• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

bihar election
କିଏ ଯିବେ ବନବାସ ? କାହାର ହେବ ସିଏମ୍‌ ନିବାସ ?

ପାଟନା: କାହାର ହେବ ବିହାର ? ପରିବର୍ତ୍ତନର ହାଓ୍ୱା ବହିବ ନା ଏକ୍‌ଜିଟ୍‌ ପୋଲ୍‌ ଭୁଲ୍ ପ୍ରମାଣିତ ହେବ। କାଣ୍ଟେ କା ଟକ୍କର ଦେଖିଥିବା ବିହାରବାସୀ କାହାକୁ ସମର୍ଥନ ଦେଉଛନ୍ତି। ଆଉ କାହାକୁ କ୍ଷମତାରୁ ଦୂରେଇ ରଖୁଛନ୍ତି ତାହା ନିର୍ଦ୍ଧାରଣ ହେବ ଆଜି। ବିହାର ବିଧାନସଭା ନିର୍ବାଚନକୁ ନେଇ ଯେଉଁ ଏକ୍‌ଜିଟ୍‌ ପୋଲ୍ ଆସିଛି ଯଦି ତାହା ସତ ହୁଏ ତେବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ସେ କଂଗ୍ରେସ, […]

  • Thursday, 01 July 2021
hacked to death
୨୭ ବର୍ଷୀୟ ଟିଭି ସାମ୍ବାଦିକଙ୍କୁ ହତ୍ୟା

ଚେନ୍ନାଇ: ତାମିଲନାଡୁ କାଞ୍ଚିପୁରମ୍‌ ଜିଲ୍ଲାରେ ଜଣେ ଟିଭି ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଡ୍ରଗ୍ ଡିଲର୍ସଙ୍କ ଏକ ଗ୍ୟାଙ୍ଗ୍‌ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୋଲିସ୍‌ ୪ଜଣଙ୍କୁ ଗିରଫ କରିଛି। ରବିବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ୨୭ ବର୍ଷୀୟ ଇସ୍ରାଭେଲ୍‌ ମୋସେସ୍‌ଙ୍କୁ ଘରୁ ଡାକି ନେଇଥିଲେ। ହଠାତ୍‌ ତାଙ୍କୁ ଘରୁ ଡାକି ନେଇଯିବାରୁ ପରିବାର ଲୋକ ଭାବିଥିଲେ ଯେ, ସେମାନେ ତାଙ୍କ ସାଙ୍ଗ ବୋଲି। ହେଲେ ପରେ ଜଣାପଡ଼ିଥିଲା ଯେ, ସେମାନେ […]

  • Thursday, 01 July 2021
tej pratap
ଲାଲୁଙ୍କ ବଡ଼ ପୁଅ ପଛୁଆ, ହେଲେ ସାନ ପୁଅ ଆଗୁଆ

ପାଟନା: ବିହାରରେ ଭୋଟ୍‌ ଗଣତି ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଲାଗି ରହିଛି। ଗଣତି ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ, ଦୁଇ ମେଣ୍ଟ ମଧ୍ୟରେ ଖୁବ୍ କମ୍ ବ୍ୟବଧାନ ରହୁଛି। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା RJD ପ୍ରାର୍ଥୀ ତେଜ ପ୍ରତାପ ଯାଦବ ହସନପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ପଛରେ ଥିବାବେଳେ […]

  • Thursday, 01 July 2021
bihar
ଏନ୍‌ଡିଏ ଜିତିଲେ, ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ? ବିଜେପି ରଖିଲା ଏମିତି ଉତ୍ତର

ପାଟନା: ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ସହଯୋଗୀ ପାର୍ଟି ବିଜେପିର ଭରସା ଉପରେ ଥିବା ଜଣାପଡ଼ିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ଏନ୍‌ଡିଏ ୧୨୮ ସିଟ୍‌ରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୦୬ ସିଟ୍‌ରେ ଆଗୁଆ ରହିଛି। ନିର୍ବାଚନ କମିଶନ ଟ୍ରେଣ୍ଡସ୍‌ ଅନୁସାରେ, ସମସ୍ତ ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ସିଟ୍‌ରେ ଆଗୁଆ ଥିବାବେଳେ, ମହାମେଣ୍ଟ (କଂଗ୍ରେସ, ବାମ ଦଳ ଏବଂ ଆର୍‌ଜେଡି) ୧୦୦ଟି ସିଟ, ବିଏସ୍‌ପି ୧, ଏଆଇଏମ୍‌ଆଇଏମ୍‌ ୩ ଏଲ୍‌ଜେପି ୫ […]

  • Thursday, 01 July 2021
trump
ପଦବୀରୁ ଓହରିଲେ ଜେଲ ଯାଇପାରନ୍ତି ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ଜୋ ବାଇଡେନ ବହୁମତ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତତ ନୁହଁନ୍ତି। ଶୁଣିବାକୁ ମିଳୁଛି, ଯେଉଁଦିନ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସେହିଦିନଠାରୁ ଗିରଫଦାରି ପାଇଁ ଓଲଟା ଗଣତି ଆରମ୍ଭ କରିବେ। ତାଙ୍କ ବିରୋଧରେ ଏମିତି ଅନେକ ମାମଲା ରହିଛି ଯେଉଁଥିପାଇଁ ସେ ପଦରୁ ଇସ୍ତଫା ଦେବା ପରେ ପରେ ଜେଲ ଯାଇପାରନ୍ତି।  ବିଶେଷଜ୍ଞଙ୍କ କହିବା ଅନୁଯାୟୀ, […]

  • Thursday, 01 July 2021
8
ଆମେରିକାରେ ଏକ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ୱାଶିଙ୍ଗଟନ୍‌: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆମେରିକାରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଦୀର୍ଘ ଦଶ ମାସ ଭିତରେ ଆମେରିକାରେ ୧୦ ମିଲିୟନ୍‌ ଅର୍ଥାତ ୧ କୋଟିରୁ ଉର୍ଦ୍ଧ୍ୱ କୋଭିଡ୍‌ କେସ୍‌ ଦେଖିବାକୁ ମିଳିଛି। ଜନ୍‌ ହପ୍‌କିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ ଆମେରାକା ଗତ ସୋମବାର ଏହି ମାଇଲ୍‌ଷ୍ଟୋନକୁ ଅତିକ୍ରମ କରିଛି। ସୋମବାର ଦିନ ଆମେରିକାର ୪୩ଟି ରାଜ୍ୟରେ ଗତ ସପ୍ତାହ ଅପେକ୍ଷା ୧୦ ଶତକଡ଼ାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି […]

  • Thursday, 01 July 2021
shibaraj-sing-cguhan
ମଧ୍ୟପ୍ରଦେଶ ଉପନିର୍ବାଚନ: ଶିବରାଜ କହିଲେ, କଂଗ୍ରେସର ନକାରାତ୍ମକ ରାଜନୀତିକୁ ପ୍ରତ୍ୟାଖାନ କଲେ ଲୋକେ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି। ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସହ ୨୨ ବିଧାୟକ ମଧ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ହେଉଥିବା ୨୮ ଆସନ ମଧ୍ୟରୁ […]

  • Thursday, 01 July 2021
helicopter
ଟ୍ରାନ୍ସପ୍ଲାଣ୍ଟ ପାଇଁ ହାର୍ଟ ନେଇ ଆସୁଥିବା ହେଲିକପ୍ଟର ହସ୍‌ପିଟାଲ ଛାତରେ କ୍ରାସ୍‌; ତଥାପି ହେଲା ସଫଳ ପ୍ରତିରୋପଣ

କାର୍ଲିଫର୍ଣ୍ଣିଆ: ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକପ୍ଟର। କିନ୍ତୁ ହସ୍‌ପିଟାଲ୍‌ରେ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ୍ ହୋଇଗଲା। ଏହା ପରେ ଯାହା ଘଟିଲା ତାହା କେଉଁ ହଲିଉଡ୍‌ ଫିଲ୍ମ ପରି ଲାଗୁଥିଲେ ବି କଥା ଟା ସତ। ଘଟଣା ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ। ପୂର୍ବ ଲସଏଞ୍ଜେଲେସ୍‌ର ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟଜଣକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ଏଥିପାଇଁ କୌଣସି ମତେ ଯୋଗାଯୋଗ କରାଯାଇ ସାନ୍‌ ଡେଇଗୋରୁ କେକ୍‌ ହସ୍‌ପିଟାଲକୁ ହାର୍ଟ ନେଇ […]

  • Thursday, 01 July 2021
12
ଜୁମ୍‌ ଆପ୍‌କୁ କ୍ଷତି ପହଞ୍ଚାଇଲା ପିଫିଜର୍ସର କରୋନା ଭ୍ୟାକ୍ସିନ୍‌ ଘୋଷଣା

ନୂଆଦିଲ୍ଲୀ: କରୋନା ସମୟରେ ଲୋକପ୍ରିୟ ପାଲଟିଥିବା ଭିଡିଓ କନଫରେନ୍ସିଂ ଆପ୍‌ ଜୁମ୍‌କୁ ଏବେ ଝଟ୍‌କା ଲାଗିଛି। ପିଫିଜର୍ସ ବୋୟୋଫାର୍ମାସିୟୁଟିକାଲ କମ୍ପାନୀର କରୋନା ଭ୍ୟାକ୍ସିନ ସଫଳ ପରୀକ୍ଷଣ ହେବା ଘୋଷଣା କରବା ପରେ ଜୁମ୍‌ ଆପ୍‌ର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଗତ ଏପ୍ରିଲ୍‌ ମାସଠାରୁ ଜୁମ୍‌ ଆପ୍‌କୁ ଅଧିକାଂଶ ଲୋକ ଭିଡିଓ ମାଧ୍ୟମରେ କଥାବାର୍ତ୍ତାହେବା ପାଇଁ ବ୍ୟବହାର କରୁଛନ୍ତି। ୨୦୧୯ ଡିସେମ୍ୱର ମାସରେ ଏହି ଆପ୍‌କୁ ପ୍ରତ୍ୟେକ ଦିନ ୧୦ ମିଲିୟନ ଲୋକ ବ୍ୟବହାର କରୁଥିବାବେଳେ ୨୦୨୦ […]

  • Thursday, 01 July 2021
13
ଅଜିମ୍‌ ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି, ଦିନକୁ ଦାନ କରନ୍ତି ୨୨ କୋଟି

ନୂଆଦିଲ୍ଲୀ: ୨୦୨୦ ବର୍ଷ ପାଇଁ ୱିପ୍ରୋର ଚେୟାରମ୍ୟାନ ଅଜିମ୍‌ ପ୍ରେମ୍‌ଜୀ ଭରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ହୋଇଛନ୍ତି। ସେ ଏହି ବର୍ଷ ସମୁଦାୟ ୭ ହଜାର ୯ ଶହ ୪ କୋଟି ଟଙ୍କା ଦାନ କରି ଏପରି ଆଖ୍ୟା ପାଇଛନ୍ତି। EdelGive Hurun India Philanthropy List 2020ର ତଥ୍ୟ ମୁତାବକ ଅଜିମ୍‌ ପ୍ରେମ୍‌ଜି ଦିନକୁ ୨୨ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହିତ ସେ ଭାରତର ସବୁଠାରୁ ବଦାନ୍ୟ ଏବଂ ଲୋକହିତକାରୀ ବ୍ୟକ୍ତି ହୋଇଛନ୍ତି। ସୂଚନା […]

  • Thursday, 01 July 2021
Vaccine
ପିଲାଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବରେ ନଈ ପାର୍ ହେଲେ ନର୍ସ: ଭିଡ଼ିଓ ଭାଇରାଲ୍‌

ଟିକା ଦେବାରୁ ପିଠିରେ କୁନି ପିଲାକୁ ବାନ୍ଧି ନଈ ପାର୍ ହେଲେ ନର୍ସ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ। ସୂଚନା ଅନୁସାରେ, ନର୍ସ ଜଣକ ଭ୍ୟାକ୍ସିନ ଦେବାକୁ ଯାଉଛନ୍ତି।

tejpratap
ପତ୍ନୀଙ୍କୁ ଚ୍ୟାଲେଞ୍ଜ କରି ନିର୍ବାଚନ ଜିତିଲେ ତେଜ୍‌ ପ୍ରତାପ

ପଟନା: ହସନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହେଲେ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ଜେଡିୟୁ ପ୍ରାର୍ଥୀ ରାଜ କୁମାର ରାୟଙ୍କୁ ୨୧,୧୩୯ ଭୋଟ୍‌ରେ ପରାସ୍ତ କରିଛନ୍ତି ତେଜ୍‌ ପ୍ରତାପ। ଇଲେକ୍‌ସନ କମିଶନଙ୍କ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ତେଜ୍‌ ପ୍ରତାପ ପ୍ରଥମେ ମହୁଆ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ଛାଡ଼ପତ୍ର ପାଇଥିବା ପତ୍ନୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଚ୍ୟାଲେଞ୍ଜ କରିବାରୁ […]

  • Thursday, 01 July 2021
nitish-lalu
ବିହାର ନିର୍ବାଚନ ଫଳାଫଳ; ବିଜେତାଙ୍କ ତାଲିକା

ପାଟନା: ରୋଚକ ମୋଡରେ ରହିଛି ବିହାର ନିର୍ବାଚନ ଫଳାଫଳ। ଏପର୍ଯ୍ୟନ୍ତ ସୁଦ୍ଧା ନୀତୀଶଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଆର୍‌ଜେଡି ମେଣ୍ଟ ଠାରୁ ଆଗରେ ରହିଛି। ତେବେ ଆର୍‌ଜେଡି ମଧ୍ୟ ଏନ୍‌ଡିଏକୁ କଡ଼ା ଟକ୍କର ଦେଉଛି। ରାତି ୮.୨୦ ସୁଦ୍ଧା ଏନ୍‌ଡିଓ ଆର୍‌ଜେଡି ମେଣ୍ଟକୁ ପଛରେ ପକାଇ ୧୨୬ ସିଟ୍‌ରେ‌ ଆଗୁ ରହିଛି। ସେହିଭଳି ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ୧୧୦  ସିଟ୍‌ରେ ଚାଲିଛି। ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫଳାଫଳା ପ୍ରକାଶ ପାଇନଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ଫଳାପଳ […]

  • Thursday, 01 July 2021
dawood
ନିଲାମ ହେଲା ଦାଉଦ୍‌ ଇବ୍ରାହିମ୍‌ର‌ ସମ୍ପତ୍ତି

ମୁମ୍ବାଇ: ମୋଷ୍ଟ୍‌ ୱାଣ୍ଟେଡ୍‌ ଅଣ୍ଡର୍‌ ୱାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସମ୍ପତ୍ତି ନିଲାମ ହୋଇଛି। ଦାଉଦ୍ର ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ୬ଟି ସମ୍ପତ୍ତିର ଇ-ନିଲାମ ହୋଇଛି। ପାଖାପାଖି ୨୩ ଲକ୍ଷ ଟଙ୍କାରେ ଏହି ସମ୍ପତ୍ତି ନିଲାମ ହୋଇଛି। ସ୍ମଗଲର୍ସ ଆଣ୍ଡ୍ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ (Forfeiture of Property) ଆକ୍ଟ (SAFEMA) ଅନୁଯାୟୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ପତ୍ତି ନିଲାମ କରାଯାଇଛି। ଏହି ନିଲାମୀରେ ଦାଉଦର ୪ଟି ସମ୍ପତ୍ତିକୁ ଦିଲ୍ଲୀର ଆଇନଜୀବୀ ଭୂପେନ୍ଦ୍ର ଭରଦ୍ୱାଜ […]

  • Thursday, 01 July 2021
nitish
ବିହାର ନିର୍ବାଚନ: କିଏ ହାତେଇଲା କେତେ ସିଟ୍‌ ?

ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି। ଆଜି ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ରାଜ୍ୟର ମୋଟ୍ ୨୪୩ରୁ ୧୨୫ ସିଟକୁ ଅକ୍ତିଆର କରିଛି ଏନଡିଏ। ବିଜେପି ୭୪ ଆସନରେ […]

  • Thursday, 01 July 2021
7am-bihar
୫୯ ଆସନରେ ଉପନିର୍ବାଚନ; ବିଜେପି ଆଗରେ

ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ । ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍ ସୁଇପ୍ କରିଛି ଦଳ। ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୪ ସିଟ୍ ମିଳିଥିବା ବେଳେ ସ୍ୱାଧୀନକୁ ଗୋଟିଏ ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ […]

  • Thursday, 01 July 2021
nitish-kumar
୫୪୭ ଅଧିକ ଭୋଟରେ ଜିତିଥିଲେ, ୧୨ ଖଣ୍ଡ ଭୋଟ ପାଇଁ ହାରିଗଲେ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ମେଣ୍ଟ ଏଠାରେ ବହୁମତ ପାଇଛି।  ନୀତିଶ କୁମାରଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ଫଳାଫଳରୁ ଅନେକ ରୋଚକ ଖବର ସାମ୍ନାକୁ ଆସିଛି। ଏଠାରେ ହିଲାଶା ବିଧାନସଭା ଆସନ ଜେଡିୟୁ ହାତକୁ ଯାଇଛି। ମାତ୍ର ୧୨ ଖଣ୍ଡ ଭୋଟ ଅଧିକ ପାଇ ଜେଡିୟୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ସୁତ୍ରରୁ ଜଣାଯାଇଛି,  ଏହି ସିଟ୍‌ରୁ ବିଜୟୀ ହୋଇଛନ୍ତି ଜେଡିୟୁର […]

  • Thursday, 01 July 2021
1
କେରଳ ସୁନା ସ୍ମଗ୍‌ଲିଙ୍ଗ୍‌ କେସ୍‌ ପଛରେ ଆଇଏଏସ୍‌ ଲିଙ୍କ୍‌

ଥିରୁଭନନ୍ତପୁରମ୍‌: କେରଳର ଚର୍ଚ୍ଚିତ ଗୋଲ୍ଡ ସ୍ମଗ୍‌ଲିଙ୍ଗ କେସ୍‌ରେ ଏବେ ଜଣେ ପୂର୍ବତନ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ଗିରଫ ହୋଇଥିବା ଏହି କେସ୍‌ର ରାଣୀ ମହୁମାଛି ସ୍ୱପ୍ନା ସୁରେଶ ଏ ନେଇ ଇଡି( ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌)କୁ କହିଥିବା ଜଣାପଡ଼ିଛି। ସୂଚନା ଆନୁସାରେ, ଇଡି ଏହି ଗୋଲ୍ଡ ସ୍ମଗ୍‌ଲିଙ୍ଗ କେସ୍‌କୁ ନେଇ କୋର୍ଟରେ ଆଫିଡେଭିଟ୍‌ ଫାଇଲ୍‌ କରିଛି। ଯେଉଁଥିରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ ଅଇଏଏସ୍‌ ଏମ୍‌ […]

  • Thursday, 01 July 2021
2
ମହିଳା ପୋଲିସ୍‌ ଅଧିକାରୀଙ୍କ ଆଖିତାଡ଼ି ଗୁଳି ମାରିଲେ ତାଲିବାନ

କାବୁଲ୍‌: ତାଲିବାନ୍‌ ଆତଙ୍କବାଦୀଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ଆଫଗାନିସ୍ଥାନ ସରକାରଙ୍କ ଚୁକ୍ତି ପରେ ବି ସେଠାରେ ଆତଙ୍କୀ କାର୍ଯ୍ୟକଳାପ କମୁନାହିଁ। ପୋଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟ କରିବା କାରଣରୁ ଆତଙ୍କବାଦୀମାନେ ଜଣେ ୩୩ ବର୍ଷୀୟ ମହିଳା ଅଧିକାରୀଙ୍କ କେବଳ ଆଖି ତାଡ଼ି ନାହାନ୍ତି ବରଂ ଆଖିରେ ଛୁରୀ ଭୁସିବା ପରେ ଗୁଳି ମଧ୍ୟ ମାରିଛନ୍ତି। କିନ୍ତୁ ଆଖପାଖରେ ଥିବା ଲୋକଙ୍କ ସାହାଯ୍ୟରେ ସେ ଠିକ୍‌ ସମୟରେ ହସ୍ପିଟାଲ୍‌ରେ ପହଞ୍ଚି ପାରିଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି। ରିପୋର୍ଟ […]

  • Thursday, 01 July 2021
arnav-khabar
ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ ଅଭିଯୋଗ କରାଯାଇଥିଲା। ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୪ ତାରିଖରେ  ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା। ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ […]

  • Thursday, 01 July 2021
nitish-kumar
ନୀତୀଶଙ୍କୁ କଂଗ୍ରେସର ଉପଦେଶ ପରେ ଜବାବ ଦେଲା ବିଜେପି

ପାଟନା: ବିହାର ନିର୍ବାଚନରେ ଜେଡିୟୁ ଠାରୁ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଜେଡିୟୁ ଆଶାଜନକ ସଫଳତା ପାଇପାରି ନାହିଁ। ଏହାକୁ ନେଇ ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କହିଛି ବିହାର ଏନ୍‌ଡିଏର ମୁଖ୍ୟ ନୀତୀଶ ହେବେ। ଏପଟେ ଜେଡିୟୁ ବି କହିଛି, ଦିୱାଲୀ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଦଳୀୟ ନେତା କେସି ତ୍ୟାଗୀ ଏହି ସୂଚନା ଦେଇଛନ୍ତି। ଏସବୁ ଚର୍ଚ୍ଚା ଭିତରେ କଂଗ୍ରେସ କିନ୍ତୁ […]

  • Thursday, 01 July 2021
1222
ଅଣ୍ଡରଗ୍ରାଉଣ୍ଡରେ ଇରାନ ଲୁଚାଇ ରଖିଛି ଭୟଙ୍କର ମିଜାଇଲ, ଟାର୍ଗେଟରେ ଏଇ ରାଜ୍ୟ

ତେହରାନ: ଆମେରିକାରେ କ୍ଷମତାର ପରିବର୍ତ୍ତନ ହେବା ପରେ ଇରାନ ତାହାର ମିଜାଇଲ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗର ଫଟୋ ଜାରି କରିଛି। କୁହାଯାଉଛି, ଇରାନ୍‌ର ଏହି ମିଜାଇଲ ଇଜରାଏଲକୁ ଆଟାକ କରିବାକୁ ସକ୍ଷମ । ଇଜରାଏଲ ଏବଂ ଆମେରିକା ନଜରରୁ ବଞ୍ଚାଇବା ପାଇଁ ଇରାନ ତାର ମିଜାଇଲ ବେସ ମାଟି ତଳେ ରଖିଛି। ଇରାନ୍‌ର ଷ୍ଟେଟ୍ ଟିଭି କିଛି ଦିନ ତଳେ ଏହି ଅଣ୍ଡରଗ୍ରାଉଣ୍ଡ ମିସାଇଲ ବେସ୍‌ର ଫଟୋ ଜାରି କରିଛି। ଏକ ମିଡିଆ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍‌ରେ ଜାରି […]

  • Thursday, 01 July 2021
online
ଅନଲାଇନ୍ ନ୍ୟୁଜ ପୋର୍ଟାଲ ପାଇଁ ଆସିଲା ସ୍ୱତନ୍ତ୍ର ନିୟମ

ଭୁବନେଶ୍ୱର: ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ OTT ପ୍ଲାଟଫର୍ମ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଗୁଡିକୁ ନିୟନ୍ତ୍ରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ  ଅଧୀନରେ ଗଠନ କରାଯାଇଛି ସ୍ୱତନ୍ତ୍ର ନିୟାମକ ସଂସ୍ଥ॥ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ସରକାରୀ ସଂସ୍ଥା ନଥିଲା । ଖବରକାଗଜ ଉପରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ […]

  • Thursday, 01 July 2021
6
ଇଣ୍ଡଷ୍ଟ୍ରିଗୁଡ଼ିକୁ କେନ୍ଦ୍ର ସରକାର ଦେଲେ ୨ ଲକ୍ଷ କୋଟିର ଦୀପାବଳି ଉପହାର

ନୂଆଦିଲ୍ଲୀ: କରୋନା କାରଣରୁ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ପରିସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିମାନଙ୍କ ଲାଗି ଦୀପାବଳି ଉପଲକ୍ଷେ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସରକାର ୧୦ଟି ସେକ୍ଟରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବା ପିଏଲ୍‌ଆଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ୍‌ରେ […]

  • Thursday, 01 July 2021
aweisei
'ବିଫଳତା ଲୁଚାଇବାକୁ AIMIM ଦଳକୁ ଭୋଟ୍‌ କଟ୍‌ୱା ପାର୍ଟି କହୁଛି କଂଗ୍ରେସ'

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍‌ଆଇଏମ୍‌ ଦଳକୁ ଭୋଟ୍ କଟ୍‌ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି। ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି […]

  • Thursday, 01 July 2021