• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

bharti singh
କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ୍‌ ମିଳିଛି। ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟ ଉଭୟଙ୍କୁ ଆଜି ଜାମିନ୍‌ ପ୍ରଦାନ କରିଛନ୍ତି। ଉଭୟଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ କରିଥିଲା। ଶନିବାର ଦିନ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରିଥିଲା NCB। ଏହି ସମୟରେ ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଉଭୟଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ଅଫିସ ନିଆଯାଇଥିଲା। ଜେରା ସମୟରେ ଭାରତୀ […]

  • Thursday, 01 July 2021
13
ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍‌ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଏହି ଆମେରିକୀୟ-ଭାରତୀୟ ମହିଳା ମାଲା ଆଗକୁ ଆମେରିକାର ହେବାକୁ ଥିବା ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କର ନୀତି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ତୁଲାଇବେ। ଜିଲ୍‌ ଆମେରିକାରେ ଶିକ୍ଷା ଏବଂ କମ୍ୟୁନିଟି ଟିଚିଙ୍ଗ୍‌ ବା ସାମୂହିକ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ଦେଶରେ ଶିକ୍ଷା ନୀତିକୁ ନେଇ ଅନୁଭବୀ […]

  • Thursday, 01 July 2021
modi
କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବରରେ ସଂକ୍ରମଣ ଏବଂ ମୃତ୍ୟ ହାର ବୃଦ୍ଧି ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆଜିର ଭର୍ଚୁଆଲ ବୈଠକରେ ୮ରୁ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି। କରୋନା ସଂକ୍ରମଣ ବଢ଼ିଲେ କଣ ପଦକ୍ଷେପ ନିଆଯିବ? ମୁକାବିଲା ପାଇଁ କଣ ସବୁ ପ୍ରସ୍ତୁତି ହେବ? କିପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବାକୁ ମଜବୁତ […]

  • Thursday, 01 July 2021
covia-3
କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି । ଏସବୁ ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ। ଅର୍ଥାତ୍ ଏହି ସହୁ ରାଜ୍ୟରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବମ୍ବେ ମହାନଗର ନିଗମ ବା ବିଏମ୍ସି। ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ନିୟମ ଲାଗୁ ହେବ। ଏସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଅତିକମ୍‌ରେ […]

  • Thursday, 01 July 2021
trump
ଶେଷରେ ପରାଜୟ‌ ସ୍ୱୀକାର କଲେ ଟ୍ରମ୍ପ, ଛାଡ଼ିବେ ହ୍ୱାଇଟ ହାଉସ୍‌ !

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଶେଷରେ ହ୍ୱାଇଟ ହାଉସ୍‌ ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସରକାରୀ ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କ୍ଷମତା ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ହଟାଇଛନ୍ତି। ଜୋ ବାଇଡେନଙ୍କ ବିଜୟଙ୍କୁ ଧୀରେ ଧୀରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ। ଜେନରାଲ ସର୍ବିସ ଆଡମିନିଷ୍ଟ୍ରେଶନକୁ ‘ଯାହା ଆବଶ୍ୟକ ତାହା କରିବା ଉଚିତ୍‌ ବୋଲି କହି ଟ୍ରମ୍ପ ହ୍ୱାଇଟ ହାଉସ୍ ଛାଡିବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି। ଯେଉଁମାନେ ଟ୍ରମ୍ପଙ୍କ ପରାଜୟଙ୍କୁ ସ୍ୱୀକାର […]

  • Thursday, 01 July 2021
pm-modi
ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିବା ଏହି ବ୍ୟକ୍ତିଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ: ୨୦୧୯ ନିର୍ବାଚନରେ ବାରଣସୀରୁ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚାହିଁଥିବା ପୂର୍ବତନ ବିଏସ୍‌ଏପ୍‌ କନଷ୍ଟେବଲଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ। ବିଏସ୍‌ଏଫ୍‌ କନଷ୍ଟେବଲ ପଦରୁ ବହିସ୍କାର ହୋଇଥିବା ତେଜବାହାଦୁର ନାମକ ଜଣେ ବ୍ୟକ୍ତି ଏହି ଆବେଦନ କରିଥିଲେ। ପ୍ରଥମେ ଆଲ୍ଲାହବାଦ କୋର୍ଟରେ ଆବେଦନ ଖାରଜ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ତେଜ୍‌ ବାହାଦୁର, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବାରଣାସୀରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ସେ ନାମାନଙ୍କନ ପତ୍ର […]

  • Thursday, 01 July 2021
gun
ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

ରାୟପୁର: ମାଓବାଦୀଙ୍କ ପାଖରୁ ଜବତ ହେଲା ସୁରକ୍ଷାକର୍ମୀଙ୍କ ଇସ୍ରାଏଲ ନିର୍ମିତ ବନ୍ଧୁକ। ଛତିଶଗଡ଼ର କାଙ୍କେର ଜିଲ୍ଲାର ରାଓ୍ୱଘାଟରେ ହୋଇଥିବା ଏନକାଉଣ୍ଟର ପରେ ଏହି ଇସ୍ରାଏଲ ନିର୍ମିତ ବନ୍ଧୁକ ଜବତ କରିଛି ପୋଲିସ। ଗତକାଲି ମାଓବାଦୀ-ପୋଲିସ ମୁହାଁମୁହିଁ ହୋଇଥିଲେ।  ଏହି ଏନକାଉଣ୍ଟର ବେଳେ ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ବନ୍ଧୁକ ସହ ମୋଟ ୬ଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି କାଙ୍କେର ପୋଲିସ । ୨୦୧୮ ମସିହାରେ ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରି […]

  • Thursday, 01 July 2021
cyclone
ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଡ଼ୁଚେରୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରିରେ ହାଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ ପରିଣତ ହୋଇ ଆସନ୍ତାକାଲି ମଧ୍ୟାହ୍ନରୁ […]

  • Thursday, 01 July 2021
russia
ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ 'ସ୍ପୁଟନିକ୍-ଭି'

ମସ୍କୋ: ପୁଣି ବଢିଲା କରୋନା ଟିକା ଆଶା। ନିଜ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛି ରୁଷ୍। ଏମିତିକି ଷ୍ଟେଜ-୩ ପରୀକ୍ଷଣ ବେଳେ ସଫଳତା ମିଳିଥିବା ନେଇ ଦାବି କରିଛି ଏହି ଦେଶ। ଏମିତିକି ୧୮, ୭୯୪ ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ ଏହି ସଫଳତା ମିଳିଥିବା ଦାବି କରାଯାଇଛି। ଟିକା ନେବାର ୨୮ ଦିନ ପରେ ୯୧ ପ୍ରତିଶତ ଓ ୪୨ ଦିନ ପରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବାର […]

  • Thursday, 01 July 2021
Ahmed Patel
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୩୦ ମିନିଟ୍‌ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ପରେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫୈସଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୧ ତାରିଖରେ ଅହମ୍ମଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। […]

  • Thursday, 01 July 2021
cyclone
ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ବାତ୍ୟା ‘ନିଭାର’। ଘଣ୍ଟା ପ୍ରତି ୬ କି.ମି. ବେଗରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଉଛି। ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁପାରେ ‘ନିଭାର’। ପୁଡୁଚେରୀର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ। ଏପରିକି ପବନର ବେଗ ୧୫୫ କିଲୋମିଟର […]

  • Thursday, 01 July 2021
SC
ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏଭଳି ନୋଟିସ୍ ଜାରି କରିଛନ୍ତି। କୋର୍ଟରେ ଆଇନଜୀବୀ ଅଜୟ ଅଗ୍ରୱାଲ ଆବେଦନ କରି କହିଥିଲେ ଯେ, ଦେଶରେ କରୋନା ପାଇଁ ହେଉଥିବା ଆରଟିପିସିଆର ଟେଷ୍ଟ ନାଁରେ ଲୁଟ୍ କରାଯାଉଛି। ଆରଟିପିସିଆର ଟେଷ୍ଟ କିଟ୍ ଗୁଡିକ ମାତ୍ର ୨ ଶହ ଟଙ୍କାରେ ମିଳୁଛି। ତେବେ ହସପିଟାଲ ଏବଂ ବେସରକାରୀ ଲ୍ୟାବ ଗୁଡିକ ପରୀକ୍ଷା ପାଇଁ ଚଢା ଦର ନେଉଛନ୍ତି। ନାଗପୁରର ଜଣେ ବ୍ୟବସାୟୀ […]

  • Thursday, 01 July 2021
railway track 22
ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ...

ସକାଳୁ ସକାଳୁ ହେଡ୍‌ଫୋନ୍‌ ଲଗାଇ ଜଣେ ଯୁବକ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିବା ସମୟରେ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍‌। ହେଲେ ଯୁବକଙ୍କୁ ଟ୍ରେନ୍ ଧକ୍କା ଦେବା ପୂର୍ବରୁ‌ ସେ ତତ୍‌କ୍ଷଣାତ୍‌ ଟ୍ରାକ୍‌ରୁ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ଯୁବକ। ଏହି ହୃଦୟଥରା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ନେଟ୍‌ୱର୍କ ରେଲ୍‌ର ସୂଚନା ଅନୁସାରେ, ନଭେମ୍ବର ୬ ସକାଳ ସାଢ଼େ ୮ଟାରେ ଲଣ୍ଡନର ଚିଲର୍ଟନ୍‌ […]

  • Thursday, 01 July 2021
bandh
କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ନୂଆଦିଲ୍ଲୀ: ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକର। ଭାରତୀୟ ମଜଦୁର ସଂଘ ଛାଡ଼ି ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି। କେନ୍ଦ୍ରର ପବ୍ଲିକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏମାନେ କୃଷି ଆଇନ୍‌କୁ ନେଇ ଦୁଇ ଦିନ ଅର୍ଥାତ୍ ନଭେମ୍ବର ୨୬ ଓ ୨୭ରେ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। https://twitter.com/AIBEA_India/status/1325317206008164352?s=20 […]

  • Thursday, 01 July 2021
blast
ବୋମା ବିସ୍ଫୋରଣରେ ୧୭ ମୃତ, ୫୦ ଆହତ

କାବୁଲ୍‌: ଆଫଗାନ୍‌ସ୍ଥାନର ବାମିୟାନ ସହରରେ ମଙ୍ଗଳବାର ହୋଇଥିବା ୨ଟି ବିସ୍ଫୋରଣରେ ଅତି କମ୍‌ରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାମିୟାନ  ଆଫଗାନିସ୍ଥାନର ସବୁଠାରୁ ସୁରକ୍ଷିତ ପ୍ରାନ୍ତ । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ଓ ଜଣେ ଟ୍ରାଫିକ ପୋଲିସ ଅଛନ୍ତି। ବୋମା ରାସ୍ତାକଡ଼ରେ ଲୁଚାଇ ରଖାଯାଇଥିଲା ଏବାଂ ପରବର୍ତ୍ତୀ ସମୟରେ ବଡ ଧରଣର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପରେ ରାଷ୍ଟ୍ରପତି ଅଶରଫ ଗନୀ  କହିଛନ୍ତି, ସ୍ଥାୟୀ ଶାନ୍ତି ପ୍ରତିଷ୍ଠା […]

  • Thursday, 01 July 2021
effigy
ସମୁଦ୍ରକୂଳରେ ମୃତଦେହ ପଡ଼ିଥିବା ଭାବି ପୋଲିସ୍‌କୁ ଡାକିଲେ ମହିଳା, ପାଖକୁ ଯାଇ ଦେଖିଲେ...

ସମୁଦ୍ରକୂଳରେ ମୃତଦେହ ପଡ଼ିଥିବା ଭାବି ଜଣେ ମହିଳା ପୋଲିସ୍‌କୁ ଖବର ଦେଇଥିଲେ।ଯେତେବେଳେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା, ତା’ପରେ ଜଣାପଡ଼ିଥିଲା ଯେ ଏହା ମୃତଦେହ ନୁହେଁ…ବରଂ ଆଉ କିଛି। ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଫେସ୍‌ବୁକ୍‌ରେ Ocean Hour ନାମକ ଏକ ପେଜ୍‌ ପକ୍ଷରୁ ଏହି ଫଟୋ ସବୁ ଶେଆର କରାଯାଇଛି। ଫଟୋ ଗୁଡ଼ିକୁ ଆପଣ ମଧ୍ୟ ଦେଖିଲେ, ଭାବି ଯେ ଏହା ମୃତଦେହ ବୋଲି। […]

  • Thursday, 01 July 2021
imran
ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜେଲ କି ଜରିମାନା ନୁହେଁ, ମିଳିବ....

ଇସ୍‌ଲାମାବାଦ୍‌: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏଣିକି ଆଉ ଜେଲ କି ଜରିମାନା ହେବନି । ମିଳିବ ନୂଆ ଦଣ୍ଡ। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ରାସାୟନିକ ପ୍ରକ୍ରିୟାରେ ନପୁସଂକ କରାଯିବ। ସେତିକି ନୁହେଁ, ଯୌନ ଅପରାଧ ମୂଳକ ମାମଲାର ଶୁଣାଣି ଅଦାଲତରେ ଶୀଘ୍ର କରାଯିବ।  ଏ ନେଇ ଆସିଥିବା ଆଇନକୁ ମଞ୍ଜୁରୀ ମିଳିଛି। ତେବେ କେଉଁ ଦେଶରେ ଜାଣନ୍ତି ? ପଡ଼ୋଶୀ ପାକିସ୍ତାନରେଏପରି ଆଇନ ଅନୁମୋଦନ କରାଯାଇଛି। ସଂଘୀୟ ମନ୍ତ୍ରୀମଣ୍ଡଳ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମଙ୍ଗଳବାର ଏପରି ଆଇନକୁ […]

  • Thursday, 01 July 2021
1
ଏହି ରାଜ୍ୟରେ ଡିସେମ୍ୱର ୧ରୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଆଇନ୍‌କୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ରହିଥିବା ଫାଇନ୍‌କୁ ବଢ଼ାଇ ୧ ହଜାର ଟଙ୍କା କରାଯାଇଥିବା ବେଳେ ଏହି ନିୟମ ଆସନ୍ତା ମାସ ଡିସେମ୍ୱର ୧ ତାରିଖରୁ ଲାଗୁ ହେବା ନେଇ ଅମରିନ୍ଦର […]

  • Thursday, 01 July 2021
waheed
ଆତଙ୍କବାଦୀଙ୍କ ସହିତ ସମ୍ପର୍କ ନେଇ ପିଡିପି ନେତା ଗିରଫ: ମେହବୁବା କହିଲେ ବ୍ଲାକ୍‌ମେଲ୍

ଶ୍ରୀନଗର: ଆତଙ୍କବାଦୀ ସହିତ ସମ୍ପର୍କ ନେଇ ପିଡିପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହୀଦ ଉର ରେହମାନ ପାର୍‌ରାଙ୍କୁ ବୁଧବାର ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ (ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ ଏଜେନ୍ସି)। ଏହି ମାମଲାରେ ପୂର୍ବରୁ ନିଲମ୍ବିତ ଓ ହୋଇଥିବା ଏସ୍‌ପି ଦବିନ୍ଦରଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିବା ପରେ ଗତ ଦୁଇଦିନ ହେଲା ୱାହୀଦଙ୍କୁ ଦିଲ୍ଲୀସ୍ଥିତି ମୁଖ୍ୟାଳୟରେ ପଚରାଉଚରା କରାଯାଇଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପ୍ରଥମ ରାଜନେତା ଭାବେ ୱାହୀଦ […]

  • Thursday, 01 July 2021
lalu-yadav
ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

ପାଟନା: ଝାଡ଼ଖଣ୍ଡ ଜେଲ୍‌ରେ ଥିବା ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ଜେଲ୍‌ରେ ଥାଇ ଲାଲୁ ଫୋନ୍ ଯୋଗେ ବିହାରରେ ଏନ୍‌ଡିଏ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବରିଷ୍ଠ ବିଜେପି ନେତା ସୁଶିଲ ମୋଦି ଅଭିଯୋଗ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ସଂପର୍କରେ ଟ୍ୱିଟ୍ କରି ସେ କହିଛନ୍ତି ଯେ, ଲାଲୁ ଏହି ଫୋନ୍ ନମ୍ବରରୁ ଏନ୍‌ଡିଏର ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି। ଫୋନ୍ କରି ସେମାନଙ୍କୁ ମନ୍ତ୍ରୀ ପଦର ଲୋଭ […]

  • Thursday, 01 July 2021
ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ଗତକାଲି ବିଳମ୍ବିତ ରାତିରେ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ୍ ପରେ ‘ନିଭାର’ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହେଉଛି। ନିଭାର ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଥିଲା। ନିଭାର ପ୍ରଭାବରେ ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। କେତେକ ଅଞ୍ଚଳରେ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ମିଳିଛି। ପୁଡୁଚେରୀରେ ଅନେକ ସ୍ଥାନରେ […]

  • Wednesday, 30 June 2021
ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ସୁରତ: ଦାମୀ କାର୍‌ରେ ସୁନାର ପ୍ରଲେପ ଦେଇ ଚର୍ଚ୍ଚାରେ ଗୁଜରାଟ ସୁରତର ଜଣେ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଫ୍ରାନ୍ସର ଟେକ୍ନୋଲୋଜି ବ୍ୟବହାର କରି ତାଙ୍କର ଦାମୀ କାର୍‌ରେ ସୁନାର ପ୍ରଲେପ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଏହାର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ବଡ଼ କଥା, ଏହି କାର୍‌ କୌଣସି ଉଦ୍ୟୋଗପତି କିମ୍ବା ବଡ଼ ବ୍ୟବସାୟୀଙ୍କର ନୁହେଁ। ବରଂ ଜଣେ ଚାଷୀଙ୍କର। ସୁରତର ଚାଷୀ ସମୀର ପଟେଲ ତାଙ୍କର ମର୍ସିଡିସ୍ କାର୍‌ରେ ୨୪ କ୍ୟାରେଟ ସୁନାର […]

  • Wednesday, 30 June 2021
husband-wife
ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ମୁମ୍ବାଇ: ସ୍ୱାମୀ ଅଫିସରୁ ବିଳମ୍ବରେ ଫେରିଲେ ସବୁ ସ୍ତ୍ରୀ ବିରକ୍ତ ହୁଅନ୍ତି, ରାଗନ୍ତି। ଅନେକ ସମୟରେ ଘରେ ଝଗଡ଼ା ବି ଲାଗିଯାଏ। ହେଲେ ସ୍ୱୀମୀ ବିଳମ୍ବରେ ଫେରିବାରୁ  ସ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହେବ, ଏପରି କଥା କେବେ ଶୁଣିଛନ୍ତି ? ହଁ, ଏମିତି ବି ଘଟେ। ଜଣେ ମହିଳା ଡାକ୍ତର ପତିଙ୍କ ଲମ୍ବା ଡ୍ୟୁଟିରେ ବିରକ୍ତ ହୋଇ ଶେଷରେ ବମ୍ବେ ହାଇକୋର୍ଟରେ FIR ଦାଏର କରିଛନ୍ତି। ମହିଳା ଜଣକ କହିଛନ୍ତି, କୋଭିଡ ସମୟରେ ୧୯ ଘଣ୍ଟାରୁ ଅଧିକ […]

  • Wednesday, 30 June 2021
bank
ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲିଠାରୁ DBS ଇଣ୍ଡିଆ ବ୍ୟାଙ୍କ ଭାବେ ଖୋଲିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଶାଖା । ଏହା ସହିତ ଗ୍ରାହକଙ୍କ ଆକାଉଣ୍ଟ ଚାଲୁ ହେବ ।  ଗ୍ରାହକମାନେ ଟଙ୍କା ଉଠାଇ ପାରିବେ । ଟଙ୍କା ଉଠାଣ ପାଇଁ ଯେଉଁ କଟକଣା ଥିଲା, ତାହା ପ୍ରତ୍ୟାହାର ହୋଇଯିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ତା’ର ଗ୍ରାହକଙ୍କୁ ଆଗ ପରି ସେବା ଯୋଗାଇ ଦେବ।  DBS ବ୍ୟାଙ୍କ ସବୁ […]

  • Wednesday, 30 June 2021