• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ ଯାତ୍ରୀ, ଦେବଦୂତ ସାଜି ୩୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

ମୁମ୍ବାଇ: ମହାରାଷ୍ଟ୍ରର ବୁଲଧାନାରେ ପୁଣେ-ନାଗପୁର ଯାଉଥିବା ଏକ ଯାତ୍ରୀବାହୀ ଲକ୍‌ଜୁରୀ ବସ୍ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତି ୩ଟାରେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ, ପୁଣେ-ନାଗପୁର ଯାଉଥିବା ଏହି ଲକଜୁରୀ ବସ୍‌ଟି ମେହେକର ବାଇପାସ୍‌ରେ ହଠାତ ଜଳି ଯାଇଥିଲା। ଏହି ସମୟରେ ବସ୍‌ରେ ୩୫ ଜଣ ଯାତ୍ରୀ ଥିଲେ ଓ ସମସ୍ତେ ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ। ବସ୍‌ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ ପ୍ରଥମେ ବ୍ରେକ୍‌ […]

  • Wednesday, 30 June 2021
4
ଚାଷୀଙ୍କୁ ମନାଇବାକୁ କେନ୍ଦ୍ରର ପ୍ରୟାସ, ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ହେବ ଆଲୋଚନା

ନୂଆଦିଲ୍ଲୀ: ଚାଷୀଙ୍କୁ ମନାଇବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। ୫ ଦିନର ଆନ୍ଦୋଳନ ପରେ ଆଲୋଚନା ପାଇଁ ଚାଷୀଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର। ଚାଷୀ ଆନ୍ଦୋଳନ ପ୍ରଶମିତ କରିବାକୁ ସରକାର ନୂଆ ଯୋଜନା ପ୍ରସ୍ତୁତି କରିଛନ୍ତି। ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଏଥିପାଇଁ ଅପରାହ୍ନ ୩ଟାରେ ଦିଲ୍ଲୀ ବିଜ୍ଞାନ ଭବନରେ ଆଲୋଚନା କରିବାକୁ ଚାଷୀ ନେତା ଆମନ୍ତ୍ରିତ ହୋଇଛନ୍ତି। ଯେଉଁ କୃଷକ ନେତାମାନେ ପ୍ରଥମ […]

  • Wednesday, 30 June 2021
sanitizer
ସାନିଟାଇଜର୍‌ ଢାଳି ସାମ୍ବାଦିକଙ୍କ ଦେହରେ ନିଆଁ ଲଗାଇଦେଲେ

ଲକ୍ଷ୍ନୌ: ଜଣେ ୩୭ ବର୍ଷୀୟ ସାମ୍ବାଦିକଙ୍କ ଶରୀରରେ ଆଲକ୍‌ହଲ୍‌ ମିଶିଥିବା ହ୍ୟାଣ୍ଡ୍‌ ସାନିଟାଇଜର ଢାଳି ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ। ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ୍‌ ଗାଁ ମୁଖିଆଙ୍କ ପୁଅଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଜଣେ ସାଙ୍ଗଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ରାକେଶ ସିଂ ନିର୍ଭିକ ଓ ତାଙ୍କ ସାଙ୍ଗଙ୍କ ନାଁ ପିଣ୍ଟୁ ସାହୁ(୩୪)। ଲକ୍ଷ୍ନୌର […]

  • Wednesday, 30 June 2021
hayat
ଦାଉଦ୍‌ଙ୍କୁ ଛାଡ଼ି ଏଇ ରାଜନେତାଙ୍କ ପ୍ରେମରେ ପଡ଼ିଛିନ୍ତି ତାଙ୍କର ଗର୍ଲଫ୍ରେଣ୍ଡ !

ଇସଲାମାବାଦ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଗର୍ଲଫ୍ରେଣ୍ଡ ମହବିଶ ହାୟାତ୍ ଆଉ କାହା ପ୍ରେମରେ ପଡ଼ି ଯାଇଛନ୍ତି। ଯଦିଓ ସେ ନିଜର ନୂତନ ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ତାଙ୍କ ଭାଷାରୁ ଏହା ସ୍ପଷ୍ଟ ହୋଇଛି ଯେ, ଦାଉଦ୍‌ଙ୍କ ବ୍ୟତୀତ ତାଙ୍କ ହୃଦୟରେ ଅନ୍ୟ କେହି ସ୍ଥାନ ପାଇଛନ୍ତି । ସମ୍ପ୍ରତି ଏକ ସାକ୍ଷାତକାରରେ, ହାୟାତ୍ ଦାଉଦ୍‌ଙ୍କ ବ୍ୟତୀତ ଆଉ କାହାକୁ ଯେ ପସନ୍ଦ କରନ୍ତି ଏହାର ଇଶାରା ଦେଇଛନ୍ତି। ତାଙ୍କର ଏହି ସାକ୍ଷାତକାର […]

  • Wednesday, 30 June 2021
crocodile
ବତକ ଶିକାର ପାଇଁ ଯାଇଥିଲେ, ପାଣିରେ ଦେଖିଲେ ଡାଇନୋସର ପରି ବିରାଟ ଜୀବ

ୱାଶିଂଟନ୍‌:ଫ୍ଲୋରିଡ଼ାରରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ଦେଖିଲେ ଲାଗୁଛି, ଡାଇନୋସର ପୁଣି ଥରେ ଫେରି ଆସିଲା କି ! ଏତେ ବଡ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। କୁମ୍ଭୀରଟି ଏକ ବତକକୁ ମାରିବା ପାଇଁ ଯାଉଥିବା ଲୋକେ ଦେଖିଥିଲେ। ହେଲେ ଏହାର ଆକାର ଦେଖି ବିଶ୍ୱାସ କରିପାରିଲେ ନାହିଁ। ଏହି କୁମ୍ଭୀରର ନାୱ ଲୋକେ ଡାଇନୋସର କୁମ୍ଭୀର ଦେଇଛନ୍ତି। ଫକ୍ସ ନ୍ୟୁଜ ଅନୁସାରେ, ଏହି ବିଶାଳକାୟ କୁମ୍ଭୀରକୁ ପ୍ରଥମେ ଦେଖିଥିଲେ ପ୍ରୋ ହଣ୍ଟ […]

  • Wednesday, 30 June 2021
bsf
‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟର ବାର୍ତ୍ତା ବାଣ୍ଟୁଛନ୍ତି ଆମ ଯବାନ’

ନୂଆଦିଲ୍ଲୀ: ‘ଦେଶର ସୁରକ୍ଷା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସବୁବେଳେ ଆମ ବିଏସ୍‌ଏଫ୍ ଯବାନଙ୍କ ଦୁଃସାହସିକ କାର୍ଯ୍ୟ ଆମକୁ  ଅନୁପ୍ରାଣିତ କରୁଛି । ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆମେ ଓ ଆମ ଦେଶ ସୁରକ୍ଷିତ।  ‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ’  ଏପରି ନିଗୁଢ ବାର୍ତ୍ତାକ ବଣ୍ଟନ କରୁଛି ବିଏସଏଫ । ସେମାନଙ୍କୁ ଆମର କୋଟି କୋଟି ପ୍ରଣାମ।‘ -ବିଏସ୍‌ଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନଙ୍କ ଉଦ୍ଦେଶ୍ୟରେ ଏମିତି ଭାବପ୍ରବଣ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସୀମାରେ […]

  • Wednesday, 30 June 2021
loot
ପତ୍ନୀଙ୍କ ସହ କ’ଣ ହେଲା ଯେ ସ୍ୱାମୀ ସାଜିଲା ବଡ଼ ଲୁଟେରା

ଗୁଜରାଟ: ପତ୍ନୀଙ୍କ ସହ ସବୁବେଳେ ଲାଗୁଥିଲା ଝଗଡ଼ା। ବାରମ୍ବାର ତାଗିଦ୍ ସତ୍ତ୍ୱେ ସ୍ତ୍ରୀ ହେଉଥିଲେ ନଛୋଡ଼ବନ୍ଦା। ବାଧ୍ୟ ହୋଇ ଚୋର ସାଜିଲେ ସ୍ୱାମୀ। ବନିଗଲେ କୁଖ୍ୟାତ ବାଇକ୍ ଲୁଟେରା। ବିଭିନ୍ନ ସ୍ଥାନରୁ ଉଠାଇ ଆଣିଲେ ୩୦ରୁ ଊର୍ଦ୍ଧ୍ୱ ବାଇକ୍। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ସୁରତ ସହରରେ।ଖାଲି ଏତିକି ନୁହେଁ ଚୋରା ବାଇକ୍ କାଳେ ପୋଲିସ ଧରିନେବ, ସେହି ବାଇକଗୁଡିକୁ ଏକ ବ୍ରିଜ୍ ତଳେ ଲୁଚାଇ ରଖିଥିଲା ଲୁଟେରା। କିଛି ଦିନ ପରେ ସ୍ଥାନୀୟ ଲୋକଙ୍କ […]

  • Wednesday, 30 June 2021
cyclone
୪ରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ ବାତ୍ୟା ‘ବୁରେଭି’ର ରୂପ ନେଇଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।  ଆସନ୍ତାକାଲି ‘ବୁରେଭି’ ଗଲ୍ଫ ଅଫ୍ ମାନାର୍ ଦେଇ ୪ ତାରିଖରେ ଏହା ତାମିଲନାଡୁରେ ଲ୍ୟାଣ୍ଡଫଲ୍‌ କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ପଢ଼ନ୍ତୁ: ଉପହାର ଦେଇ ଗଲା ବାତ୍ୟା […]

  • Wednesday, 30 June 2021
vlcsnap-error134
ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା

ମୁମ୍ବାଇ: ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା । ଏଭଳି ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ଟିକାକରଣ କେନ୍ଦ୍ରରେ ଏତେ ଲୋକଙ୍କ ଭିଡ଼ ଜମିଥିଲା ଯେ ସେଠାରେ ଦଳାଚକଟା ଭଳି…

accident
କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍, ୮ ମୃତ

ଲକ୍ଷ୍ନୌ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାର୍‌ ଉପରେ ବାଲି ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାର୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ୍‌ କାର୍‌ ଉପରେ ଓଲଟି ପଡ଼ିଥିଲା। ଏହି ସମୟରେ କାର୍‌ ଭିତରେ ୧୦ଜଣ ଲୋକ ଥିଲେ। ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

  • Wednesday, 30 June 2021
1
ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ବିଫଳ, ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା ସିଙ୍ଘୁ-ଟିକ୍ରୀରେ ରାସ୍ତା ଅବରୋଧ ରହିଛି। ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଅପରପକ୍ଷେ ଦିଲ୍ଲୀରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଦିଲ୍ଲୀ-ଅମୃତସର, […]

  • Wednesday, 30 June 2021
ballone
ଗଳାରେ ବେଲୁନ ଅଟକିଯିବାରୁ ୪ ବର୍ଷର ଶିଶୁ ମୃତ

ମୁମ୍ବାଇ: ବେଲୁନ ଗିଳିଦେବାରୁ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ମୁମ୍ବାଇର ଅନ୍ଧେରୀରେ ଏଭଳି ଅଘଟଣ ଘଟିଛି। ମୃତ ଶିଶୁର ନା ଦେବାରାଜ। ଦେବରାଜ ଭଉଣୀ ସହିତ ଖେଳୁଥିବା ବେଳେ ବେଲୁନ୍ ଗିଳିଦେଇଥିଲା। ବେଲୁନ୍‌ଟି ଗଳାରେ ଅଟକିଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି। ଖବର ଅନୁସାରେ, ଭାଇଭାଉଣୀ ବେଲୁନ ଫୁଙ୍କି ଖେଳୁଥିଲେ। ୪ ବର୍ଷୀୟ ଶିଶୁ ଦେବରାଜ ଶୋଇପଡ଼ିବା ବେଳେ ବଠାତ୍ ବେଲୁନଟି ତାଙ୍କ ପାଟିରେ ପଶିଯାଇଥିଲା। ବେଲୁନ୍‌ଟି ଗଳା ଭିତରକୁ ପଶିଯିବାରୁ ପରିବାର ଲୋକେ ବେଲୁନ୍‌ କାଢ଼ିପାରି […]

  • Wednesday, 30 June 2021
borish-jonshon
ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ !

ନୂଆଦିଲ୍ଲୀ: ୨୦୨୧ ସାଧାରଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଇଁ ଏଥର ଭାରତର ଅତିଥି ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌। ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଜନସନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୭ ତାରିଖରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଟେଲିଫୋନିକ୍ ବର୍ତ୍ତାଳାପରେ ଜନ୍‌ସନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ ମୋଦି।  ଜନ୍‌ସନ୍‌ ମଧ୍ୟ ଭାରତ ଆସିବାକୁ ଉତ୍ସୁକ ଥିବା ବ୍ରିଟେନ୍ ତରଫରୁ କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟତା […]

  • Wednesday, 30 June 2021
କାଲି ଲ୍ୟାଣ୍ଡ୍‌ଫଲ୍‌ କରିପାରେ ବାତ୍ୟା ‘ବୁରେଭି’, ରେଡ୍‌ ଓ୍ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ‘ବୁରେଭି’ ରଖାଯାଇଛି। ଆସନ୍ତାକାଲି ସକାଳେ ଏହା ତାମିଲନାଡୁ ଅତିକ୍ରମ କରିବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ବୁରେଭି’ ଆଜି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଏହା ପଶ୍ଚିମ ଦିଗରେ ଗତି କରିବ। ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ। ଆସନ୍ତାକାଲି […]

  • Wednesday, 30 June 2021
cctv
ଏଣିକି ଦେଶର ସବୁ ଥାନାରେ CCTV ଲଗାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଏଥିସହ ଅନ୍ୟ ତଦନ୍ତକାରୀ ସଂସ୍ଥା ଯଥା- ସିବିଆଇ, ଏନ୍‌ସିବି, ଏନ୍‌ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବା ସହ ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ। ତଦନ୍ତକାରୀ ସଂସ୍ଥା ଗୁଡିକ ଅଫିସରେ ପଚରାଉଚରା କରୁଥିବାରୁ ସେଠାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ […]

  • Wednesday, 30 June 2021
mdh-owner
MDH ମସଲାର ମାଲିକ ମହାଶୟ ଧର୍ମପାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଏମ୍‌ଡିଏଚ୍‌ (MDH) ମସଲାର ମାଲିକ ମହାଶୟ ଧର୍ମପାଲ୍‌ ଗୁଲାଟିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩ ସପ୍ତାହ ହେବ ସେ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସୂଚନାଥାଉ କି, ୨୦୧୮ରେ ଧର୍ମପାଲ୍‌ଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍‌ ମିଡିଆରେ ଗୁଜବ ଖବର ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ପରିବାର […]

  • Wednesday, 30 June 2021
kashmir-encounter
ଜାମ୍ମୁରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ

ଜାମ୍ମୁରେ ଏନକାଉଁଟର। ୨ ଆତଙ୍କବାଦୀ ମୃତ। ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

  • Wednesday, 30 June 2021
0040
ଆମ୍ବ ଡଜନକୁ ୧ ଲକ୍ଷ ୨୦ ହଜାର ଟଙ୍କା, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ୍ବ ଡଜନକୁ ୧ ଲକ୍ଷ କୋଡିଏ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ଆମ୍ବର ମୂଲ୍ୟ ୧୦ ହଜାର ଟଙ୍କା । ଝାଡଖଣ୍ଡର ଜାମସେଦପୁର ଅଂଚଳରେ ଜଣେ ଛାତ୍ରୀ ଏହି ମୂଲ୍ୟରେ ବିକ୍ରି କରିଛନ୍ତି ଆମ୍ବ । ଏହି ଘଟଣା ପରେ…

cbse
ଅଫଲାଇନ୍‌ରେ ହେବ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ CBSE ବୋର୍ଡ ପରୀକ୍ଷାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିବା ବେଳେ ଅନ୍‌ଲାଇନ୍‌ରେ ନୁହେଁ ବରଂ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ଭଳି ୨୦୨୧ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍‌ରେ‌ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ କରାଯିବ। ତେବେ କେଉଁ ତାରିଖରେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏବେ ବି ଅନେକ ସ୍ଥାନରେ ଅନ୍‌ଲାଇନ୍‌ରେ […]

  • Wednesday, 30 June 2021
murder
ଛାଡ଼ପତ୍ର କାଗଜରେ ଦସ୍ତଖତ ନ କରିବାରୁ ମାଆକୁ ମାରିଦେଲା ପୁଅ

ନୂଆଦିଲ୍ଲୀ: ବାପା ଚାହୁଁଥିଲେ ଛାଡ଼ପତ୍ର, କିନ୍ତୁ ମାଆ ଅରାଜି ହେଲେ। ଏନେଇ ବାହାରେ ଟାହିଟାପରାର ଶିକାର ହେଲେ ନାବାଳକ ପୁଅ। ଆଉ ଶେଷରେ ଜନ୍ମକଲା ମାଆକୁ ହତ୍ୟା କଲା ସୈତାନ ପୁଅ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା ପ୍ରକୃତରେ କଣ ଘଟିଲା ଯେ ଏତେ ତଳକୁ ଚାଲିଯାଇ ବୀଭତ୍ସ ଭାବେ ମାଆକୁ ହତ୍ୟା କଲା ପୁଅ।ସୂଚନା ଅନୁସାରେ ଆଉଟର ଦିଲ୍ଲୀର ଏକ ଅଞ୍ଚଳରେ ସ୍ୱାମୀଙ୍କ ଠାରୁ ସାଢ଼େ ୩ ବର୍ଷ […]

  • Wednesday, 30 June 2021
former punjab cm
ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ବିରୋଧ ସହ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି। ରାଜରାସ୍ତାରେ ଚାଷୀ ଆନ୍ଦୋଳନ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରି ପ୍ରକାଶ ସିଂ ବାଦଲ ଏହି ସମ୍ମାନ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପଦ୍ମ ବିଭୂଷଣ […]

  • Wednesday, 30 June 2021
model
ପିରାମିଡ୍‌ ଆଗରେ ଫଟୋସୁଟ୍‌ କରି ଫସିଲେ ମଡେଲ

ପିରାମିଡ ସାମ୍ନାରେ ‘ସେକ୍ସି’ ଫଟୋସୁଟ। ଫସିଲେ ମଡେଲଙ୍କ ସହ ଫଟୋଗ୍ରାଫର। ଏମିତିକି ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ। ଭାରତରେ ନୁହେଁ, ଏମିତି ଘଟଣା ଦେଖିବାକୁ ମିଲିଛି ମିଶରରେ। ବିଦେଶୀ ପୋଷାକ ପିନ୍ଧି ସଲମା-ଏଲ-ସିମି ପିରାମିଡ ଆଗରେ ଫଟୋସୁଟ କରିଥିଲେ। ଯାହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ସେଠାକାର ସରକାର। ବେଶଭୂଷା ସାଙ୍ଗକୁ ପ୍ରାଚୀନ ସ୍ଥଳରେ ଫଟୋସୁଟ କରିଥିବା ହୁସେନ ମହମ୍ମଦ ନାମକ ଫଟୋ ଗ୍ରାଫରଙ୍କୁ ମିଶର ପୋଲିସ ଗିରଫ […]

  • Wednesday, 30 June 2021
vaccine
ଚୀନ ତିଆରି କରିଛି କୋଭିଡ ଟିକା, ଉତ୍ତର କୋରିଆରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ। କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରୁନାହିଁ। ଏମିତିକି ଏହି ଦେଶର କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା […]

  • Wednesday, 30 June 2021
farmer
କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ ଜାରି

ନୂଆଦିଲ୍ଲୀ:  ଦିଲ୍ଲୀରେ ଚାଲିଛି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ। ଚାଷୀ ନେତାଙ୍କ ସହ ଆଲୋଚନା କରୁଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଜି କଣ ରହିବ ? ଚାଷୀଙ୍କୁ ମନାଇବାକୁ କି ପଦକ୍ଷେପ ନେବେ କେନ୍ଦ୍ର ସରକାର ? ଏସବୁ ଦିଗ ଉପରେ ସାରା ଦେଶର ଚାଷୀଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଚାଷୀଙ୍କ ଦାବି ଅନୁସାରେ ଦର ଦେବା ପ୍ରସଙ୍ଗ ଉପରେ ସରକାର […]

  • Wednesday, 30 June 2021