• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦୁନିଆରେ ଅନେକ ଅଦ୍ଭୁତ ଲୋକ ଅଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିବା ସହିତ ଅବିଶ୍ୱାସ ବି ମନେହୁଏ। ଯାହା ସାଧାରଣ ଲୋକ ଚିନ୍ତା କରିପାରନ୍ତି ନାହିଁ ସେମାନେ ଏହା କରିକି ଦେଖେଇ ଦିଅନ୍ତି। ବର୍ତ୍ତମାନ ଏହିଭଳି ଜଣେ ରହସ୍ୟମୟ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ଜୋମ୍ବୀ କଣ୍ଢେଇ ପ୍ରତି ପ୍ରେମ ହୋଇଯାଇଥିଲା। ଏହା ପରେ ପରିବାର ଲୋକଙ୍କ ସାମ୍ନାରେ ସେ କଣ୍ଢେଇକୁ ମଧ୍ୟ ବିବାହ କରିଥିଲେ। ବର୍ତ୍ତମାନ ସେ ୬ଟି ପିଲାର ଜନନୀ। ଏହି କଣ୍ଢେଇଟି ଦେଖିବାକୁ ବି ଭୟଙ୍କର। ଏବେ ତାଙ୍କ ହୃଦୟ ପରିବର୍ତ୍ତନ ହୋଇଛି। ସେ ଏକ ଏଲିଅନ କଣ୍ଢେଇ ପ୍ରେମରେ ପଡିଛନ୍ତି।

ଏହି ଯୁବତୀ ଆମେରିକାରେ ରହୁଥିବା ବେଳେ ତାଙ୍କର ନାମ ହେଉଛି ଫେଲିସିଟୀ। ତାଙ୍କୁ ବର୍ତ୍ତମାନ ୨୩ ବର୍ଷ। ସେ Dollygirl20 ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲଉଛନ୍ତି। ଏହି ଆକାଉଣ୍ଟରେ ସେ ତାଙ୍କ ଜାମ୍ବୀ କଣ୍ଢେଇ ସହିତ ଅନେକ ଭିଡିଓ ଶେୟାର କରିଛନ୍ତି। ସେ ୨୦୧୮ରେ ଜଣେ ଲେସ୍‌ବିୟାନଙ୍କୁ ବିବାହ କରିଥିଲେ। ତାଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ସେ ଏକ କଣ୍ଢେଇ ପ୍ରେମରେ ପଡିଯାଇଥିଲେ। ସେତେବେଳେ ତାଙ୍କ ବାପା-ମାଆ ତାଙ୍କୁ ଭୟ ଦେଖେଇ ସେ କଣ୍ଢେଇଟି କିଣି ନ ଥିଲେ।

କିଛି ବର୍ଷ ପରେ ଯେତେବେଳେ ଫେଲିସିଟୀଙ୍କ ମାଆଙ୍କର ମୃତ୍ୟୁ ହୋଇଗଲା ତାଙ୍କ ବାପା ସେଇ କଣ୍ଢେଇଟିକୁ କିଣିଦେଇଥିଲେ। ଏହାପରେ ଫେଲିସିଟୀ ଧିରେ ଧିରେ ସେହି କଣ୍ଢେଇ ପ୍ରତି ଆକୃଷ୍ଟ ହୋଇଥିଲେ, ତା ପ୍ରେମରେ ପାଗଳ ହୋଇଥିଲେ। କିଛି ବର୍ଷ ପରେ ଯେତେବେଳେ ତାଙ୍କ ବାପାଙ୍କର ବି ମୃତ୍ୟୁ ହୋଇଗଲା ସେତେବେଳେ ତାଙ୍କ ପାଖରେ କେବଳ ଏହି କଣ୍ଢେଇ ହିଁ ଥିଲା। ଏହି କଣ୍ଢେଇ ହିଁ ତାଙ୍କ ସୁଖ ଦୁଃଖର ସାଥୀ ଥିଲା।

କଣ୍ଢେଇର ପ୍ରେମରେ ସେ ଏମିତି ପଡିଗଲେ ଯେ ଶେଷରେ ୨୦୧୮ ମସିହାରେ ସେ ଏହି କଣ୍ଢେଇଟିକୁ ବିବାହ କରିନେଲେ। ଏହା ପରେ ସେ ୬ଟି ପିଲାର ମା ମଧ୍ୟ ହୋଇଛନ୍ତି। ତାଙ୍କ କଣ୍ଡେଇ ପତ୍ନୀଙ୍କୁ ଫେଲିସିଟୀ ବହୁତ ଧ୍ୟାନ ଦିଅନ୍ତି। ସେ ତାଙ୍କ କପଡା ବଦଳାନ୍ତି, ତାଙ୍କୁ ଶୁଆଇ ଦିଅନ୍ତି। ଫେଲିସିଟୀ କୁହନ୍ତି ଯେ ସେ ଏଭଳି କରୁଥିବା ବେଳେ ଅନେକ ଲୋକ ତାଙ୍କୁ ଜଜ୍ କରନ୍ତି। ତାଙ୍କୁ ଅନେକ ଟ୍ରୋଲ୍ ମଧ୍ୟ କରନ୍ତି। କିନ୍ତୁ ସେ ଏହି ପ୍ରତି ନଜର ନ ଦେଇ ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହିତ ଖୁବ ଖୁସୀରେ ରହୁଥିଲେ।

Woman married zombie dollକଣ୍ଢେଇକୁ ବାହାହେଇ ୬ଟି ପିଲାର ମାଆ ହେଲେ ଯୁବତୀ

ତାଙ୍କ ସହିତ ଏମିତି ଘଟଣା ମଧ୍ୟ ଘଟିଛି ଯାହାକୁ ନେଇ ସେ ଅନେକ ବାର ଆତ୍ମହତ୍ୟା ଉଦ୍ୟେମ ମଧ୍ୟ କରିଛନ୍ତି। ତାଙ୍କର ଏହି କଣ୍ଡେଇ ପତ୍ନୀଙ୍କୁ ନେଇ ଅନେକ ଲୋକ ତାଙ୍କୁ ଟାହି ଟାପରା କରିଛନ୍ତି, ଯେଉଁ କାରଣରୁ ସେ ଜୀବନ ହାରିବାକୁ ମନ କରିଛନ୍ତି। ସବୁ ପରେ ବି ସେ ଏସବୁ ସହି କେତେ ବି ନିଜ କଣ୍ଡେଇ ପତ୍ନୀ ଓ ପିଲାଙ୍କର ହାତ ଛାଡି ନାହାନ୍ତି। କିନ୍ତୁ ଏହି କିଛି ଦିନ ହେବ ତାଙ୍କ ହୃଦୟ ଏକ ଏଲିଅନ କଣ୍ଡେଇ ପ୍ରତି ଆକର୍ଷିତ ହୋଇଛି।

ପ୍ରକାଶଥାଉ ଯେ କିଛି ଦିନ ପୂର୍ବରୁ ଫେଲିସିଟୀ ଏହି କଣ୍ଢେଇ ପତ୍ନୀଙ୍କୁ ଛାଡି ମଣିଷ ପ୍ରେମରେ ପଡିଯାଇଥିଲେ। କିନ୍ତୁ ସେ ଯେତେବେଳେ ଏଠାରୁ ଧୋକା ପାଇଲେ ସେ ତାଙ୍କ ପତ୍ନୀଙ୍କ ପାଖକୁ ଫେରିଆସିଥିଲେ। ସେ ବର୍ତ୍ତମାନ ତାଙ୍କ କଣ୍ଢେଇ ପତ୍ନୀ ଓ ପିଲାମାନଙ୍କ ସହିତ ରହୁଥିଲେ ବି ଏବେ ଏକ ଏଲିଏନ ଡଲ୍‌ ପ୍ରେମରେ ପଢିଛନ୍ତି।

ଫେଲିସିଟୀ କହିଛନ୍ତି ଯେ ଏଲିଏନ୍ ଡଲ୍‌ ତାଙ୍କର ବହୁତ ସୁରକ୍ଷା କରୁଛନ୍ତି। ଏହି କଣ୍ଢେଇ ସହିତ ରହିବା ଦ୍ୱାରା ତାଙ୍କ ମନରେ କାମ ଭାବ ଆସୁଥିବା ସେ କହିଛନ୍ତି। ଏନେଇ ସେ ତାଙ୍କ ପ୍ରେମରେ ପାଗଳ ହୋଇଛନ୍ତି। ଲୋକେ ତାଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ପାଗଳ ଓ ଭ୍ରାନ୍ତ ମହିଳା ବୋଲି କହିବାରେ ଲାଗିଛନ୍ତି। ଲୋକେ ତାଙ୍କୁ ପରିହାସ କରିବାରେ ଲାଗିଛନ୍ତି।