• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

amazone
AWS କ୍ଲାଉଡ୍‌ ସେଣ୍ଟର ନିର୍ମାଣ ପାଇଁ ୨୦ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରିବ ଆମାଜନ

ହାଇଦ୍ରାବାଦ: ଭାରତରେ ମୋଟ ଅଙ୍କର ପୁଞ୍ଜିନିବେଶ କରିବ ଆମେରିକା ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ। ଆମଜନ ୱେବ୍‌ ସିରିଜ୍‌(AWS) ପାଇଁ ତେଲେଙ୍ଗାନାରେ ୨୦,୭୬୧ କୋଟି ପୁଞ୍ଜିନିବେଶ କରିବ।  ଆମଜନ ମାଲିକାନା ଥିବା ଦି କ୍ଲାଉଡ୍‌ ୱିଙ୍ଗ୍‌ କମ୍ପାନୀ ତେଲେଙ୍ଗାନାରେ ଡାଟାକେନ୍ଦ୍ରର ସର୍ବବୃହତ ଗ୍ରୁପ ବା କ୍ଲଷ୍ଟର ନିର୍ମାଣ କରିବା ପାଇଁ ଏହି ପୁଞ୍ଜି ନିବେଶ କରୁଛି। ୨୦୨୨ ମଧ୍ୟ ଭାଗ ବେଳକୁ ହାଇଦ୍ରାବାଦରେ AWS ଲଞ୍ଚ୍ କରିବାକୁ ଯୋଜନା ରହିଛି ବୋଲି ଶୁକ୍ରବାର ତେଲେଙ୍ଗାନା ସରକାରର ନେତା […]

  • Thursday, 01 July 2021
gupchyup
ଗୁପ୍‌ଚୁପ୍‌ରେ ଏମିତି ଜିନିଷ ମିଶାଇ ସ୍ପେଶାଲ୍ କହୁଥିଲେ ଦୋକାନୀ; ରାଗରେ ସବୁ ଭାଙ୍ଗିଦେଲେ ଗ୍ରାହକ

କୋଲ୍‌ହାପୁର: ସାଧାରଣତଃ ଆମ ଲୋକମାନଙ୍କର ରାସ୍ତାକଡ଼ରେ ବିକ୍ରି ହେଉଥିବା ପାଟି ସୁଆଦିଆ ଚଟ୍‌ପଟା ଖାଦ୍ୟପ୍ରତି ଲୋଭ ରହିଥାଏ। ଖାସ୍ କରି ଗୁପଚୁପ କଥା ପଡ଼ିଲେ ତ ପାଟିରୁ ଲାଳ ଗଡ଼ିପଡ଼େ। ଏହି ଲୋଭ ଚକ୍କରେ ଆମେ ଅନେକଥର ଖାଦ୍ୟର ମାନ ପରଖିବା ଭୁଲି ଯାଉ। ଏମିତିକି ସଫା ସୁତରା ପ୍ରତି ବି ଧ୍ୟାନ ଦେଉନା। ଯାହାର ପରିଣାମ ଆମକୁ ପରେ ଭୋଗିବାକୁ ପଡ଼ିଥାଏ। ତେଣୁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟପ୍ରତି ସାବଧାନ ହୋଇ ଯାଆନ୍ତୁ। କାରଣ ଆମେ […]

  • Thursday, 01 July 2021
isro
EOS-01ର ସଫଳ ପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ: ଆଜି ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସ୍ରୋ EOS-01ର ସଫଳ ପରୀକ୍ଷଣ କରିଛି। ଅପରାହ୍ନ ୩.୧୨ ମିନିଟ୍‌ରେ ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା EOS-01କୁ ଆନ୍ଧ୍ରପ୍ରଦେଶ ଶ୍ରୀହରି କୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରାଯାଇଛି। ଏଥିପାଇଁ ପୋଲାର ସାଟେଲାଇଟ୍‌ ଲଞ୍ଚ ଭେଇକଲ୍‌(PSLV) ରକେଟ୍‌ ବ୍ୟବହାର […]

  • Thursday, 01 July 2021
rjd
ଆର୍‌ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ପୂର୍ଣ୍ଣେୟା: ନିର୍ବାଚନ ପୂର୍ବରୁ ଯୁବ ଆର୍‌ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଶନିବାର ବିହାର ପୂର୍ଣ୍ଣେୟା ଜିଲ୍ଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସାର୍ସି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଦୁର୍ବୃତ୍ତ ଜଣ ଯୁବ ଆର୍‌ଡେଜି ନେତା ଅନିକେତ ସିଂହଙ୍କ ଭାଇ ବେନି ସିଂହଙ୍କ ଉପରେ ଗୁଳି ଚଳାଇଥିଲା। ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ବେନି ସିଂହ। ସ୍ଥାନୀୟ ପୋଲିସ ତାଙ୍କ ଶବ ବ୍ୟବଚ୍ଛେଦ […]

  • Thursday, 01 July 2021
exit-polls
ଆସିଲା ଏକ୍‌ଜିଟ୍ ପୋଲ୍‌: ବିହାରକୁ କିଏ କରିବ ଦଖଲ ?

ପାଟନା: ବିହାର ବିଧାନସଭା ଲାଗି ମତଦାନ ଶେଷ ସହିତ ଆସିଲା ଏକଜିଟ୍ ପୋଲ୍। ସର୍ଭେ ରେଜଲ୍ଟ ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ କୌଣସି ମେଣ୍ଟକୁ ମିଳିବନି ବହୁମତ। ଏନ୍‌ଡିଏକୁ ୧୧୬ ସିଟ୍ ମିଳିବା ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଆର୍‌ଜେଡି ସାମିଲ ଥିବା UPA ମେଣ୍ଟକୁ ୧୨୦ ଆସନ ମିଳିପାରେ। ସେହିପରି ଟାଇମ୍ସ୍ ନାଓ -ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ ଏନ୍‌ଡିଏ ମେଣ୍ଟକୁ ୧୧୬ ଓ ଆରଜେଡି ମେଣ୍ଟକୁ ୧୨୦ ଆସନ […]

  • Thursday, 01 July 2021
joe
ଜୋ ବାଇଡେନ୍ ହେବେ ଆମେରିକାର ରାଷ୍ଟ୍ରପତି

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ବାଜିମାତ୍। ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟରୁ ଯଥେଷ୍ଟ ଅଧିକ ଭୋଟ ପାଇ ସେ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ତେବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଥରେ ହ୍ୱାଇଟ ହାଉସ୍ ଯିବା ସ୍ୱପ୍ନ ଧୂଳିସାତ ହୋଇଛି। ତେବେ ଏହି ନିର୍ବାଚନ ଜିତିବା ସହ ୪୬ତମ ରାଷ୍ଟ୍ରପତି ହେବେ ବାଇଡେନ୍। ପେନସିଲଭାନିଆ ଷ୍ଟେଟ୍ ଡେମୋକ୍ରାଟିକ୍ ପାର୍ଟି […]

  • Thursday, 01 July 2021
kamala-biden
ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବାଇଡେନ କହିଲେ, ‘ମୁଁ ରେଡ୍ କିମ୍ବା ବ୍ଲୁ ନୁହେଁ  କେବଳ ୟୁନାଇଟେଡ୍ ଷ୍ଟେଟ୍ସ ଦେଖିବି‘

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍ । ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ପ୍ରଥମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଜୋ ବାଇଡେନ୍ ଓ କମଲା ହାରିସ ନିର୍ବାଚିତ ହେବା ପରେ ଏବେ ହଜାର ହଜାର ଡେମୋକ୍ରାଟିକ୍ ସମର୍ଥକ ରାସ୍ତା ଉପରକୁ ଆସି ଖୁସି ମନାଉଛନ୍ତି । ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆମେରିକା ବାସୀ ଏକ ସ୍ପଷ୍ଟ ଜନମତ ଦେଇଛନ୍ତି […]

  • Thursday, 01 July 2021
kamla
ନିର୍ବାଚିତ ହେବା ପରେ କମଲା କହିଲେ, ‘ମୁଁ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇପାରେ କିନ୍ତୁ ଶେଷ ନୁହେଁ’

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥର ନିର୍ବାଚନରେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ ତାଙ୍କୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ସେ ଆମେରିକାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ୪ ବର୍ଷର ଯନ୍ତ୍ରଣା, ଦ୍ୱନ୍ଦ୍ୱ ଓ ବିଶୃଙ୍ଖଳିତ ଶାସନକୁ ସାମନା କରିଥିବା ଆମେରିକାବାସୀ ଏଥର ନିର୍ବାଚନରେ ଆଶା ଓ ଏକତା, ଭଦ୍ରତା, ବିଜ୍ଞାନ ଏବଂ ସତ୍ୟକୁ ନିର୍ବାଚିତ କରିବା ସହ ସାରା […]

  • Thursday, 01 July 2021
FasTag
ଆସନ୍ତା ଜାନୁଆରୀରୁ ଚାରି ଚକିଆ ଯାନ ପାଇଁ ବାଧ୍ୟତାମୂଳକ ଏହି ନିୟମ

ନୂଆଦିଲ୍ଲୀ: ସମସ୍ତ ଚାରି ଚକିଆ ଯାନ ପାଇଁ ଆସନ୍ତା ବର୍ଷ ଜାନୁଆରୀ ୧ରୁ FASTag ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୁରୁଣା ଚାରି ଚକିଆ ଯାନ ପାଇଁ ମଧ୍ୟ ଏହା ବାଧ୍ୟତାମୂଳକ। ଯେପରିକି ୨୦୧୭ ଡିସେମ୍ବର ୧ ପୂର୍ବରୁ ବିକ୍ରି ହୋଇଥିବା M ଓ N କ୍ଲାସ୍‌ ଚାରି ଚକିଆ ଯାନ ପାଇଁ FASTag ବାଧ୍ୟତାମୂଳକ। ଏଥିପାଇଁ Central Motor Vehicles Rules, 1989ରେ ସଂଶୋଧନ […]

  • Thursday, 01 July 2021
biden
ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ବାଇଡେନ କେତେ ଦରମା ପାଇବେ ଜାଣନ୍ତି ?

ୱାଶିଂଟନ: ସରି ଯାଇଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଜୋ ବାଇଡେନ ରାଷ୍ଟପତି ଭାବେ ବହୁମତ ପାଇ ନିର୍ବାଚିତ ହୋଇଛନ୍ତି। ୧୯୯୨ ପରେ ପ୍ରଥମ ଥର ପାଇଁ  ରିପବ୍ଲିକ ପାର୍ଟିର ଗଡ଼ରେ ଡେମୋକ୍ରାଟିକ ପାର୍ଥୀଙ୍କୁ ଏତେ ସମର୍ଥନ ମିଳିଛି। ଆମେରିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ। ଆମେରିକା ରାଷ୍ଟ୍ରପତି ଏମିତି ଏକ ପଦ ଯାହା ଅନ୍ୟ ସବୁଦେଶର ସର୍ବୋଚ୍ଚ ପଦଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ରହିଥାଏ ଅସୀମିତ କ୍ଷମତା। ତାଙ୍କୁ ମିଳିଥାଏ ଲୋଭନୀୟ ବେତନ। ଆମେରିକା ରାଷ୍ଟ୍ରପତିଙ୍କ […]

  • Thursday, 01 July 2021
amitav
ଫଟୋ ଶେୟାର କରି ଏମିତି କ୍ୟାପ୍‌ସନ ଦେଲେ ବିଗ୍‌ ବି...ଟ୍ରୋଲ କଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି। ସୋଶାଲ ମିଡିଆରେ ଭିନ୍ନ ଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖି ବେଶ ଚର୍ଚ୍ଚାକୁ ଆସିଥାନ୍ତି ଅମିତାଭ। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି। ଅମିତାଭ ତାଙ୍କ ଦିନଚର୍ଯ୍ୟାକୁ ନେଇ ଏକ ଖୁଲାସା କରିଛନ୍ତି। କହିଛନ୍ତି ସେ ଦିନକୁ ୧୫ରୁ ୧୭ ଘଣ୍ଟା କାମ କରେ। ସେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରି […]

  • Thursday, 01 July 2021
jammua-kshmier
ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ସହିଦ ହେଲେ ୩ ଯବାନ

ଶ୍ରୀନଗର: ରବିବାର ସୀମାରେ ଆତଙ୍କବାଦୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୩ ଯବାନ ସହିଦ ହୋଇଛନ୍ତି। ଜାମ୍ମୁ ଓ କାଶ୍ମୀର କୁପୱାରା ଜିଲ୍ଲାର କେରନ୍ ସେକ୍ଟର ଏଲ୍‌ଓସିରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କଦାଦୀ ସହିତ ଯବାନଙ୍କର ମୁକାବିଲା ହୋଇଥିଲା। ଏଥିରେ ଦୁଇ ଆର୍ମି ଯବାନଙ୍କ ସହିତ ଜଣେ ବିଏସ୍‌ଏଫ୍ ଯବାନ ସହିଦ ହୋଇଛନ୍ତି। ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ଅପରେସନ ଜାରି ରଖିଛି ସେନା। […]

  • Thursday, 01 July 2021
1
୯୦ ଘଣ୍ଟାର ପରିଶ୍ରମ ପରେ ଅପରେସନ ଫେଲ୍‌, ଯବାନଙ୍କ ଆଖିରେ ଲୁହ

ନିୱାଡ଼ି:  ମଧ୍ୟପ୍ରଦେଶର ନିୱାଡ଼ି ଜିଲ୍ଲାରେ ଗତ ବୁଧବାର ୨୦୦ ଫୁଟ୍‌ର ଏକ ବୋରୱେଲ୍‌ରେ ୫ ବର୍ଷର ଗୋଟିଏ ଶିଶୁ ଗଳିପଡ଼ିଥିଲା। ଶିଶୁଟିକୁ ଉଦ୍ଧାର କରାଯିବା ପାଇଁ ରେସ୍କ୍ୟୁ ଅପରେସନ କରାଯାଇଥିଲା। ହେଲେ ଏହି ଅପରେସନ ସଫଳ ହୋଇପାରିନାହିଁ। ୯୦ ଘଣ୍ଟାର ପରିଶ୍ରମ ପରେ ବି ଶିଶୁଟିକୁ ଜୀବନ୍ତ ଉଦ୍ଧାର କରାଯାଇପାରି ନାହିଁ। ଘଟଣା ମୁତାବକ ବୁଧବାର ସକାଳ ୯ଟା ସମୟରେ ନୱାଡ଼ି ଜିଲ୍ଲାର ପୃଥ୍ୱୀପୁର ଗ୍ରାମରେ ଥିବା ଏକ ଖୋଲା ବୋରୱେଲ୍‌ରେ ପ୍ରହଲ୍ଲାଦ ନାମକ ଏକ ୫ […]

  • Thursday, 01 July 2021
maoists
ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀର ମୃତ୍ୟୁ

ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଅତ୍ୟାଧୁନିକ ଓ୍ୱାକିଟକି ସହ ବନ୍ଧୁକ ଜବତ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଏଲନଗନାର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି

  • Thursday, 01 July 2021
modi
ଦୂର ହେବ କି ମନୋମାଳିନ୍ୟ ? ମୋଦିଙ୍କୁ ବଙ୍ଗାଳୀ ଆମ୍ବ ପଠାଇଲେ ଦିଦି

କୋଲକାତା : ମୋଦିଙ୍କୁ ଆମ୍ବ ପଠାଇଲେ ଦିଦି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହ ତିକ୍ତତା ସତ୍ତ୍ୱେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମ୍ବ ପଠାଇଛନ୍ତି । ପଶ୍ଚିମବଙ୍ଗରେ ମିଳୁଥିବା ବିଭିନ୍ନ କିସମର ଆମ୍ବ ମଧ୍ୟରୁ ଶ୍ରେଷ୍ଠ ଆମ୍ବ ମୋଦିଙ୍କ…

  • Thursday, 01 July 2021
arrest
ନିଜର ଇଚ୍ଛା ପୂରଣ କରିବାକୁ ଯାଇ ଗିରଫ ହେଲେ ଡିଗ୍ରୀ ଛାତ୍ର

ହାଇଦ୍ରାବାଦ: ଯାତ୍ରୀଙ୍କୁ ଭୁଆଁ ବୁଲାଇ ବିମାନରେ ଉଡୁଥିଲେ। ଯାତ୍ରୀଙ୍କୁ ଠକି ବିମାନରେ ବୁଲୁଥିଲେ ୨୧ ବର୍ଷିୟ ଯୁବକ। ଏହି ଘଟଣା ଘଟିଛି ଆନ୍ଦ୍ରପ୍ରଦେଶ ଗୁନ୍ତୁର ଜିଲ୍ଲାରେ। ଏପରି କାମ ସେ କାହିଁକି କରନ୍ତି, ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣଙ୍କ ନାଁ ହେଉଛି ମାଡେଲା ଭେଙ୍କଟ ଦିନେଶ କୁମାର। ପ୍ଲାଇଟ୍‌ରେ ବସି ଚାରିଆଡେ ବୁଲିବାକୁ ଯିବାକୁ ତାଙ୍କର ଇଚ୍ଛା ରହିଥାଏ। କିନ୍ତୁ ଯେତେବେଳେ ସେ ବାହାରକୁ ବୁଲିବାକୁ ଯାଆନ୍ତି, ତେବେ ସେ ପାଠ ପଢିବାକୁ ସାଙ୍ଗମାନଙ୍କ […]

  • Thursday, 01 July 2021
dhanraj
ମାଧୁରୀ-ସଲମାନ ଖାନ୍‌ଙ୍କ ପେଣ୍ଟିଂ ତିଆରି କଲେ ୨୪ କ୍ୟାରେଟ୍‌ ସୁନାରେ

ସୁନାର ପୋର୍ଟେଟ୍‌ ତିଆରି କରିଛନ୍ତି ଧନରାଜ ସାଗର ଶେଲକେ । ୨୪ କ୍ୟାରେଟ୍‌ ଗୋଲ୍ଡ ପ୍ଲେଟିଂରେ ସ୍ୱାମୀଙ୍କ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ସଲମାନ୍‌ ଖାନ୍‌ଙ୍କ ବାପାଙ୍କ ସହ ପ୍ରସ୍ତୁତ ହୋଇଥିବା ଅଏଲ ପୋର୍ଟେଟ୍ସ  ଏବେ ଫିଲ୍ମ ଜଗତରେ ବେସ୍ ପ୍ରଂଶସା ସାଉଁଟୁଛି ।

  • Thursday, 01 July 2021
ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଚର୍ଚ୍ଚାରେ ଏହି ବିଜେପି ନେତା

ସୁରତ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଏବେ ଚର୍ଚ୍ଚାରେ। ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “Rajat Tula” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଏହି ରୂପା ଦାନ କରିଥିଲେ ସି ଆର୍‌ ପାଟିଲ। ଏଥିପାଇଁ ତାଙ୍କୁ ନିକିତିର ଗୋଟିଏ ପାର୍ଶ୍ୱରେ ବସାଯାଇଥିବା ବେଳେ ଅପରପାର୍ଶ୍ୱରେ ସେତିକି ଓଜନର ରୂପା ରଖାଯାଇଥିଲା। ପାଟିଲଙ୍କ ନିଜ ଓଜନ ୯୬ କିଲୋ ହୋଇ ଥିବାବେଳେ ସେ ୧୦୧ […]

  • Thursday, 01 July 2021
online fraud
ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ନେଇଗଲେ ୯ ଲକ୍ଷ ଟଙ୍କା

ନାଗପୁର: ପ୍ରଥମେ ପ୍ରଲୋଭନ, ତା’ପରେ ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି କ୍ଷଣିକ ଭିତରେ ନେଇଗଲେ ୯ ଲକ୍ଷ ଟଙ୍କା। ଏମିତି କିଛି ଅନ୍‌ଲାଇନ୍‌ ଠକାମିର ଶିକାର ହୋଇଛନ୍ତି ନାଗପୁରର ଅଶୋକ ମନ୍‌ୱାଟେ। ଠକ ଜଣକ ଅଶୋକଙ୍କ ନାବାଳକ ପୁଅକୁ ବାପାଙ୍କ ଫୋନ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ବ୍ୟାଙ୍କ୍‌ ଆକାଉଣ୍ଟରୁ ୮ ଲକ୍ଷ ୯୫ ହଜାର ଟଙ୍କା ଗାଏବ କରି ନେଇଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।ଏ ନେଇ ଅଶୋକ ପୋଲିସ୍‌ରେ […]

  • Thursday, 01 July 2021
malania
ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡ଼ିବେ ପତ୍ନୀ ମେଲାନିଆ

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ପରେ ପୁଣି ଏକ ସମସ୍ୟାରେ ଫଶି ଯାଇଛନ୍ତି ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ରାଜନୈତିକ କ୍ୟାରିୟରରେ ଏକ ବଡ ବିଫଳତାକୁ ସାମ୍ନା କରିବା ପରେ ପାରିବାରିକ ସମସ୍ୟା ଏବେ ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏକ ଖବରରୁ ଜଣାଯାଇଛି, ପତ୍ନୀ ମେଲାନିଆ ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡୁଛନ୍ତି। ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ସହଯୋଗୀଙ୍କ କହିବା ଅନୁଯାୟୀ, ମେଲାନିଆ  ଅପେକ୍ଷା କରିଛନ୍ତି, […]

  • Thursday, 01 July 2021
crackers
ଆଜି ମଧ୍ୟ ରାତ୍ରରୁ ଏହି ସ୍ଥାନରେ ବାଣ ଫୁଟାଇବା ଓ ବିକ୍ରି ବ୍ୟାନ୍‌

ନୂଆଦିଲ୍ଲୀ: ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT) ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ସହରରେ ପ୍ରଦୂଷଣ ସ୍ତର ମଧ୍ୟମ ସେଠାରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ। ସେଠାରେ ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ବିକ୍ରି ଓ ଫୁଟାଯାଇ […]

  • Thursday, 01 July 2021
gold 1
ଦୀପାବଳି ପୂର୍ବରୁ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି କାରବାର ଆରମ୍ଭରୁ Multi Commodity Exchange(MCX)ରେ ୦.୧୬% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୨ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୮% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୫,୮୮୦ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୩୦ଟଙ୍କା ଥିବାବେଳେ ରୂପା ଦର […]

  • Thursday, 01 July 2021
4
ଦିଲ୍ଲୀରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା?

ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି। କିନ୍ତୁ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଏବେ ରାଜଧାନୀରେ କରୋନା ଭାଇରସ୍‌ର ତୃତୀୟ ଲହରୀ ଚାଲିଛି। ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି। ଏହାଛଡ଼ା ବାୟୁ ପ୍ରଦୂଷଣ ଏବଂ କୋଭିଡ୍‌ରେ ବଢ଼ୁଥିବା ଆକ୍ରାନ୍ତଙ୍କ କାରଣରୁ ଦିଲ୍ଲୀ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବଢ଼ୁଥିବା କରୋନା ସଂଖ୍ୟାକୁ […]

  • Thursday, 01 July 2021
biden
କେବଳ କମ୍‌ଲା ନୁହଁନ୍ତି, ବାଇଡେନଙ୍କର ମଧ୍ୟ ରହିଛି ଭାରତ ଲିଙ୍କ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ଭାରତ ପ୍ରତି ତାଙ୍କର ମନୋଭାବ କିପରି ରହିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଜୋ ବାଇଡେନଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରୁ ଆମେ ନିଶ୍ଚିନ୍ତ ହୋଇ ପାରିବା ଯେ, ଭାରତ ପ୍ରତି ବାଇଡେନଙ୍କ ମନୋଭାବ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏଠି କହିରଖିବୁ, ଭାରତ ସହ ବିଶେଷ କରି ଚେନ୍ନାଇ ସହ ବାଇଡେନଙ୍କ ସମ୍ପର୍କ ପୂର୍ବରୁ ରହିଛି। କମଲା ହାରିସଙ୍କ ଭାରତ  […]

  • Thursday, 01 July 2021
arnab-goswami
ଅର୍ଣ୍ଣବଙ୍କ ଜାମିନ ଆବେଦନ ନାମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଶୁଣାଣି କରିଥିଲେ। ଅର୍ଣ୍ଣବଙ୍କ ପକ୍ଷରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ହାଇକୋର୍ଟରେ ଏହି ମାମଲା ଧାରା ୪୩୯ ଅନୁଯାୟୀ ନିୟମିତ ଜାମିନ ମିଳିପାରିବ ନାହିଁ। ଯଦି […]

  • Thursday, 01 July 2021