Advertisment

‘ପିଅନ ଠାରୁ ମନ୍ତ୍ରୀ ଯିଏ ସମ୍ପୃକ୍ତ ଥିବେ ସମସ୍ତେ ଫାଶି ପାଆନ୍ତୁ’

‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି।

author-image
Rajalaxmi Sahoo
Mamita's Father

Mamita's Father

ବଲାଙ୍ଗିର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି। ‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି। 

Advertisment

ଅନ୍ୟପକ୍ଷେ, ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଭୁବନେଶ୍ୱରରେ ଗର୍ଜିଛି ବିଜେପି। ଭୁବନେଶ୍ୱର ଡିସିପି ଅଫିସ୍ ଘେରାଉ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଶହ ଶହ କର୍ମକର୍ତ୍ତା। ଆଜି ବହୁ ସଂଖ୍ୟାରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଭୁବନେଶ୍ୱର ରୂପାଲି ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଭୁବନେଶ୍ୱର ଡିସିପି ଅଫିସ୍ ଘେରାଉ କରିଥିଲେ। ମମିତାଙ୍କ ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ବିଜେପି ଦାବି କରିଛି। 

Advertisment

ସେପଟେ, ମମିତା ହତ୍ୟା ଘଟଣାକୁ ନେଇ ଛତ୍ରପୁରରେ ବିଜେପି ଯୁବ ମୋର୍ଚ୍ଚା ପ୍ରତିବାଦ ଶୋଭାଯାତ୍ରା କରିଛି। ଶତାଧିକ ବିଜେପି କର୍ମୀ ସର୍କିଟ ହାଉସରୁ ବାହାରି ସହରରେ ରାଲି କରିଥିଲେ। ଏହାପରେ ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଛନ୍ତି। ତେବେ ବିଜେପି ଓ କଂଗ୍ରେସର ବିକ୍ଷୋଭକୁ ନେଇ ବିଜେଡି ବିଧାୟକ କିଶୋର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମାମଲାରେ ତଦନ୍ତ ଚାଲିଛି। ଦୋଷୀ ଯିଏ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ବିରୋଧୀ ଦଳ ରାଜନୀତି କରୁଛନ୍ତି।’

ମମିତା ମେହେର ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଓ ଅତିରିକ୍ତ ମହାନିର୍ଦ୍ଦେଶକ ଗଣମାଧ୍ୟମକୁ ଏଡ଼ାଇ ଯାଇଛନ୍ତି। ଏହି ପ୍ରସଙ୍ଗରେ ଉଭୟ ଡିଜି ଓ ଏଡିଜିଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ବି ସେ ଏଡ଼ାଇ ଯାଇଥିଲେ। ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନେ ଡିଜିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ବିଧାନସଭା ବୈଠକ କହି ଡିଜି ଏ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଆଇନଶୃଙ୍ଖଳା ଏଡିଜି ବି କୌଣସି ପ୍ରଶ୍ନର ଉତ୍ତର ନ ଦେଇ ପଳାଇଥିଲେ। 

BJP Mamita Meher Mamita Meher Murder Case Mamita Murder Case Mamita Meher Father
Advertisment
Advertisment