ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କୁଚିଣ୍ଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୁଆ ସ୍ମାର୍ଟକାର୍ଡ ବଣ୍ଟନ I ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ସହ ଶୁଭାରମ୍ଭ I ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା।
ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଏଠାରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି।
କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଜ୍ୟର ସାଢ଼େ ୩ କୋଟି ଲୋକ BSKY ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।
କେତେବେଳେ କାଠରେ ଦେବାଦେବୀଙ୍କ ମୂର୍ତ୍ତି, ତ ଆଉ କେତେବେଳେ ଲିଙ୍ଗରାଜ ମନ୍ଦିରର ଅବିକଳ ପ୍ରତିକୃତ୍ତି । ନିର୍ଜୀବ କାଠକୁ ନିଜର ଏପରି କଳାରେ ଜୀବନ୍ତ କରୁଥିବା ଯୁବଶିଳ୍ପୀ ହେଉଛନ୍ତି ନୟାଗଡର ଭାପୁର ବ୍ଲକ ଫତେଗଡର ଭୀମସେନ ଖୁଣ୍ଟିଆ ।
ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡ୍ଲାଇନ୍ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ।
ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ନୂଆ ପ୍ରୟାସ । ରାସ୍ତାକଡ଼ ଦୋକାନୀଙ୍କ ଜରିଆରେ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା। ୧୦ରୁ ପରିବହନ ବିଭାଗର ଫାଷ୍ଟ-ଏଡ୍ ପ୍ରି ଟ୍ରମାକେୟାର ତାଲିମ।
ମମିତା ମାମଲାରେ ଦିବ୍ୟଶଙ୍କରଙ୍କୁ ୩ ଆଡୁ ତୀର। ରାୟପୁର ବୈଠକର ତାରିଖ ଦେଲେ ସନ୍ତୋଷ ସିଂ ସାଲୁଜା ।ବିଜୟ କହିଲେ ଥରେ ନୁହେଁ, ୩ ଥର ହୋଇଛି ବୁଝାମଣା ବୈଠକ।
ଦୀପାବଳିରେ ବାଣଫୁଟାକୁ ହଁ । କେବଳ ୨ ଘଣ୍ଟା ପାଇଁ ସବୁଜ ବାଣକୁ ହାଇକୋର୍ଟଙ୍କ ଅନୁମତି। ରାତି ୮ରୁ ୧୦ ଯାଏଁ ଫୁଟାଇବାକୁ ଗ୍ରୀନ୍ ସିଗ୍ନାଲ୍
ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର। ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।
ଡାକ୍ତର ଯେଉଁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାକୁ କହିଥିଲେ ତା ନଲାଗି ଅନ୍ୟ ଜଣେ ରୋଗୀଙ୍କୁ ଲାଗିଥିଲା। ଘଟଣାକୁ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପରିବାରଲୋକେ ଜଣାଇଛନ୍ତି।
ଦିନ-ରାତି ମିଶି ୨୪ ଘଣ୍ଟା, ଏହା ସମସ୍ତେ ଜାଣନ୍ତି। ଏନେଇ ସାରା ବିଶ୍ୱରେ ଗୋଟିଏ ପ୍ରକାରର ଘଣ୍ଟା ବା ଘଡି ପ୍ରଚଳିତ ହୋଇଆସୁଛି। ସେ ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା ହେଉ ସବୁଥିରେ ୧୨ଟା ପର୍ଯ୍ୟନ୍ତ ସମୟ ଥାଏ। ଏହି ଅନୁସାରେ ଆମେ ଆମର ଦିନଚର୍ଯ୍ୟାକୁ ପାଳନ ମଧ୍ୟ କରୁ। ଯଦି ଆପଣଙ୍କୁ କୁହାଯାଏ ଯେ ଘଡିରୁ ସବୁଦିନ ପାଇଁ ୧ ଘଣ୍ଟା କାଟିଦିଆଯାଏ ତେବେ ଆପଣଙ୍କ ମନରେ ନିଶ୍ଚୟ ଏହା ଆସିବ ଯେ ଆମ ଦୈନନ୍ଦୀନ ଜୀବନରୁ ୧ ଘଣ୍ଟା କମିଗଲା।
ନିଆରେ ଅନେକ ଅଦ୍ଭୁତ ଲୋକ ଅଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିବା ସହିତ ଅବିଶ୍ୱାସ ବି ମନେହୁଏ। ଯାହା ସାଧାରଣ ଲୋକ ଚିନ୍ତା କରିପାରନ୍ତି ନାହିଁ ସେମାନେ ଏହା କରିକି ଦେଖେଇ ଦିଅନ୍ତି। ବର୍ତ୍ତମାନ ଏହିଭଳି ଜଣେ ରହସ୍ୟମୟ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ଜୋମ୍ବୀ କଣ୍ଢେଇ ପ୍ରତି ପ୍ରେମ ହୋଇଯାଇଥିଲା। ଏହା ପରେ ପରିବାର ଲୋକଙ୍କ ସାମ୍ନାରେ ସେ କଣ୍ଢେଇକୁ ମଧ୍ୟ ବିବାହ କରିଥିଲେ।
ଦୀପାବଳୀରେ ଫୁଟିବ ଗ୍ରୀନ୍ କ୍ରାକର । ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ଫୁଟାଇବା ନେଇ ଅନୁମତି ଦେଲେ ହାଇକୋର୍ଟ । କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି । PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି SRC ପକ୍ଷରୁ କୁହାଯାଇଛି ।
ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ।
ଦୁନିଆରେ କେଉଁଠାରେ ସୁନ୍ଦର ସ୍ଥାନ ତ କେଉଁଠାରେ ରହିଛି ଅତି ଭୟଙ୍କର ସ୍ଥାନ, କେଉଁଠାରେ ତ ଏଭଳି ଜୀବନର ସନ୍ଧାନ ମିଳିଛି ଯେଉଁଠାରେ ବିଶ୍ୱାସ କରିପାରିବା ବି କଷ୍ଟକର । ଆଜି ଆମେ ଜାଣିବା ଏଭଳି ଏକ ସ୍ଥାନ ସମ୍ପର୍କରେ ଯେଉଁଠାରେ ମଣିଷ ରହିବା ବେଶ୍ କଷ୍ଟକର ତଥାପି ମଣିଷ ପ୍ରକୃତି ଦ୍ୱାରା ନିର୍ମିତ ପରିବେଶରେ ନିଜ ପାଇଁ ବାସସ୍ଥାନ ନିର୍ମାଣ କରିପାରିଛି । ଆଉ ସେହିଭଳି ସ୍ଥାନ ହେଉଛି ଗ୍ରୀସର 'ରାସାନୋଉ ମନେଷ୍ଟ୍ରୀ' ।
କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ। । ୫୦ ଟଙ୍କା ଉପରେ ରହୁଛି ସବୁ ପରିବାର ଦର। ପରିବାର ଦର ବୃଦ୍ଧି ନେଇ ଖାଉଟିଙ୍କର କଣ ରହିଛି ପ୍ରତିକ୍ରିୟା ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଚିଫ ରିପୋର୍ଟର ଟି ଗୌରୀ ଶଙ୍କର ...
କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି। ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ। ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି
ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ବାଣ । ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ସୌମ୍ୟ । ମମିତା ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
ଆଜିଠୁ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ୱାର । ଏବେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶିକା ଅନୁଯାୟୀ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆଉ କଣ କଣ ବ୍ୟବସ୍ଥା ହେଉଚି ପୁରୀବାସାଙ୍କ ପାଇଁ ସେ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମଧୁସୂଦନ ମିଶ୍ର...
ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି ।
ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି ।
ଦୁଇ କିଡନୀ ଖରାପ ହୋଇ ଗଲାଣି। ମେଡିକାଲକୁ ଯିବା ପରେ ଡାକ୍ତର କହିଲେ ଔଷଧ ଖାଇବାକୁ। ହେଲେ ଔଷଧ କିଣିବାକୁ ପଇସା ନଥିବାରୁ ଏବେ ହାତ ପତାଉଛନ୍ତି ହରିଶ୍ଚନ୍ଦ୍ର...
ଆସିଗଲା କଇଁଛଙ୍କ ଋତୁ.. ବିରଳ ଅଲିଭ ରିଡଲେଙ୍କ ମିଳନ ପର୍ବ.. ଗହିରମଥାରେ ହଜାର ହଜାର କଇଁଛଙ୍କ ହେବ ଆଗମନ । ମୁହାଣକୁ ଆସିବେ ଆଉ ଅଣ୍ଡା ଦେଇ ଫେରିଯିବେ ସମୁଦ୍ର ଭିତରକୁ...