• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁନ୍ଦରଗଡ(ବିଜୟ ବରୁଆ ): ବୟସ ମାତ୍ର ୧୯ ବର୍ଷ, ହେଲେ ସଫଳତା ଅନେକ । ହିନ୍ଦୀ, ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ୧୨ରୁ ଉର୍ଦ୍ଧ ଗୀତ କମ୍ପୋଜ କରି ପ୍ରଶଂସା ସାଉଁଟି ଥିବା ସୁନ୍ଦରଗଡର ଯୁବ ସଙ୍ଗୀତଜ୍ଞ ବର୍ତ୍ତମାନ ତାଙ୍କ ଆଉ ଏକ ସଫଳତାର ପାହାଚ ଚଢ଼ିଛନ୍ତି । ପ୍ରଥମେ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ ତାପରେ ଏସିଆ ବୁକ୍ସ ଅଫ ରେକର୍ଡରେ ସ୍ଥାନ ପାଇଥିଲେ, ଆଉ ବର୍ତ୍ତମାନ ସେ କମବୟସ୍କ ସଙ୍ଗୀତଜ୍ଞ ବର୍ଗରେ ଇନ୍ଟରନ୍ୟାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ।

ସୁନ୍ଦରଗଡ ଯୁବକ ଚର୍ଚ୍ଚିତ କୁମାର ।  ବନଦୁର୍ଗା କଲୋନୀ ଶଙ୍କରାର ନିବାସୀ ଲମ୍ବୋଦର ବୁଡାଙ୍କର ସାନ ପୁଅ । ଛୋଟ ବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଥିଲା । ଷଷ୍ଠ ଶ୍ରେଣୀରେ ପାଠପଢିଲା ବେଳୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଏବଂ ଦଶମ ଶ୍ରେଣୀ ବେଳକୁ ଷ୍ଟେଜ ପ୍ରୋଗ୍ରାମ ସବୁ କରୁଥିଲେ । ଧୀରେ ଧୀରେ ଗୀତ କମ୍ପୋଜ କରିବା ଆଡକୁ ମନବଳାଇଲା ପରେ ଆଜି ସେ ଏହି ସଫଳତା ପାଇ ପାରିଛନ୍ତି ।

ବଲିଉଡର ନାଁ କରା ଗାୟକ ଜୁବିନ ନୌଟିଆଲଙ୍କ ସହିତ କାମ କରିବାର ଇଚ୍ଛା । ତାଙ୍କର ଏହି ସ୍ୱପ୍ନ କୁ ପୂରଣ କରିବା ଦିଗରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ହିନ୍ଦୀ , ଓଡିଆ, ସମ୍ବଲପୁରୀ ଭାଷାରେ ୧୨ ରୁ ଉର୍ଦ୍ଧଗୀତ କମ୍ପୋଜ କରି ସାରିଲେଣି ଚର୍ଚ୍ଚିତ କୁମାର । ଆଉ ତାଙ୍କର ଏହି ସଫଳତାକୁ ମାନ୍ୟତା ମିଳିଛି । କମ ବୟସ୍କ ମ୍ୟୁଜିକ କମ୍ପୋଜର ଭାବରେ ପ୍ରଥମେ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ ଏବଂ ତାପରେ ଏସିଆ ବୁକ୍ସ ଅଫ୍ ରେକର୍ଡସ ଏବଂ ବର୍ତ୍ତମାନ ଇନ୍ଟରନ୍ୟାସନାଲ ବୁକ୍ସ ଅଫ୍ ରେକର୍ଡସ ରେ ତାଙ୍କର ନାଁ ସାମିଲ କରାଯାଇଛି । ଏପରି ସଫଳତା ନିଶ୍ଚିତ ଭାବରେ ବିରଳ ଏବଂ ଏହା ଆଗକୁ ତାଙ୍କର ବଲିଉଡ ସ୍ୱପ୍ନ ସାକାର କରିବା ଦିଗରେ ସହାୟକ ହେବ ।

ପ୍ରଥମେ ପ୍ରଥମେ ପରିବାର ଲୋକେ ଏଥିରେ ସେ ସଫଳ ହେବ କି ନାହିଁ କହି ତାଙ୍କୁ ବାରଣ କରୁଥିଲେ କିନ୍ତୁ ତାଙ୍କର ଇଚ୍ଛାଶକ୍ତି ଆଗରେ ପରିବାର ଲୋକେ ମଧ୍ୟ ସହଯୋଗ କରିଥିଲେ । ଆଉ ଆଜି ତାଙ୍କର ସଫଳତା ରେ ବେଶ ଖୁସି ଅଛନ୍ତି ପରିବାର ଲୋକ ।