Advertisment

Student Drowned: ଅଫେରା ରାଇଜରେ ପୁଅ; ଛାଟିପିଟି ହୋଇ କାନ୍ଦୁଛି ମା’

ଭୁବନେଶ୍ୱର କୁଆଖାଇ ନଦୀରେ ବୁଡ଼ି ଯାଇ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମା’ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ର ନଦୀରେ ବୁଡ଼ିଯାଇଥିବା ଜଣାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Student Death

Student Death

ପୁଅ ଟ୍ୟୁସନ ଯାଇଛି...। ପାଠ ପଢ଼ାପରେ ମା’ ସରସ୍ୱତୀ ମୂର୍ତ୍ତି ବିସର୍ଜନ ସାରି ଘରକୁ ଫେରିବ। ମା’ ମଧ୍ୟ ପୁଅର ମନପସନ୍ଦର ଖାଇବା  ତିଆରି କରି ରଖିଛି। ହେଲେ ନିର୍ଦ୍ଦୟ ହେଲା ଦଇବ। ମା’ କୋଳରୁ ତା’ପୁଅକୁ ଛଡ଼ାଇ ନେଲା। ପୁଅକୁ ହରାଇ ଛାଟିପିଟି ହୋଇ କାନ୍ଦୁଛି ମା’। ଏପରି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

Advertisment

ଭୁବନେଶ୍ୱର ସ୍ଥିତ କୁଆଖାଇ ନଦୀରେ ବୁଡ଼ି ଯାଇ ୨ଛାତ୍ରଙ୍କ ମୃତ୍ୟୁ ଘଟିଛି। ମା’ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ର ନଦୀରେ ବୁଡ଼ିଯାଇଥିବା ଜଣାଯାଇଛି। ମୃତ ଛାତ୍ର ଦ୍ୱୟ ହେଲେ ସିକୁନ ସେନାପତି ଓ ଦିବ୍ୟଜୋତି ମହାଳିକ। ଉଭୟ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ।

ପ୍ରତିଦିନ ପରି ଆଜି ସକାଳେ ଦୁଇ  ଛାତ୍ର ଗଙ୍ଗନଗରକୁ ଟ୍ୟୁସନ ଆସିଥିଲେ। ଟ୍ୟୁସନରେ ପାଠ ପଢ଼ିବା ପରେ ସାରଙ୍କ ସହ ୬ଜଣ ଛାତ୍ର ଟଙ୍କପାଣି ନିକଟରେ ଥିବା କୁଆଖାଇ ନଦୀକୂଳକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ। ମୂର୍ତ୍ତି ବିସର୍ଜନ ପରେ ୨ ଜଣ ଛାତ୍ର ନଦୀରେ ଗାଧୋଉଥିଲେ। ଅନ୍ୟ ୪ ଜଣ ଛାତ୍ର କୂଳରେ ଥିଲେ। ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଦୁଇ ଜଣ ପିଲା ଭାସିଯାଇଥିଲେ।

Advertisment

ପିଲା ଦୁଇ ଜଣ ଭାସି ଯାଉଥିବା ଦେଖି ଟ୍ୟୁସନ ସାର୍ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରମାନଙ୍କୁ ଖୋଜାଖୋଜି କରିଥିଲେ। ଏକ ଘଣ୍ଟାର ପରିଶ୍ରମ ପରେ ଛାତ୍ର ଦ୍ୱୟଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ। ପରେ ଉଭୟ ଛାତ୍ରଙ୍କୁ  କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଟ୍ୟୁସନ ସାରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଭୟ ଛାତ୍ରଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢ଼ନ୍ତୁ:ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ।

Bhubaneswar Student Deadbody
Advertisment
Advertisment