• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ପ୍ରାକୃତିକ  ସୌନ୍ଦର୍ଯ୍ୟରେ ଭରା ରାସାନୋଉ ମୋନେଷ୍ଟ୍ରୀ

  • ଖମ୍ବ ଭଳି ପାହାଡ଼ ଉପରେ ରହିଛି ଘର

ଗ୍ରୀସ: ଆମ ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି ଯାହା ଭ୍ରମଣ ଯୋଗ୍ୟ, କେଉଁ ସ୍ଥାନ ଅଦ୍ଭୁତ ଭାବେ ସୁନ୍ଦର ତ ଆଉ କିଛି ସ୍ଥାନ ବେଶ୍ ଭୟଙ୍କର । କିଛି ସ୍ଥାନ ତ ଏଭଳି ଯେଉଁଠାରେ ଜୀବନ ସତ୍ତା ସମ୍ଭବ ନୁହେଁ, ତଥାପି ସେଠାରେ ଜୀବନର ସନ୍ଧାନ ମିଳିପାରିଛି । ଆଉ କିଛି ସ୍ଥାନ ଏଭଳି ଅପହଞ୍ଚ ଓ ଦୁର୍ଗମ ଯେଉଁ ସ୍ଥାନରେ ମଣିଷ ପହଁଚିବା ବି ଅସମ୍ଭବ । ତଥାପି ସେଠାରେ ଜନବସତି ସ୍ଥାପନ ହୋଇପାରିଛି, ଯାହା ଦେଖିଲେ ‌ଆପଣ ନିଜ ‌ଆଖି ଉପରେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସେହିଭଳି ଏକ ସ୍ଥାନ ହେଉଛି ଗ୍ରୀସର 'ରାସାନୋଉ ମୋନେଷ୍ଟ୍ରୀ' । ଏହି ମୋନେଷ୍ଟ୍ରୀ ପାହାଡରେ ଶିଖରରେ ନିର୍ମିତ ହୋଇଛି ତେବେ ଏହି ପାହାଡକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏଠାରେ ରହିବା ସମ୍ଭବ କିପରି । ଏହା ମଣିଷ ଓ ପ୍ରକୃତିର ସମ୍ପର୍କକୁ ଖୁବ୍ ସୁନ୍ଦର ଭାବେ ଦେଖାଏ ।

Roussanou monasteryRoussanou monastery

ଗ୍ରୀସର ଥେସଲେରେ ଖମ୍ବ ଭଳି ପାହାଡରେ ଉପସ୍ଥିତ ଏହି 'ରାସାନୋଉ ମୋନେଷ୍ଟ୍ରୀ' । କୁହାଯାଏ ୧୫୪୫ରେ ଏହାକୁ ପୂନର୍ବାର ନିର୍ମାଣ କରାଯାଇଥିଲା । ଦୁଇଭାଇ ମେକ୍ସିମୋସ ଓ ଲୋଆସ୍କ ଏହାର ନିର୍ମାଣ କରାଇଥିଲେ । ଏହି ମୋନେଷ୍ଟ୍ରୀରେ ଚର୍ଚ୍ଚ, ଗେଷ୍ଟ କ୍ୱାଟର, ରିସେପ୍ସନ୍ ହଲ୍ ଓ ଡିସପ୍ଲେ ହଲ୍ ସହିତ ରହଣୀର ବ୍ୟବସ୍ଥା କରାଯାଇଛି । ୧୮୦୦ରେ କାଠର ପୋଲ ହେବା ଦ୍ୱାରା ଏଠାରେ ପହଁଚିବା ସହଜ ହୋଇଗଲା ରାସାନୋଉ ମୋନେଷ୍ଟ୍କୀ ୧୯୮୮ରୁ ନନ୍ ମାନଙ୍କର ଏକ ଠିକଣା ହୋଇସାରିଛି । ଏଠାକାର ସୁନ୍ଦରତା ବାସ୍ତବରେ କୌଣସି ସ୍ବର୍ଗୀୟ ଅନୁଭୂତିଠାରୁ କମ୍ ନୁହେଁ। ଏହି ମୋନେଷ୍ଟ୍ରୀ ଗୁଡିକ ୩ ମହଲା ବିଶିଷ୍ଟ, ତଳ ମହଲାରେ କ୍ୟାଥୋଲିକନ୍ ଏବଂ ଭିକ୍ଷୁକମାନଙ୍କ ପାଇଁ କୋଠରୀ ଇତ୍ୟାଦି ରହିଛି । ଏଠାରେ ଓ୍ୱାର୍କରୁମ୍ ଓ ଲାଇବ୍ରେରୀ ଇତ୍ୟାଦି ମଧ୍ୟ ରହିଛି।

Roussanou monasteryRoussanou monastery

ଗ୍ରୀସର ଏହି ରାସାନୋଉ ମୋନେଷ୍ଟ୍ରୀର ନିର୍ମାଣକୁ ନେଇ ଆଜି ବି ଦ୍ୱନ୍ଦ ଲାଗି ରହିଛି । କେତେକ ଏହାକୁ ୧୨୮୮ରେ ନିର୍ମିତ ହୋଇଥିବା କୁହନ୍ତି ତ ଆଉ କିଛି ଲୋକଙ୍କ ମତରେ ୧୩୮୮ରେ କିଛି ପୁରୋହିତ ଓ ଭିକ୍ଷୁକମାନେ ଏହି ମଠ ପ୍ରତିଷ୍ଠା କରିଥିଲେ । ୧୫୨୭ରେ ଯେତେବେଳେ କିଛି ପୁରୋହିତ ଓ ଭିକ୍ଷୁକମାନେ ଏହି ପାହାଡ ଉପରକୁ ଚଢିଥିଲେ ସେତେବେଳେ ସେମାନେ କେବଳ କିଛି ଭଗ୍ନାବଶେଷ ଦେଖିବାକୁ ପାଇଥିଲେ । ତେଣୁ ପରବର୍ତ୍ତୀ ସମୟରେ ଏହାର ପୁନଃ ନିର୍ମାଣ କରାଯାଇଥିଲା । ତେବେ ସ୍ଥାନଟିକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗେ ସତ ହେଲେ ଏଠାରେ ପହଁଚିବା ପରେ ବିଚିତ୍ର ବିଶ୍ୱର ବାସ୍ତବ ସୁନ୍ଦରତାକୁ ମନଭରି ଉପଭୋଗ କରିହେବ ।