟ ଆର୍‌ଆର୍‌ କଲୋନୀ ଓ ଆଖପାଖ ଅଞ୍ଚଳରେ ଏହା ମାଡ଼ି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛିା

author-image
Chandan Shishu
ଅଦ୍ୟତନ ହୋଇଛି
Ash in sambalpur

Ash in sambalpur

ସମ୍ବଲପୁର: ଘର, ବାରଣ୍ଡା, ଛାତ ଯୁଆଡ଼େ ଚାହିଁବେ ସିଆଡ଼େ ପାଉଁଶର ଆସ୍ତରଣ। ସମ୍ବଲପୁର ଠେଲକୋଲି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି।ଲୋକଙ୍କ ଘର ଭିତରେ ବି ଏହା ପଶିଥିବାରୁ ସମସ୍ୟା ବଢ଼ିଛି। 

Advertisment

ସ୍ଥାନୀୟ ଆର୍‌ଆର୍‌ କଲୋନୀ ଓ ଆଖପାଖ ଅଞ୍ଚଳରେ ଏହା ମାଡ଼ି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛିା ଏହାକୁ ନେଇ ଗତକାଲିଠୁ ସ୍ଥାନୀୟ ଲୋକେ କମ୍ପାନିର ତାଲା ପକାଇ ବିରୋଧ କରିଥିଲେ। ତେବେ ଆଜି କଂପାନୀ କର୍ତ୍ତୃପକ୍ଷ ଲୋକଙ୍କ ସହ ଆଲୋଚନା କରିବା ପରେ ସବୁକିଛି ସ୍ୱାଭାବିକ ହୋଇଛି।

କଂପାନୀର ପ୍ରାଶାସନିକ ଉପାଧ୍ୟକ୍ଷଙ୍କ କହିବା ଅନୁସାରେ, ଘଣ୍ଟାଟିଏ ପାଇଁ ଏ ସମସ୍ୟା ଦେଖା ଦେଇଥିଲା। ପାଉଁଶ ଉଡ଼ି ଲୋକଙ୍କ ଘରେ ପଶିଥିଲା ତେବେ ସାଙ୍ଗେସାଙ୍ଗେ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିଲା ଏହାସହ ପାଉଁଶ ସଫା କରିବା ଲାଗି ପ୍ରତିଶ୍ରୁତି ଦିଆଯିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଛି। 

Advertisment
Odisha Sambalpur JSW
Advertisment
Advertisment