ବେଙ୍ଗାଲୁରୁ: ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍ ଗାଡ଼ି କିଣିବା ପାଇଁ ଭାବୁଛନ୍ତି କି ? ଯଦି ହଁ ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟ ଗୁରୁତ୍ୱପୂର୍ଣ୍ଣ। ନହେଲେ ଆପଣ ମଧ୍ୟ ଏହି ଯୁବକଙ୍କ ଭଳି ଅସୁବିଧାରେ ପଡ଼ିପାରନ୍ତି। ଘଟଣାଟି ହେଲା, ପରିବା ବିକ୍ରି କରୁଥିବା ବେଙ୍ଗାଲୁରୁର ଜଣେ ଯୁବକ ହେଲ୍ମେଟ୍ ପିନ୍ଧି ନ ଥିବାରୁ ଟ୍ରାଫିକ୍ ପୋଲିସ୍ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ୪୨,୫୦୦ ଟଙ୍କା ଫାଇନ୍ କରିଛି। ଏହି ଫାଇନ୍ ସେ କିଣିଥିବା ସେକେଣ୍ଡ୍ ହ୍ୟାଣ୍ଡ୍ […]
ଚେନ୍ନାଇ: ସରକାରୀ ଚାକିରି ପାଇବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର କନ୍ୟାକୁମାରୀରେ ଏହି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ପଛର କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ସୂଚନା ଅନୁସାରେ, କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ୍ରେ ରହୁଥିବା ଏହି ୩୨ ବର୍ଷୀୟ ଯୁବକଙ୍କୁ କୌଣସି ଚାକିରି ନ ମିଳିବାରୁ ସେ ପୂରା ଭାଙ୍ଗି ପଡ଼ିଥିଲେ। ଗୋଟିଏ ଦିନ ସେ ଭଗବାନଙ୍କ ନିକଟରେ ମାନସିକ ରଖିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତା’ହେଲେ ସେ […]
ନିୟୁର୍କ : ଆମେରିକା ନିର୍ବାଚନ ପ୍ରଚାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ପାଇଁ କରିଥିବା ୧୮ଟି ରାଲିରେ ୩୦ ହଜାର ଲୋକ କରୋନାରେ ଆକ୍ରନ୍ତ ହେବା ସହ ୭ ଶହ ମରିଛନ୍ତି। ଏ ନେଇ ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍ର ପ୍ରଭାବ ଶୀର୍ଷକ […]
ବିହାର: ମୁଙ୍ଗେର ଗୁଳିକାଣ୍ଡରେ ମୃତ ଯୁବକ ଅନୁରାଗ ପୋଦ୍ଦାରଙ୍କ ପିତା ଦେଇଥିବା ବୟାନକୁ ନେଇ ପୋଲିସ୍ ବିରୋଧରେ କେସ୍ ରୁଜୁ କରାଯାଇଛି। ତାଙ୍କ ପିତା ପୋଲିସ୍ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ପୋଲିସ୍ ଚଳାଇଥିବା ଗୁଳି କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏ ନେଇ କୋତୱାଲି ଥାନାରେ ବିସର୍ଜନବେଳେ ଲାଠି ଚାଳନା କରିଥିବା ୨୦ରୁ ୨୫ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି। ଘଟଣା ମୁତାବକ ୨୬ ଅକ୍ଟୋବର ରାତିରେ […]
ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍ବୁଲ୍ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍ର ଏସ୍ଓଜି ଏବଂ ସିଆରପିଏଫ […]
ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିହାରି ଲାଲ ମଣ୍ଡଳ ଭବନରେ ପାଖ ପଡ଼ୋଶୀଙ୍କ କିଛି ପିଲା ଟିଭି ଦେଖୁଥିଲେ। ସେହି ଘରର ଜଣେ ମହିଳା ପିଲାଙ୍କୁ […]
ସୁରତ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି। ଆଗକୁ ଆସୁଥିବା ଦୀପାବଳୀ ପାଇଁ ଏବେ ଲେକମାନେ ସଜବାଜ ହେଲେଣି। ଏଥିସହ ମିଠାର ମଧ୍ୟ ଚାହିଦା ବଢ଼ିଛି। ଗୁଜୁରାଟ ସୁରତର ଏକ ଦୋକାନରେ ସ୍ଥାନୀୟ ଅଞ୍ଚଳର ଦାମୀ ମିଠାର ବିକ୍ରି ଅଧିକ ମାତ୍ରାରେ ହେଉଛି। ଯାହାର କେଜି ପ୍ରତି ଦାମ୍ ୯ ହଜାର ରହିଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ ଆପଣ ଠିକ୍ ପଢ଼ିଛନ୍ତି। ବାସ୍ତବରେ ଏହି ମିଠାର ନାମ ସୁନା ଘାରୀ। ଏହା ସୁରଟର ଏକ […]
ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍ ମିଡିଆରେ ସେନ୍ସେସନ୍ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍ ଏସମ୍ପର୍କରେ ସୂଚନା ଦେଇଛି। କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି ନିଜର ଓ […]
ରାଞ୍ଚି: ଦୁଇ ମହଲାରୁ ଗୋଟିଏ ପରେ ଗୋଟିଏ ୫ ଜଣ ଛୁଆଙ୍କୁ ତଳକୁ ଫିଙ୍ଗି ଦେଲେ ମହିଳା। ହୋସ୍ ଉଡ଼ାଇ ଦେବା ଭଳି ଏହି ଘଟଣା ରବିବାର ସନ୍ଧ୍ୟା ୭ଟାରେ ଝାଡ଼ଖଣ୍ଡ ସାହିବଗଞ୍ଜରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ବିହାରୀ ଲାଲ୍ ମଣ୍ଡଲ୍ ଭବନରେ ୧୦ଜଣ ଛୁଆ ଟିଭି ଦେଖୁଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ବାହାନା ଦେଖାଇ ଛୁଆମାନଙ୍କୁ ଛାତ ଉପରକୁ ନେଇ ଯାଇଥିଲେ। ଏହାପରେ ଜଣକ ପରେ ଜଣେ ୫ଜଣ ଛୁଆଙ୍କୁ ଛାତ ଉପରୁ […]
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି। ଭାରତ ବାୟୋଟେକ୍ ଏହି ଭ୍ୟାକ୍ସିନ୍କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍ର […]
କାଇରୋ: ଆପଣ କେବେ ଭାବି ପାରିବେ ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବେ। ଇଜିପ୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ୫୭ ବର୍ଷୀୟ ଏହି ମହିଳା ଭିକାରୀଙ୍କ ନାଁରେ ୫ଟି ଘର ମଧ୍ୟ ରହିଛି। gulfnews.com ରିପୋର୍ଟ ଅନୁସାରେ, ବ୍ୟାଙ୍କରେ ପ୍ରାୟ ଦେଢ କୋଟି ଟଙ୍କା ଥିବା ଏହି ମହିଳା ଭିକାରୀଙ୍କୁ ଗିରଫ କରାଯାଇ […]
ଲକ୍ଷ୍ନୌ: ଗତ ସେପ୍ଟେମ୍ୱର ମାସରେ ଘଟିଥିବା ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏସ୍ଆଇଟି ଏହାର ରୋପର୍ଟ ଦେଇଛି। ଏହି ରିପୋର୍ଟ ୟୁପି ସରକାରଙ୍କୁ ଦିଆଯାଇଛି। ଯାହାକୁ କି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣୀ ସମୟରେ ଦାଖଲ କରିଯିବାର ସମ୍ଭବନା ରିହିଛି। ହାଇକୋର୍ଟରେ ସୋମବାର ଏହି ଘଟଣାକୁ ନେଇ ଶୁଣାଣୀ କରାଯିବାର ଅଛି। ଯେଉଁଥିରେ କି ୟୁପି ସରକାର ନିଜ ପକ୍ଷ ରଖିବେ। କିନ୍ତୁ ବର୍ତ୍ତମାନ ଏସ୍ଆଇଟି ରିପୋର୍ଟକୁ ଆଧାର କରି ସ୍ଥାନୀୟ ଡିଏମ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ […]
ନୂଆଦିଲ୍ଲୀ: ୧୬ ହଜାର ଫୁଟ୍ ଉଚ୍ଚରେ ଜଣେ ଯବାନଙ୍କର ଆପେଣ୍ଡିକ୍ସ ସର୍ଜରୀ କରି ଭାରତୀୟ ସ୍ଥଳ ସେନାର ଡାକ୍ତର ସଫଳତା ହାସଲ କରିଛନ୍ତି। ପୂର୍ବ ଲଦାଖର ଏକ ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରିଯାଇଥିଲା। ଖରାପ ପାଗ କାରଣରୁ ଅସୁସ୍ଥ ଯବାନଙ୍କୁ ଲଦାଖରୁ ଲେହକୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ତେଣୁ ଫରୱାର୍ଡ ସେଣ୍ଟରରେ ତିନିଜଣିଆ ଡାକ୍ତରୀ ଦଳର ଗଠନ କରାଯାଇ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଛି। ଆପାତଃକାଳୀନ ଭାବେ ଏହି ସର୍ଜରୀ କରାଯାଇଥିଲା। ୧୬ […]
ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି। ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି। କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛ॥ ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର […]
ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ। ନିର୍ବାଚନ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟ ପ୍ରେସିଡେନ୍ସିଆଲ ଡିବେଟ ହୋଇଥିଲା। ଭୋଟରଙ୍କୁ ମନାଇବାକୁ ଉଭୟ ଭରପୁର ଉଦ୍ୟମ କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ କଂଗ୍ରେସର ବୈଠକ ହେବ। ଏଥିରେ ବିଦ୍ଧିବଦ୍ଧ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଭୋଟ ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ବାଇଡେନ ଟ୍ରମ୍ପଙ୍କଠାରୁ ବହୁ ଆଗରେ […]
ୱାଶିଂଟନ: ସବୁଠୁ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥାଏ। ଆମେରିକାରେ କେଉଁ ଦଳ କ୍ଷମତା ହାତେଇବ ଏବଂ କିଏ ରାଷ୍ଟ୍ରପତି ହେବ ସମସ୍ତେ ଚାହିଁ ବସିଥାନ୍ତି। କାରଣ ତା ଉପରେ ଆମେରିକାର ଭବିଷ୍ୟତ ଏବଂ ଅନ୍ୟ ଦେଶ ପ୍ରତି ଆଭିମୁଖ୍ୟ କିଭଳି ରହିବ, ତାହା ନିର୍ଭର କରିଥାଏ । ତେବେ ଆମେରିକାବାସୀ ସିଧାସଳଖ ନିଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିନଥାନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ହୋଇଥାଏ । […]
ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ବିକାଶ ଦିଗରେ ଆଗେଇ ଚାଲିଛି ଜାମ୍ମୁ ଓ କାଶ୍ମୀର । ଦିନେ ଆତଙ୍କବାଦୀଙ୍କ ଗଡ଼ ଥିଲା ହଣ୍ଡଓ୍ୱାରା। ହେଲେ ଆଜି ସେଠି ସ୍ଥିତି ବଦଳିଛି । ଯୁବ ପିଢ଼ିଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି କରିଛି ସେନା। ବିଭିନ୍ନ ଉନ୍ନୟନମୂଳକ କାମ ସହ ଏଠାରେ ସେନା ପକ୍ଷରୁ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଛି। ଏଥିରେ ଆଖପାଖର ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହା ଫଳରେ ସେନା […]
ପାଟ୍ନା: ବିହାର ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଅଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ରହସ୍ୟର ଉନ୍ମୋଚନକୁ ନେଇ ଅଜବ ବୟାନ ଦେଇଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ କହିଛି, ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ମାମଲା ଦାଏର କରାଯିବା ଉଚିତ । କାରଣ ରିୟା ଚକ୍ରବର୍ତ୍ତୀ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। ସୂଚନାଥାଉ କି, ସୋମବାର ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ ଏକ ଶପଥ ପାଠ ଦାଏର କରି ସୁଶାନ୍ତଙ୍କ ଭଉଣୀ […]
ନୂଆଦିଲ୍ଲୀ: ଦିଲ୍ଲୀର ଏକ ଡାକ୍ତରଖାନା ପରିସରରେ ଥିବା ପାର୍କିଂ ସ୍ଥଳ ନିକଟରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୩୦ ତାରିଖ ମଧ୍ୟରାତ୍ରିରେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଏବଂ ସେହି ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ ମିଳିତ ଭାବେ ପୀଡ଼ିତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେମାନେ ପାର୍କିଙ୍ଗ ସ୍ଥଳକୁ ନେଇଯାଇ ଗଣ ଦୁଷ୍କର୍ମ କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, […]
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ କରିଦେଇଛନ୍ତି ତାଙ୍କ ପ୍ରଶଂସକ। ମଙ୍ଗଳବାର ଦିଲ୍ଲୀର ଏକ ମନ୍ଦିରରେ ହିନ୍ଦୁ ସେନା ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭ ମନାସୀ ହୋମଯଜ୍ଞ କରାଯାଇଛି। ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ […]
ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଛି। ସଂସଦର ଉଚ୍ଚ ସଦନକୁ ୯ ବିଜେପି ସାଂସଦ ନିର୍ବାଚିତ ହେବା ପରେ ବିଜେପିର ମୋଟ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ଏଥିସହ ଏନଡିଏର ସାଂସଦ ସଂଖ୍ୟା ୧୦୦ ଟପି ୧୦୪ରେ ପହଞ୍ଚିଛି। ଏବେ ରାଜ୍ୟସଭାରେ ମୋଟ ୨୪୨ ସଭ୍ୟ ଅଛନ୍ତି। ତେଣୁ ମ୍ୟାଜିକ ନମ୍ବର ହେଉଛି ୧୨୧। ରାଜ୍ୟସଭାରେ ଏନଡିଏର ଶକ୍ତି ବୃଦ୍ଧି ହୋଇଥିବାରୁ ଏବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ସହଜରେ ପାସ୍ କରାଇପାରିବେ ମୋଦି ସରକାର। ପୂର୍ବରୁ ଏନ୍ଡିଏକୁ […]
ପଟନା: ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଓ ପଥର ମାଡ଼ କଲେ ଲୋକେ। ରାଜ୍ୟର ମଦୁବାଣୀ ଜିଲ୍ଲାରେ ହରଲଖିରେ ନୀତୀଶ ଲୋକଙ୍କୁ ସମ୍ବୋଧନ କରୁଥିଲେ। ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା। ନୀତୀଶଙ୍କ ଉପରେ ପିଆଜ ଓ ଇଟା ଫିଙ୍ଗୁଥିବା ଜଣେ ବ୍ୟକ୍ତି ବିହାରରେ ମଦ କାରବାର ନେଇ ଅସନ୍ତୋଷ ପ୍ରକାଶ କରି […]
ବିହାର ଦରଭଙ୍ଗା ବିସ୍ଫୋରଣ ମାମଲାରେ ଏନଆଇଏର ବଡ ଖୁଲାସା । ଦରଭଙ୍ଗା ରେଳ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ମାମଲାରେ ଦୁଇ ଲସ୍କର-ଇ-ତୋଇବାର ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ଇମ୍ରାନ ମଲ୍ଲିକ ଓ ମୋହମଦ ନାସିର ଖାନ୍ ନାମକ ଦୁଇ ଆତଙ୍କବାଦୀଙ୍କୁ…