• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ଗଣମାଧ୍ୟମକୁ ଏଡ଼ାଇଗଲେ ପୋଲିସ ମହାନିର୍ଦ୍ଦେଶକ ଓ ଅତିରିକ୍ତ ମହାନିର୍ଦ୍ଦେଶକ।ପ୍ରସଙ୍ଗରେ ଉଭୟ ଡିଜି ଓ ଏଡିଜିଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ବି ସେ ଏଡ଼ାଇ ଗଲେ। ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନେ ଡିଜିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ବିଧାନସଭା ବୈଠକ କହି ଡିଜି ଏ ପ୍ରସଙ୍ଗକୁ ଏଡ଼ାଇ ଚାଲିଯାଇଥିଲେ। ସେପଟେ ଆଇନଶୃଙ୍ଖଳା ଏଡିଜି ବି କୌଣସି ପ୍ରଶ୍ନର ଉତ୍ତର ନ ଦେଇ ପଳାଇଥିଲେ। 

କେବଳ ରାଜ୍ୟ ପୋଲିସ ମୁଖିଆ ନୁହଁନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ଆଇନମନ୍ତ୍ରୀ ସମସ୍ତେ ଚୁପ୍‌। ମମିତା ମର୍ଡର ଓ ମହାଲିଙ୍ଗ କଲେଜକୁ ନେଇ କିଛି ଦିନ ତଳେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିଥିଲେ।

ସେପଟେ ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି । ପ୍ରତ୍ୟେକ ଦିନ ଏବେ ନବୀନ ନିବାସଠାରୁ ଆରମ୍ଭ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘରେ ଆଗରେ ବିକ୍ଷୋଭ ଓ ପ୍ରଦିବାଦ କରୁଛନ୍ତି ବିରୋଧୀ । ଏହି ଆନ୍ଦୋଳନ ଏବେ କେବଳ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସୀମିତ ନାହିଁ ।

ଏହା ଏବେ ସାରା ରାଜ୍ୟକୁ ବ୍ୟାପି ସାରିଲାଣି । ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ହଲ୍ଲାବୋଲ କରୁଥିବା ବେଳେ ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଚକା ଜାମ୍‌ କରୁଛି । ଏସ୍‌ପି ଅଫିସ୍‌ ଘେରାଉ କରି ପୋଲିସକୁ ନୟାନ୍ତ କଲାଣି ବିଜେପି । ଖାଲି ସେତିକି ନୁହେଁ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି ବିଜେପି ।